ସୁଶାନ୍ତଙ୍କ କୁକ ଖୋଲିଲା ରିୟା ଚକ୍ରବର୍ତ୍ତୀଙ୍କ ସବୁ ରାଜ, କହିଲା ମ୍ୟାଡମ ହିଁ ସବୁ କିଛି…

ବର୍ତ୍ତମାନ ସୁଶାନ୍ତ ସିଂହ ଙ୍କ ମୃତ୍ୟୁ ମାମଲା ପୁଣି ଥରେ ଚର୍ଚ୍ଚାରେ ଅଛି । ସୁଶାନ୍ତଙ୍କ ପିତା କେକେ ସିଂହ ରିୟା ଚାକରବର୍ତ୍ତୀଙ୍କ ବିରୁଦ୍ଧରେ ମଧ୍ୟ ପୋଲିସ କମ୍ପ୍ଲେନ କରିଛନ୍ତି । ଏହି ମାମଲାକୁ ଏବେ ପାଟନା ପୋଲିସ ନିଜ ହାତକୁ ନେଇଛି । ମୁମ୍ବାଇ ରେ ସୁଶାନ୍ତ ଙ୍କ ଡ୍ରାଇଭର ଠୁ ନେଇ ବଡି ଗାର୍ଡ ପର୍ଯ୍ୟନ୍ତ ସମସ୍ତଙ୍କ ବୟାନ ନିଆ ଯାଇଛି । କୁକ କହିଲା କି ସବୁ ସିଷ୍ଟମ ମ୍ୟାଡମ ହ୍ୟାଣ୍ଡେଲ କରୁଥିଲେ । ସୁଶାନ୍ତ ଙ୍କ ମାମଲାରେ ପାଟନା ପୋଲିସ ର ଏସଆଇଟି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ଏକଠା କରିଛନ୍ତି ।

ସୁଶାନ୍ତଙ୍କ ଚାକର, କୁକ, ଡ୍ରାଇଭର ବଡିଗାର୍ଡଙ୍କୁ ଏସଆଇଟି ପଚରା ଉଚରା କରିଛନ୍ତି । ଏମାନେ ସେହି ସବୁ କର୍ମଚାରୀ ଥିଲେ ଯାହାଙ୍କୁ ରିୟା ଙ୍କ କଥାରେ ହଟାଇ ଦିଆଯାଇଥିଲା । ଖବର ଅନୁସାରେ ପାଟନା ପୋଲିସ ର ଏସଆଇଟି ଏହି ସମସ୍ତ ପୂର୍ବ କର୍ମୀଙ୍କ ବୟାନ କୁ ରେକର୍ଡ କରି ନେଇଛନ୍ତି । ତାଙ୍କର ଏହି ବୟାନ ର ଭିଡିଓ କନ୍ଫରେଂସିଙ୍ଗ ବି କରା ଯାଇଛି । ଏହି ପୂର୍ବକର୍ମୀ ମାନେ ଯେଉଁ କଥା ପୋଲିସ କୁ କହିଛନ୍ତି ତାହା ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ ।

ଏହି ଜେରା ସମୟରେ କିଛି ଥର ସେହି ପୂର୍ବ କର୍ମୀ ମାନଙ୍କ ଆଖି ମଧ୍ୟ ଲୁହରେ ଭିଜି ଯାଇଥିଲା । ଏହି ସମସ୍ତେ ପୋଲିସ କୁ ଯେଉଁ ସବୁ ସୂଚନା ଦେଇଛନ୍ତି ତାହା ସବୁ FIR ରେ ଲେଖା ଯାଇଥିବା କଥା ସହିତ ବହୁତ ମେଳ ଖାଉଛି । କୁକ୍ ଏସଆଇଟି ଙ୍କୁ କହିଲେ କି ସୁଶାନ୍ତ ସାହାବ ଙ୍କ ସବୁ ସିଷ୍ଟମ ମ୍ୟାଡମ ହ୍ୟାଣ୍ଡେଲ କରୁଥିଲେ । ତାଙ୍କୁ କେବେ କଣ କରିବାର ଅଛି କାହା ସହିତ କଥା ହେବାର ଅଛି ଓ କେଉଁ ଲୋକଙ୍କ ସହିତ ଦେଖା କରିବାର ଅଛି ଏ ସବୁ କିଛି ମ୍ୟାଡମ ଙ୍କ ହାତରେ ଥିଲା । ଏମିତି କି ସୁଶାନ୍ତଙ୍କୁ କେବେ ଔଷଧ ଖାଇବାର ଅଛି ଏହି କଥାର ସୂଚନା ମଧ୍ୟ ସୁଶାନ୍ତଙ୍କ ପାଖରେ ନଥିଲା ।

ରିୟା ହିଁ ତାଙ୍କୁ ଔଷଧ ଖାଇବାକୁ ଦେଉଥିଲେ । ସେ ମାନସିକ ରୂପରେ ବହୁତ ଚିନ୍ତିତ ରହୁଥିଲେ । ଅନ୍ୟ ପଟରେ ପୋଲିସ ଏହି ମାମଲାରେ ମୁଖ୍ୟ ଆରୋପି ରିୟା ଚକ୍ରବର୍ତ୍ତୀ ଙ୍କୁ ବି ପଚରା ଉଚରା କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ରିୟା ସାମ୍ନା କୁ ଆସି ନଥିଲେ । ଖବର ଅନୁସାରେ ସେ ନିଜର ଓକିଲ ମାଧ୍ୟମରେ ଏବେ ଏସଆଇଟି ଙ୍କ ସହ କଥା ହେବାକୁ ଚାହୁଞ୍ଚନ୍ତି । ପୋଲିସ ଟୀମ ରିୟାଙ୍କ ଘରେ ପହଞ୍ଚିଥିଲେ । ଏହି ବିଷୟରେ ସୂଚନା ବି ନେଇଥିଲେ ଓ ଆଖ ପାଖର ଲୋକଙ୍କୁ ମଧ୍ୟ ପଚାରି ବୁଝିଥିଲେ ।

ଅନ୍ୟପଟରେ ସୁଶାନ୍ତ ଙ୍କ ବ୍ୟାଙ୍କ ଖାତାକୁ ନେଇ ମଧ୍ୟ ଏସଆଇଟି ଯାଞ୍ଚ ଆରମ୍ଭ କରି ଦେଇଛନ୍ତି । ଏ ପର୍ଯ୍ୟନ୍ତ ବ୍ୟାଙ୍କ ଖାତାର ଡିଟେଲ୍ସ ପୋଲିସ ହାତରେ ଲାଗି ପାରି ନାହିଁ । ବହୁତ ଜଲ୍ଦି ଏହି ସୂଚନା ପୋଲିସ ହାସଲ କରିବ ଯାହା ଦ୍ଵାରା ବହୁତ କିଛି କଥା କ୍ଲିୟର ହୋଇଯିବ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।