ସ୍ବାମୀର ଗୁପ୍ତାଙ୍ଗ କାଟିଦେଲା ସ୍ତ୍ରୀ । ହଁ ଆଜ୍ଞା, ଦ୍ଵିତୀୟ ସ୍ତ୍ରୀ ସ୍ବାମୀର ଗୁପ୍ତାଙ୍ଗ କାଟିବା ପରେ କେମିତି ଗୁପ୍ତାଙ୍ଗ କାଟିଲା ତାହା ପୋଲିସକୁ ଗୋଟି ଗୋଟି କରି ଦେଖାଇଛି । ଦ୍ଵିତୀୟ ସ୍ତ୍ରୀ ମାନବିକତା ଭୁଲି ନିଜ ସ୍ବାମୀକୁ ଛଟପଟ କରି ମାରିଛି । ସବୁ କିଛି ଭୁଲି ଶେଷରେ କଲବଲ କରି ସ୍ବାମୀର ଜୀବନ ନେଇଗଲା ଏହି ନୃଶଂସ ସ୍ତ୍ରୀ । ଆଉ ପୋଲିସ ହାତରେ ଧରାପଡିବା ବେଳେ ସ୍ବାମୀର ଗୁପ୍ତାଙ୍ଗକୁ କେମିତି କାଟିଥିଲା ତା’ର ଡେମୋ ଦେଖାଇଛି ସ୍ତ୍ରୀ ।

ନିର୍ଭୟରେ ଗୋଟି ଗୋଟି କରି ସତ ବଖାଣିଛି ପୋଲିସ ଆଗରେ । ସୁକିନ୍ଦା ପୋଲିସ ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅନ୍ତର୍ଗତ ମଙ୍ଗଳପୁର କେନାଲ ପାର୍ଶ୍ଵରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରିଥିଲା । ଯାଞ୍ଚ ପରେ ଜଣା ପଡିଥିଲା କି, ପୋଲିସ ଉଦ୍ଧାର କରିଥିବା ମୃତବ୍ୟକ୍ତି ଜଣକ ନିକଟସ୍ଥ ଉବଳ ଗାଁର ଗଙ୍ଗାରାମ ଚାମ୍ପିଆଙ୍କ ପୁଅ ରାଜୁ ଚାମ୍ପିଆ ବୋଲି ଜଣା ପଡିଥିଲା । ରାଜୁଙ୍କ ମୃତଦେହ ଉଦ୍ଧାର କରାଯିବା ପରେ ତାଙ୍କ ଗୁପ୍ତାଙ୍ଗକୁ କାଟି ହତ୍ୟା କରା ଯାଇଥିବା ଜଣା ପଡିଥିଲା ।
ଆଉ ଏପଟେ ରାଜୁଙ୍କ ମୃତଦେହ ମିଳିଥିବା ବେଳେ ଅନ୍ୟପଟେ ପତ୍ନୀ ଫେରାର ଥିବାରୁ ପୋଲିସର ସନ୍ଦେହ ବଢିଥିଲା । ମୃତ୍ୟୁର କାରଣ ଖୋଜିବାରେ ଲାଗି ପଡିଥିଲା ସୁକିନ୍ଦା ପୋଲିସ । ରାଜୁ ତାଙ୍କ ଦ୍ଵିତୀୟ ସ୍ତ୍ରୀ ଲିମା ଭଦ୍ରାଙ୍କ ସହ ରହୁଥିବା ବେଳେ ଲିମା ଫେରାର ଥିବା ଜଣା ପଡିଥିଲା । ତାଙ୍କୁ ଖୋଜାଖୋଜି କରିବା ପରେ ଶେଷରେ ପୋଲିସ ହାତରେ ସେ ଧରା ପଡିଥିଲା ।

ଲିମାଙ୍କୁ ବର୍ତ୍ତମାନ ପୋଲିସ ଗିରଫ କରିଛି ଓ ତଦନ୍ତ ମଧ୍ୟ ଜାରି ରଖିଥିବା ଶୁଣିବାକୁ ମିଳୁଛି । ସୂଚନା ମୁତାବକ ରାଜୁ ଚାମ୍ପିଆଙ୍କ ଦ୍ଵିତୀୟ ସ୍ତ୍ରୀ ଲିମା ଭଦ୍ରା ତାଙ୍କ ବନ୍ଧୁଘର କଳିଙ୍ଗନଗର ଅନ୍ତର୍ଗତ ଶାଳିଜଙ୍ଗା ପଞ୍ଚାୟତର ବୀଣାପାଟିଆ ପଞ୍ଚାୟତରେ ଲୁଚି ରହିଥିବା ବେଳେ ଗତକାଲି ଅଧରାତିରେ ତାଙ୍କ ଘର ଉପରେ ଅତର୍କିତ ଚଢାଉ କରିଥିଲା ସୁକିନ୍ଦା ପୋଲିସ । ଏହାସହ ରାଜୁଙ୍କ ସ୍ତ୍ରୀ ଲିମାଙ୍କୁ ଗିରଫ କରି ନେଇଥିଲା ।
ଲିମା ପୋଲିସ ହାତରେ ଧରାପଡିବା ପରେ ସବୁ ସତ ମାନି ନେଇଥିଲା । ଆଉ ଏବେ ପୋଲିସକୁ ଘଟନସ୍ଥଳକୁ ନେଇ ସଂପୂର୍ଣ୍ଣ ଡେମୋ ମଧ୍ୟ ଦେଖାଇଛି ଲିମା । ଯାହାକି ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।