ପତ୍ନୀଙ୍କ ମାନସିକ ନିର୍ଯ୍ୟାତନା ସହି ନପାରି ନିଜ ଜୀବନ ଦେଇଦେଲେ Bollywood ର ଏହି ଫେମସ ଆକ୍ଟର, ସୁଶାନ୍ତ ସିଂହ ରାଜପୁତ ଙ୍କ ସହିତ କରି ସାରିଛନ୍ତି କାମ

ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ଏପରି ସବୁ ଘଟଣା ସାମ୍ନାକୁ ଆସୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପଲଟୁଛି । ଏହି ସବୁ ଘଟଣା ଗୁଡିକ ସାଧାରଣତଃ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବା ସହ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ମଧ୍ୟ କରିଦେଉଛି । ବନ୍ଧୁଗଣ ଏହି କିଛି ସମୟ ପୂର୍ବରୁ ଏକ ଦୁଃଖମୟ ଖବର ସାମ୍ନାକୁ ଆସିଛି ଯାହା ବିଷୟରେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ମିଡିଆ ରିପୋର୍ଟ ଅନୁସାରେ ଖବର ମିଳିଛି ଯେ ଅଭିନେତା ସନ୍ଦିପ ନାହର ସୁଇଇ -ସାଇଡ କରିଛନ୍ତି । ସନ୍ଦିପ ସୁଇଇ -ସାଇଡ କରିବା ପୂର୍ବରୁ ୧୦ ମିନିଟର ଏକ ଭିଡିଓ କରିଛନ୍ତି ଓ ଏହି ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି । 

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ସଂପୂର୍ଣ୍ଣ ମାମଲା ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବର୍ତ୍ତମାନ ପର୍ଯ୍ୟନ୍ତ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ମାମଲା ବିଷୟରେ । 

ଅଭିନେତା ସନ୍ଦିପ ନାହର ସୁଇଇ -ସାଇଡ କରିଛନ୍ତି । ସନ୍ଦିପ ବଲିଉଡର ସୁପର ହିଟ ଫିଲ୍ମ ‘ଏମ ଏସ ଧୋନୀ’ ଓ ‘କେଶରୀ’ ଆଦି ଫିଲ୍ମରେ ଅଭିନୟ କରି ବହୁତ ଲୋକପ୍ରିୟତା ହାସଲ କରିଥିଲେ । ଏହା ବ୍ଯତୀତ ସେ କେତେକ ଟିଭି ସିରିଏଲରେ ମଧ୍ୟ କାମ କରିଛନ୍ତି । ମୁମ୍ବାଇ ପୋଲିସ ମତରେ, ନାହର ମୁମ୍ବାଇର ଗୋରେଗାଁ ସ୍ଥିତ ନିଜ ଘରେ ସୁଇଇ -ସାଇଡ କରିଛନ୍ତି । ବର୍ତ୍ତମାନ ପୋଲିସ ଏହି ମାମଲାର ତଦନ୍ତ କରୁଛି ।

ବନ୍ଧୁଗଣ ସନ୍ଦିପ ନାହର ଆଜି ହିଁ ନିଜ ସ୍ତ୍ରୀ ଓ ନିଜ ଅବସ୍ତା ଉପରେ ବ୍ୟସ୍ତ ହୋଇଯାଇ ସୁଇଇ -ସାଇଡ କରିବା ପାଇଁ ଧମକ ଦେଇଥିଲେ । ଏହି ଧମକଟି ସେ ସୋସିଆଲ ମିଡିଆ  ଫେସବୁକ ଜରିଆରେ ଦେଇଥିଲେ । ସେ ନିଜ ଅବସ୍ଥାର ଏକ ଭିଡିଓ କରି ସୋସିଆଲ ମିଡିଆରେ ସେୟାର କରିଥିଲେ । 


