ସୁଦାମା ବେଶରେ ଭକ୍ତ, ମହାପ୍ରଭୁଙ୍କ ଦର୍ଶନ ଲାଗି ସୁଦୂର ଆଣ୍ଡାମନ ନିକୋବରରୁ ଆସିଛନ୍ତି, ମୁହଁରୁ କେବଳ ବାହାରୁଛି ହରେ କୃଷ୍ଣ ହରେ କୃଷ୍ଣ…ଦେଖନ୍ତୁ Video

ମହାପ୍ରଭୁଙ୍କ ରଥଯାତ୍ରା ଏକ ବିଶ୍ଵସ୍ତରୀୟ ପର୍ବ ଅଟେ । ସାରା ବିଶ୍ଵର ଲୋକଙ୍କୁ ଦର୍ଶନ ଦେବା ପାଇଁ ମନ୍ଦିର ବାହାରକୁ ବାହାରି ଆସନ୍ତି ମହାପ୍ରଭୁ ଜଗନ୍ନାଥ ନିଜେ । ଆବାହନ କାଳରୁ ରଥଯାତ୍ରାର ପରମ୍ପରା ଆମ ଓଡିଶାରେ ରହିଛି । କ୍ରମେ ଏହି ରଥଯାତ୍ରା ସାରା ବିଶ୍ବରେ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଛି । ମହାପ୍ରଭୁ ଶ୍ରୀ ଜଗନ୍ନାଥ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି ଓ ତାଙ୍କ ଲୀଳାଖେଳା ଯେ ରହସ୍ୟମୟ ଏହା ତାଙ୍କ ଭକ୍ତମାନେ ବିଶ୍ବାସ କରନ୍ତି ।

ତେବେ ବର୍ଷ ବର୍ଷ ଧରି ଏହି ରଥଯାତ୍ରାରେ ଭକ୍ତ ଓ ଭଗବାନଙ୍କ ମିଳନ ହୋଇ ଆସୁଥିଲେ ମଧ୍ୟ ଗତ ଦୁଇ ବର୍ଷ ଧରି ଏଥିରେ ବାଧକ ସାଜିଥିଲା କରୋନା ମହାମାରୀ । ଗତ ଦୁଇ ବର୍ଷ ଭଗବାନ ତ ତାଙ୍କ ଭକ୍ତଙ୍କୁ ଦର୍ଶନ ଦେବାକୁ ଆସୁଥିଲେ କିନ୍ତୁ ଭକ୍ତଙ୍କୁ ଭଗବାନଙ୍କ ଦର୍ଶନ ପାଇଁ ଅନୁମତି ମିଳି ପାରୁ ନଥିଲା । ଯାହାଫଳରେ ମହାପ୍ରଭୁଙ୍କ ଭକ୍ତମାନେ ଚଳିତ ବର୍ଷ ତାଙ୍କର ଦର୍ଶନ ପାଇଁ ଆତୁର ହୋଇ ଚାହିଁ ରହିଥିଲେ । ତେବେ କରୋନା ମହାମାରୀର ପ୍ରକୋପ ଚଳିତ ବର୍ଷ ଅଧିକାଂଶରେ ହ୍ରାସ ପାଇବା ପରେ ଏଥର ଭକ୍ତଙ୍କୁ ନେଇ ରଥଯାତ୍ରା କରିବାର ଅନୁମତି ମିଳିଥିଲା ।

ଯାହାଫଳରେ ଏଥର ଅଧିକ ସଂଖ୍ୟକ ଭକ୍ତଙ୍କ ଆଗମନ ନେଇ ଆଶା କରା ଯାଉଥିଲା । ସତକୁ ସତ ଏଥର ଦେଶ ବିଦେଶ ଅନେକ ସ୍ଥାନରୁ ମହାପ୍ରଭୁଙ୍କ ଭକ୍ତମାନେ ଅଗଣିତ ସଂଖ୍ୟାରେ ତାଙ୍କର ଦର୍ଶନ ପାଇବା ପାଇଁ ଆସିଥିଲେ । ଭକ୍ତଙ୍କ ମେଳରେ ମହାପ୍ରଭୁ ହଲି ହଲି ଅତ୍ୟନ୍ତ ଖୁସି ହୋଇ ରଥରେ ବସି ଯାତ୍ରା କରନ୍ତି । ଭକ୍ତ ଓ ଭଗବାନ ପରସ୍ପରର ପରିପୂରକ ଅଟନ୍ତି । ଉଭୟ ଉଭୟଙ୍କ ବିନା ଅଧୁରା ବୋଲି କୁହାଯାଏ ।

ମହାପ୍ରଭୁଙ୍କୁ ଭଗବାନ ଶ୍ରୀକୃଷ୍ଣଙ୍କର ଅବତାର ବୋଲି ବିଶ୍ବାସ ବୋଲି କରାଯାଏ । ଏପରିକି ଜଗନ୍ନାଥଙ୍କ ଦାରୁ ଶ୍ରୀକୃଷ୍ଣଙ୍କ ନାଭି ବୋଲି ମଧ୍ୟ ବିଶ୍ବାସ ରହିଛି । ସୁଦାମା ଭଗବାନ ଶ୍ରୀକୃଷ୍ଣଙ୍କର ସବୁଠୁ ଘନିଷ୍ଠ ବନ୍ଧୁ ଥିଲେ । ଜଗନ୍ନାଥଙ୍କ ପାଖକୁ ଅନେକ ଭକ୍ତ ନାନା ପ୍ରକାର ଭେଶ ଧରି ଆସୁଥିବା ବେଳେ ଜଣେ ଭକ୍ତ ସୁଦାମାଙ୍କ ଭେଶ ଧରି ଭଗବାନଙ୍କୁ ଭେଟିବାକୁ ଆସିଥିବାର ଦେଖିବାକୁ ମିଳିଥିଲା । ତାଙ୍କ ପାଟିରୁ କେବଳ ହରେ କ୍ରୀଷ୍ଣ ହରେ କ୍ରୀଷ୍ଣ ଶୁଣିବାକୁ ମିଳୁଥିଲା ।

ଭକ୍ତ ଜଣକ ସୁଦୂର ଆଣ୍ଡାମନ ନିକୋବରରୁ ମହାପ୍ରଭୁଙ୍କୁ ଭେଟିବାକୁ ଆସିଥିଲେ ବୋଲି ଜଣାପଡିଛି । ମହାପ୍ରଭୁଙ୍କ ଲୀଳା ସତରେ କେତେ ଆଶ୍ଚର୍ଯ୍ୟ । ନିଜ ଡୋରି ଲଗେଇ ଦେଶର କୋଣ ଅନୁକୋଣରୁ ନିଜ ଭକ୍ତଙ୍କୁ ସେ ଟାଣି ଆଣିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।