ସୁନ୍ଦର ତ୍ଵଚା ପାଇବା ପାଇଁ ପ୍ରାକୃତିକ ଉପଚାର ! 100 % pure skin care remedy

ବନ୍ଧୁଗଣ ଆମେ ଆମ ଚେହେରାକୁ ସୁନ୍ଦର କରିବା ପାଇଁ ବହୁତ କିଛି ଜିନିଷ ମାର୍କେଟରୁ ବହୁତ ଟଙ୍କା ଦେଇ କିଣିକି ଆଣିଥାଉ । ତାପରେ ସେହି ସବୁ ଜିନିଷକୁ ଆମେ ଲଗାଇ ଚାଲି ଥାଉ । ଯାହା ଦ୍ଵାରା ଆମର ସମୟ ଓ ପଇସା ଯାଇଥାଏ । ତଥାପି ମଧ୍ୟ ଆମ ସ୍କିନରେ ଅନେକ କିଛି ସମସ୍ଯା ଆସିବାକୁ ଲାଗିଥାଏ । ଅନେକ ଲୋକ ବହୁତ ଦାମୀ ଦାମୀ ପ୍ରଡ଼କ୍ଟରୁ ଆଣିବା ସତ୍ବେ ମଧ୍ୟ ତାଙ୍କର ସ୍କିନ ହେଲଦି ହୋଇପାରିନଥାଏ । କାରଣ ଅନେକ ଗୁଡିଏ ମେକଅପ ପ୍ରଡ଼କ୍ଟରେ ବହୁତ ଖତରନାକ କେମିକାଲ ଆଡ୍ କରାଯାଇଥାଏ ।

ଯାହା ଅଳ୍ପ ସମୟ ପାଇଁ ହୁଏତ ଆମ ସ୍କିନକୁ ସୁନ୍ଦର କରିଦେଇଥାଏ । ପରେ ତାହା ଆମ ସ୍କିନକୁ ଡ୍ୟାମେଜ ପହଞ୍ଚାଇବାରେ ଲାଗିଥାଏ । ତେଣୁ ମାର୍କେଟରୁ ଦାମୀ ଦାମୀ ମେକଅପ ପ୍ରଡ଼କ୍ଟ କିଣି ତାହାର ବ୍ୟବହାର କରିବା ପରିବର୍ତେ ଆପଣ ପ୍ରକୃତିରୁ ମିଳୁଥିବା ପ୍ରାକୃତିକ ଜିନିଷର ବ୍ୟବହାର କରି ନିଜ ସ୍କିନକୁ ନାଚୁରାଲି ସୁନ୍ଦର ଓ ଚମକଦାର ବନାଇପାରିବେ । ତେବେ ଏହା ସବୁ କିପରି କରିପାରିବେ ଚାଲନ୍ତୁ ଜାଣିବା ।

ଆମ ସ୍ଵାସ୍ଥ ପାଇଁ ଯେଉଁ ସବୁ କେମିକାଲ ବିଶାକ୍ତ ଅଟେ । ସେହି ସବୁ କେମିକାଲରୁ ପ୍ରସ୍ତୁତ ହେଉଥିବା ପ୍ରଡ଼କ୍ଟ ବ୍ୟବହାର କରିବାରୁ ନିଜକୁ ଦୂରରେ ରଖନ୍ତୁ । ତେବେ ପ୍ରାକୃତିକ ଉପାୟରେ ଆପଣ ଘରେ ଫେସୱାଶ ପ୍ରସ୍ତୁତ କରି ତାହାର ବ୍ୟବହାର କରନ୍ତୁ । ଏହାକୁ ପ୍ରସ୍ତୁତ କରିବା ପାଇଁ ଆପଣ ଏକ କପ ମୁଗ ଡାଲି ନିଅନ୍ତୁ । ତାପରେ ତାହାକୁ ଗ୍ରାଇଣ୍ଡରରେ ପେଶୀ ସେଥିରୁ ମୁଗ ଡାଲିର ପାଉଡର ପ୍ରସ୍ତୁତ କରନ୍ତୁ ।

ଯେତେବେଳେ ଆପଣଙ୍କୁ ମୁହଁ ଧୋଇବାର ଥିବ । ସେତେବେଳେ ଆପଣ ଏହି ପାଉଡରରୁ ଏକ ଚାମଚ ଆଣି ସେଥିରେ ଅଳ୍ପ ପାଣି ମିଶାଇ ଭଲ ଭାବରେ ମୁହଁର ସଫା କରି ମୁହଁକୁ ଧୋଇ ଦିଅନ୍ତୁ । ଆପଣ ନିଜର ସଂପୂର୍ଣ୍ଣ ବଡିକୁ ସଫା କରିବା ପାଇଁ ବେସନ ପାଉଡର ବ୍ୟବହାର କରିପାରିବେ । ଯାହାକି ସଂପୂର୍ଣ୍ଣ ପ୍ରାକୃତିକ ଅଟେ ।

ବଡି ହେଉ ଅବା ମୁହଁକୁ ହାଇଡ୍ରେଟ ଆଉ ସଫ୍ଟ କରି ରଖିବା ପାଇଁ କୌଣସି କେମିକାଲ ଆଡ୍ ହୋଇଥିବା କ୍ରିମ ବା ଲୋଶନ ବ୍ୟବହାର କରିବା ବଦଳରେ ପ୍ରାକୃତିକ ତେଲର ବ୍ୟବହାର କରି ନିଜ ସ୍କିନକୁ ମଏଶ୍ଚର ଓ ସଫ୍ଟ କରିପାରିବେ । ତେବେ ସ୍କିନ ପାଇଁ ନଡିଆ ତେଲ ବହୁତ ବେଷ୍ଟ ହୋଇଥାଏ । ଯେଉଁ ମାନଙ୍କ ଚେହେରାରେ ବ୍ରଣ, ବ୍ରଣର କଳା ଦାଗ ବା କୌଣସି ପ୍ରକାର ଚେହେରାରେ ପ୍ରୋବ୍ଲେମ ଥାଏ ।

ତେବେ ସେଥିପାଇଁ ସବୁଠାରୁ ଭଲ ରେମିଡି ହେଉଛି ଆଲୋଭେରା । ଆଲୋଭେରାର ଜେଲକୁ ଆପଣ ନିଜ ଚେହେରାରେ ଲଗାଇ କିଛି ଘଣ୍ଟା ପର୍ଯ୍ୟନ୍ତ ରଖି ପରେ ପାଣିରେ ମୁହଁକୁ ଧୋଇ ଦିଅନ୍ତୁ । ଏହା ଆପଣଙ୍କ ମୁହଁରେ ଥିବା ସହ ଦାଗ, ବ୍ରଣକୁ ବହୁତ ଶୀଘ୍ର ଚେହେରାରୁ ହଟାଇ ମୁହଁରେ ବହୁତ ଭଲ ଚମକ ପ୍ରଦାନ କରିଥାଏ । ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥିଲେ । ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।