ନମସ୍କାର ବନ୍ଧୁଗଣ । ନିଜ ସ୍ବାମୀଙ୍କ ଉପସ୍ଥିତିରେ ଖୁସିରେ ଖୁସିରେ ପ୍ରେମିକ ହାତରୁ ସିନ୍ଦୁର ପିନ୍ଧୁଛି । ଏଇ ପ୍ରେମିକ ଜଣକ ପୁଣି ଆଉ କେହି ନୁହେଁ ନିଜ ଦିଅର ବା ସ୍ୱାମୀଙ୍କ ସାନ ଭାଇ । ନା ଥିଲା ପୂଜକ ଙ୍କ ମନ୍ତ୍ର ପାଠ ନା ବାଜୁ ଥିଲା ସାହାନାଇ ବାଜା । ତଥାପି ବରଣ ମାଳା ପିନ୍ଧି ହସି ହସି ଆଶୀର୍ବାଦ ନେଉଥିଲେ ବର କନ୍ୟା । ଯିଏ କି କିଛିଦିନ ତଳେ ହିସାବରେ ଦିଅର ଭାଉଜ ଥିଲେ । ଆଜି ସେ ସମସ୍ତଙ୍କଠୁ ନିଜ ନୂଆ ଜୀବନ ଆରମ୍ଭର ଆଶୀର୍ବାଦ ନେଉଛନ୍ତି ।

ଫେରାର ହୋଇଥିବା ଏହି ପ୍ରେମୀ ଯୁଗଳଙ୍କ ବିବାହ କରଉଛି ପୋଲିସ । ଏଭଳି ଏକ ଆଶ୍ଚର୍ଯ୍ୟ ଜଣକ ଘଟଣାଟି ଘଟିଛି ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ଥାନା ପରିସରରେ । ଅନୁଗୁଳ ଜିଲ୍ଲା ସାମସିଙ୍ଗା ଗାଁ ର 22 ବର୍ଷିୟା ଝିଲ୍ଲୀ ପ୍ରଧାନ 3 ବର୍ଷ ପୂର୍ବରୁ ସାନକ୍ଷୀରୀସାରା ଗାଁ ର ମାଧବ ପ୍ରଧାନ ଙ୍କୁ ବୈଦିକ ରୀତି ନୀତି ଅନୁଯାୟୀ ବିବାହ କରିଥିଲେ ।
ଆଉ ଏହା ଭିତରେ ମାଧବ ଙ୍କ ମାଉସୀ ପୁଅ ପରମେଶ୍ଵର ତାଙ୍କ ଘରକୁ ପ୍ରାୟତ ଯିବା ଆସିବା କରନ୍ତି । ଆଉ ଏହି ଯିବା ଆସିବା ଭିତରେ ଭାଉଜ ଝିଲିକ ଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା । ପ୍ରଥମେ ପ୍ରଥମେ ଦୁହିଙ୍କର ପ୍ରେମ ବିଷୟରେ କେହି ବି ଜାଣି ନ ଥିଲେ । କିନ୍ତୁ ଏହା ପରେ ଦୁହିଙ୍କର ସମ୍ପର୍କ ଏତେ ଗଭୀର ହୋଇଥିଲା ଯେ ଦୁହେଁ ବିବାହ କରିବାକୁ ନିସ୍ପତି ନେଇଥିଲେ ।

ଉଭୟ ଗତ ସପ୍ତାହ ପୂର୍ବରୁ ଘର ଛାଡି ପଳାଇଲେ । ଏହା ପରେ ପରିବାର ଲୋକେ ଉଭୟ ଙ୍କୁ ବହୁତ ଖୋଜା ଖୋଜି ପରେ ନ ପାଇବାରୁ ସୁବଳୟା ଥାନାରେ ଅଭିଯୋଗ କରିଲେ । ଶେଷରେ ପୋଲିସ ଅନେକ ଜାଗାରେ ଖୋଜିବା ପରେ ଗତ ଗୁରୁବାର ଦିନ ଉଭୟ ପ୍ରେମୀ ଯୁଗଳ ଙ୍କୁ ଉଧାର କରି ଥାନା କୁ ଆଣିଥିଲା । କିନ୍ତୁ ଉଭୟ ଦିଅର ଭାଉଜ ପରସ୍ପର କୁ ଭଲ ପାଉଛନ୍ତି ଓ ବିବାହ କରିବାକୁ ଚାହୁଁ ଛନ୍ତି ବୋଲି ଥାନାରେ ଜଣାଇ ଥିଲେ ।
ଉଭୟ ସାବାଳକ ଥିବାରୁ ପରିବାର ଲୋକଙ୍କୁ ଥାନା କୁ ଡକା ଯାଇଥିଲା । ପରିବାର ଲୋକେ ମଧ୍ୟ ଉଭୟ ଙ୍କୁ ବହୁତ ବୁଝାଇଲେ । କିନ୍ତୁ ଉଭୟ ଦିଅର ଭାଉଜ କାହାର କଥା ଶୁଣିଲେ ନାହିଁ । ଶେଷରେ ଥାନା ପରିସର ରେ ଝିଅର ବାପା ଘର ର ତାଙ୍କ ଶ୍ଵଶୁର ଘର ଲୋକ ଏବଂ ପ୍ରେମିକ ପରମେଶ୍ଵର ଙ୍କ ଉପସ୍ଥିତି ରେ ଉଭୟ ଦିଅର ଭାଉଜ ଙ୍କର ବିବାହ କରା ଯାଇଥିଲା ।
ବିବାହ ସମୟରେ ସୁବଳୟା ଥାନା ଅଧିକାରୀ ସୁଶାନ୍ତ କୁମାର ପ୍ରଧାନ ଓ ASI ଦୀପ୍ତି ରଞ୍ଜନା ଦିଗାଲ ଙ୍କ ସହ 3 ପରିବାରର ସଦସ୍ୟ ଉପସ୍ଥିତ ଥିଲେ । ତେବେ ଏହି ଘଟଣା କୁ ନେଇ ଚାରି ଆଡେ ଚର୍ଚ୍ଚା ହେବାରେ ଲାଗିଛି । ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।