ସୁଶାନ୍ତ ସିଂହ ରାଜପୁତଙ୍କ ଥେରାପିଷ୍ଟ ର ସବୁ ପୋଲ୍ ଖୋଲି ଦେଲେ ବିକାଶ ଗୁପ୍ତା, କହିଲେ…

କହିବାକୁ ଗଲେ ବର୍ତ୍ତମାନ ସମୟରେ ସୁଶାନ୍ତ ସିଂହ ରାଜପୁତଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କ ବୟାନ ସାମ୍ନାକୁ ଆସୁଛି । ଯେଉଁଥିରେ ସେ ସୁଶାନ୍ତଙ୍କୁ ଏକ ଅସୁସ୍ଥ ବ୍ୟକ୍ତି ପ୍ରମାଣିତ କରିବା ପାଇଁ ଚେଷ୍ଟା କରୁଛନ୍ତି । ସୂଚନା ଅନୁସାରେ ଯାହାକୁ ସୁଶାନ୍ତ ସିଂହ ରାଜପୁତଙ୍କ ଚିକିତ୍ସା ଡାକ୍ତର କୁହା ଯାଉଛି, ଯାହାଙ୍କ ନାମ ସୁଶାନ ୱାଲ୍କର ୱାକର ଅଟେ, ସେ କିଛି ସମୟ ପୂର୍ବେ ଏକ ବଡ ବୟାନ ଦେଇଛନ୍ତି । ସେ ଏକ ଇଣ୍ଟରଭିୟୁ ଦେଇ କହିଛନ୍ତି କି ସୁଶାନ୍ତ ପୂରାପୂରି ଅବସାଦରେ ଥିଲେ ଓ ସେ ବାଇପୋଲର ଡିସ୍‍ଅର୍ଡର ରୋଗରେ ବି ପୀଡିତ ଥିଲେ । ରିୟା ଚକ୍ରବତ୍ତୀ ତାଙ୍କୁ ସମ୍ଭାଳି ଥିଲେ । ଏହା ଛଡା ସେ କେଉଁ ସବୁ ଔଷଧର ସେବନ କରୁଥିଲେ ତାହା ବିଷୟରେ ବି କହିଛନ୍ତି ।

କହିବାକୁ ଗଲେ ସେ ଏହିଭଳି କହି ରିୟା ଚକ୍ରବତୀଙ୍କୁ ଏଥିରୁ ବଞ୍ଚାଇବାକୁ ଚାହୁଁଛନ୍ତି । କିନ୍ତୁ ଏହା ପଛରେ ଏକ ଷଡଯନ୍ତ୍ର ଲୁଚି ଅଛି । ଆପଣଙ୍କୁ କହିଦେଉଛୁ କି ସୁଶାନ ୱାଲ୍କର ଯେଉଁ ଇଣ୍ଟରଭିୟୁ ଦେଇଛନ୍ତି ଏହା ପୂରାପୂରି ଆଇନ ବିରୁଦ୍ଧ କାର୍ଯ୍ୟ ଅଟେ । କାରଣ କାହାର ବି ମେଡିକାଲ ରିପୋର୍ଟ ଓ ଔଷଧ ବିଷୟରେ ଅନ୍ୟ କାହାକୁ କୁହାଯାଏ ନାହିଁ । କିନ୍ତୁ ସୁଶାନ ୱାଲ୍କର ଏହିଭଳି କରିଛନ୍ତି ।

କିନ୍ତୁ ବିକାଶ ଗୁପ୍ତା ସୁଶାନ ୱାଲ୍କର ଙ୍କ ଏହି ବୟାନକୁ ମିଥ୍ୟା ବୋଲି ପ୍ରମାଣିତ କରିବାକୁ ଚେଷ୍ଟା କରିଛନ୍ତି ଓ ନିଜର ଏକ ବୟାନ ବି ଦେଇଛନ୍ତି । ସେ କହିଲେ ସୁଶାନ୍ତ ସିଂହ ରାଜପୁତଙ୍କୁ ନା ହିଁ ବାଇପୋଲର ଡିସ୍‍ଅର୍ଡର ଥିଲା ଓ ନା ହିଁ ଡିପ୍ରେଶନ ଡିସ୍‍ଅର୍ଡର ଥିଲା । ଆପଣ ଯାହା ବି କହୁଛନ୍ତି ମିଥ୍ୟା କହୁଛନ୍ତି ।

 

ଦ୍ଵିତୀୟରେ ସବୁଠୁ ବଡ କଥା ଏହା ଅଟେ କି ସୁଶାନ ୱାଲ୍କର କେବଳ ଜଣେ ଥେରାପିଷ୍ଟ ଅଟେ ଓ ସେ କାହାର ବି ଚିକିତ୍ସା କରି ପାରିବେ ନାହିଁ ଓ କାହାକୁ ବି ସେ କୌଣସି ପ୍ରକାରର ଔଷଧ ଦେଇ ପାରିବେ ନାହିଁ । ସେ କେବଳ ଥେରେପି ଦେଇ ପାରିବେ । ଏହା ସହିତ ସେ ଯାହା ବି ବୟାନ ଦେଉଛନ୍ତି ସେ ସବୁ ମିଥ୍ୟା ଅଟେ । କାରଣ ଥେରାପିଷ୍ଟ ପାଖରେ କୌଣସି ଅନୁମତି ନାହିଁ କି ସେ କାହକୁ ମେଡ଼ିସିନ ଦେବେ । ବିକାଶ ଗୁପ୍ତା କହୁଛନ୍ତି କି ସୁଶାନ ୱାଲ୍କର ଯାହା ବି ମିଡିଆ ସାମ୍ନାରେ କହିଛନ୍ତି ତାହା ସବୁ ମିଥ୍ୟା ଓ ମନଗଢା କାହାଣୀ ଅଟେ ।