ସୂର୍ଯ୍ୟଙ୍କୁ ଜଳ ଚଢାଇବା ବେଳେ ଲୋଟାରେ ପକାଇ ଦିଅନ୍ତୁ ଏହି 1 ଜିନିଷ, 24 ଘଣ୍ଟା ମଧ୍ୟରେ ହେବ ଚମତ୍କାର, ମିଳିବ ଖୁସି ଖବର

ଧାର୍ମିକ ଦୃଷ୍ଟିରୁ ପ୍ରତିଦିନ ସକାଳେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ଅତ୍ୟନ୍ତ ଶୁଭ ଫଳଦାୟକ ହୋଇଥାଏ ଓ ଦିନଟି ଭଲରେ ବିତିଥାଏ । ତେବେ ଜଳ ଅର୍ପଣ କରିବା ସମୟରେ କିଛି ଭୁଲ ରହିଛି ଯାହା କରିବା ଉଚିତ ନୁହେଁ ଏବଂ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରୁଥିବା ଲୋଟାରେ କିଛି ଏପରି ଜିନିଷ ରହିଛି ଯାହା ପକାଇଲେ ଜୀବନରେ ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ । ତେବେ ଚାଲନ୍ତୁ ଜାଣିବା ସକଳ ସୃଷ୍ଟିର ଆଧାର ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବାର କିଛି ବିଶେଷ ନିୟମ ।

ଯଦି ଯେତେ ଚେଷ୍ଟା କଲେ ମଧ୍ୟ ଆପଣଙ୍କର ବିବାହ ହୋଇ ପାରୁନାହିଁ ବା ଆପଣଙ୍କ ବୈବାହିକ ଜୀବନରେ ବାରମ୍ବାର ସମସ୍ଯା ଦେଖା ଦେଉଛି ତେବେ ଆପଣ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ସମୟରେ ସେହି ଲୋଟାରେ ଗୋଟିଏ ଚୁଟକି ହଳଦୀ ପକାଇ ଅର୍ପଣ କରନ୍ତୁ । ମନେରଖନ୍ତୁ ସର୍ବଦା ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ସମୟରେ ତମ୍ବାର ଲୋଟା ବ୍ୟବହାର କରିବେ ଓ ଲୋଟାକୁ ସବୁବେଳେ ଦୁଇ ହାତରେ ଧରି ଜଳ ଅର୍ପଣ କରିବେ ।

ଯଦି ଆପଣ ଜୀବନରେ ଧନ ସମ୍ପଦ ଓ ସୁଖ ସମୃଦ୍ଧିର ଆଶା କରୁଛନ୍ତି ତେବେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରୁଥିବା ଲୋଟାରେ ଗୋଟିଏ କିମ୍ବା ପାଖୁଡା କେଶର ପକାଇ ଅର୍ପଣ କରନ୍ତୁ । ଧ୍ୟାନ ରଖନ୍ତୁ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ସମୟରେ ଜଳ ଯେମିତି ଆପଣଙ୍କ ପାଦକୁ ସ୍ପର୍ଶ ନକରେ । ଯଦି ଆପଣ ଲୋଟାରେ ଅକ୍ଷତ ପକାଇ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରନ୍ତି ତେବେ ଆପଣଙ୍କୁ ଜୀବନରେ ଅକ୍ଷୟ ପୂଣ୍ୟ ମିଳିଥାଏ ଓ ତା’ ସହ ଜୀବନରେ କେବେବି ଅନ୍ନ ଧନର ସମସ୍ଯା ଆସି ନଥାଏ ।

ଯଦି କେହି ଆପଣଙ୍କ ଠାରୁ ଟଙ୍କା ଉଧାର ନେଇ ଦେବାକୁ ହଇରାଣ କରୁଛି ବା ଫେରାଉ ନାହିଁ ତେବେ ଆପଣ ଲୋଟାରେ ଶୁଖିଲା ଲଙ୍କାର ୧୧ଟି ଦାନା ପକାଇ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ । କୌଣସି ରବିବାର ଠାରୁ ଆରମ୍ଭ କରି ଲଗାତାର ୨୧ ଦିନ ପର୍ଯ୍ୟନ୍ତ ଏପରି କରନ୍ତୁ ଦେଖିବେ ନିଶ୍ଚୟ ଏହାର ଫଳ ପାଇବେ ।

ଯଦି ଜୀବନରେ ଶତ୍ରୁମାନେ ବହୁତ ହଇରାଣ କରୁଛନ୍ତି ଏବଂ ଶନି, ରାହୁ ଏବଂ କେତୁ ଖରାପ ପ୍ରଭାବ ଦେଖାଉଛନ୍ତି, ଆକସ୍ମିକ ସମସ୍ଯା ଆସୁଛି, ଉନ୍ନତି କରିପାରୁ ନାହାନ୍ତି ଏବଂ ଦାରିଦ୍ର୍ୟତା ପିଛା ଛାଡୁନି ତେବେ ଲୋଟାରେ ଗୋଟିଏ ଚୁଟକି କଳା ରାଶି ପକାଇ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଚଢାଇଲେ ଜୀବନର ସମସ୍ତ କଷ୍ଟ ଦୂର ହୋଇଥାଏ ।

ଲୋଟାରେ ଲାଲ ମନ୍ଦାର ଫୁଲ ପକାଇ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଲେ ଜୀବନରେ କେବେ କୌଣସି ଅଭାବ ହୁଏ ନାହିଁ, ଶତ୍ରୁ ପରାଜିତ ହୁଅନ୍ତି ଓ ସରକାରୀ ଚାକିରିରେ ବାଧା ଆସୁଥିଲେ ଏହା ନିଶ୍ଚିତ ଭାବେ ପ୍ରୟୋଗ କରନ୍ତୁ । ଯଦି ଆପଣଙ୍କ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଭଲ ରହୁନାହିଁ ତେବେ ଭଗବାନ ସୂର୍ଯ୍ୟଙ୍କୁ ଗୋଟିଏ ଚୁଟକି କୁମକୁମ ବା ଲାଲ ଚନ୍ଦନ ପକାଇ ଜଳ ଅର୍ପଣ କରନ୍ତୁ ଓ ଏହାସହ ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ ।

ଅର୍ଘ୍ୟ ଜଳରେ ଚିନି କିମ୍ବା ଗୁଡ ପକାଇ ଅର୍ପଣ କଲେ ଶନି ପ୍ରସନ୍ନ ହୋଇଥାନ୍ତି ଓ ଜୀବନରେ ସୁଖଶାନ୍ତି ଆସିଥାଏ । ଆପଣ ଚାହିଁଲେ ଏସବୁ ଏକାବେଳେ ପକାଇ ମଧ୍ୟ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିପାରିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।