ସେହି ଭିଡିଓରେ ସନ୍ଦିପ କହିଛନ୍ତି, ‘ମୁ ହେଉଛି ସନ୍ଦିପ ନାହର, ଆପଣ ମାନେ ସମସ୍ତେ ମତେ କିଛି ଫିଲ୍ମରେ ଦେଖିଥିବେ । ‘ଏମ ଏସ ଧୋନୀ’ ଫିଲ୍ମରେ ମୁ ଛୋଟୁ ଭେୟାର ଭୂମିକାରେ ନଜର ଆସିଥିଲି । ଆଜି ଏହି ଭିଡିଓ ବନେଇବାର କାରଣ ହେଉଛି ମୋ ଜୀବନରେ ବହୁତ ସମସ୍ଯା ଚାଲୁ ଅଛି । ମୋର ମାନସିକ ସ୍ଥିତି ଠିକ ନାହିଁ ଏହାର କାରଣ ହେଉଛି ମୋ ପତ୍ନୀ କାଞ୍ଚନ ଶର୍ମା । ମୁ ମୋ ସ୍ତ୍ରୀକୁ ବହୁତ ଥର ବୁଝାଇ ସାରିଛି ହେଲେ ସେ ବାରମ୍ବାର ମୋ ସହ ଝଗଡା କରିବ ଓ ସୁଇଇ -ସାଇଡ କଥା କହି ଡରାଇବ । ସେ କହେ ମୁ ସୁଇଇ -ସାଇଡ କରି ତତେ ଫସେଇ ଦେବି’ । 


ସନ୍ଦିପ ଆଗକୁ ଭିଡିଓରେ କହିଛନ୍ତି, ‘ମୁ ସଂପୂର୍ଣ୍ଣ ଚିଡି ଯାଇଛି, ସେ ମୋ ପରିବାରକୁ ସବୁବେଳେ ଗାଳି ଦେଉଛି । ତା ପାଇଁ ମୁ ମୋ ପରିବାର ଲୋକଙ୍କ ଫୋନ ମଧ୍ୟ ଉଠାଇ ପାରୁ ନାହିଁ । ମୋ ନାମ ସହ ଅନ୍ୟ ଯେକୌଣସି ମହିଳାଙ୍କ ସହ ଯୋଡି ମୋ ଉପରେ ସନ୍ଦେହ କରୁଛି ଓ ସବୁବେଳେ ମୋ ସହ ଝଗଡା କରୁଛି । ମୋ ସ୍ତ୍ରୀ ସହ ତାର ମା ମଧ୍ୟ ସାମିଲ ଅଛି କାରଣ ତା ମା ହିଁ ତାକୁ ଏ ସବୁ କରିବା ପାଇଁ ସପୋର୍ଟ କରୁଛି । ସେମାନେ ମୋ ବିରୋଧରେ କେସସ କରିବା ପାଇଁ ଧମକ ଦେଉଛନ୍ତି’ । 


ସନ୍ଦିପଙ୍କ ମତରେ, ‘କାଞ୍ଚନର ୨୦୧୫ ରୁ ୨୦୧୬ ମଧ୍ୟରେ ଏକ ଏକ୍ସ ବୟଫ୍ରେଣ୍ଡ ଥିଲା ଯାହା ସହ କାଞ୍ଚନ ୬ ବର୍ଷ ପର୍ଯ୍ୟନ୍ତ ରହିଥିଲା । ହେଲେ ସେ ନିଜ ଏକ୍ସକୁ ଜେଲ ପଠାଇଥିଲା ଏକ ମିଛ କେସସ କରି । ମୁ ତା ସହ ଦୟା ଭାବନା ରଖି ବିବାହ କରିଥିଲି । ହେଲେ ଆମ ମଧ୍ୟରେ ସବୁବେଳେ ଝଗଡା ହେଲା । ସାଙ୍ଗ ମାନେ ଯଦି ମୁ କିଛି ଆଗକୁ ମୋର କରିଦେବି ତା ହେଲେ ମୋ ସ୍ତ୍ରୀ ଯେମିତି ମୋ ଘର ଲୋକଙ୍କୁ ଟେନସନ ନଦେଉ ।

ସେ ମୋ ଘର ଲୋକଙ୍କୁ ବହୁତ ଘୃଣା କରୁଛି । ମୁ ଚାହୁଁଛି ସେ ନିଜ ଭୁଲର ଅନୁତାପ କରୁ । ଯଦି ସେ ଆଗକୁ କାହା ସହ ବିବାହ କରୁଛି ତା ହେଲେ କିଏ ତାର ମାନସିକ ଚିକିତ୍ସା ନିଶ୍ଚୟ କରାନ୍ତୁ’ । ଏତିକି କହି ସେ ଭିଡିଓ ସେୟାର କରିଥିଲେ ଓ ସୁଇଇ -ସାଇଡକରି ଦେଇଥିଲେ ।