ସେନା ହେଲିକପ୍ଟର MI.17-V5 ଦୁର୍ଘଟଣା ପଛରେ କଣ ରହିଛି ସାଇବର ଆଟାକ୍ ? ଏନେଇ Subramanian Swamy ଯାହା ମନ୍ତବ୍ୟ ଦେଲେ ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ

ତାମିଲନାଡୁର ନୀଳଗିରି ଜଙ୍ଗଲରେ ଦୁର୍ଘଟଣାଗ୍ରସ୍ତ ହୋଇଛି ସେନା ହେଲିକପ୍ଟର MI.17V5 । ଆଉ ଏଥିରେ ମୃତ୍ୟୁ ସଂଖ୍ୟା ଏବେ ୧୩ ରେ ପହଞ୍ଚିଛି । ଚିଫ ଡ଼ିଫେନ୍ସ ଅଫ ଷ୍ଟାଫ ତଥା ସିଡ଼ିଏସ ବିପିନ ରାୱତଙ୍କୁ ନେଇ ଯାଉଥିବା ଏହି ହେଲିକପ୍ଟର ବୁଧବାର ସକାଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ଏହି ହେଲିକପ୍ଟର ଗଛ ସହ ମାଡ ହେବା ପୂର୍ବରୁ ହିଁ ଏଥିରେ ନିଆଁ ଲାଗି ଯାଇଥିଲା ।

ଏପରିକି ପ୍ରତ୍ୟକ୍ଷଦର୍ଶୀ ମାନେ ଦାବି କରିଛନ୍ତି ଯେ ଦୁଇରୁ ତିନି ଜଣ ବ୍ୟକ୍ତି ଜଳନ୍ତା ଅବସ୍ଥାରେ ଏହି ହେଲିକପ୍ଟରରୁ ତଳକୁ ଡେଇଁଥିଲେ । ଏହା ମଧ୍ୟରେ ଭାରତୀୟ ଜନତା ପାର୍ଟିର ବିଦ୍ରୋହୀ ନେତା ସୁବ୍ରମନ୍ଯମ ସ୍ଵାମୀ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବା ପଛରେ ସାଇବର ଆଟାକ ଷଡଯନ୍ତ୍ର ଥିବା ନେଇ ଆଶଙ୍କା ବ୍ୟକ୍ତ କରିଛନ୍ତି । ଏକ ସାକ୍ଷାତକାରରେ ସୁବ୍ରମନ୍ଯମ ସ୍ଵାମୀ ଏହି ହେଲିକପ୍ଟର ଦୁର୍ଘଟଣାକୁ ସହଜରେ ଗ୍ରହଣ କରି ନାହାନ୍ତି ।

ସେ କହିଛନ୍ତି ଯେ ତାମିଲନାଡୁରେ ହେଲିକପ୍ଟର ଟେକ୍ ଅଫ୍ ପରେ ଦୁର୍ଘଟଣାଗ୍ରସ୍ତ ହେବାକୁ ସେ ସହଜରେ ନେଇ ପାରୁନାହାନ୍ତି । ଏହାପଛରେ ସାଇବାର ଆଟାକ ଷଡଯନ୍ତ୍ର ଥାଇପାରେ ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ସିଡ଼ିଏସ ବିପିନ ରାୱତ ଏକମାତ୍ର ବ୍ୟକ୍ତି ଯିଏ ଭାରତରୁ ଚୀନ ପାଇଁ ବିପଦ । ଏମିତିରେ ଚୀନ ତାଙ୍କୁ ନେଇ ସନ୍ତୁଷ୍ଟ ନାହିଁ । ସ୍ଵାମୀଙ୍କ ଏଭଳି ମନ୍ତବ୍ୟରୁ ଜଣାପଡୁଛି ଯେ ସେ ଏହି ହେଲିକପ୍ଟର ଦୁର୍ଘଟଣା ପଛରେ ଚୀନ ହ୍ୟାକରଙ୍କ ଷଡଯନ୍ତ୍ର ଥିବା ସନ୍ଦେହ କରୁଛନ୍ତି ।

ସୂଚନାଯୋଗ୍ୟ ଯେ, ବିପିନ ରାୱତଙ୍କ ଅମଳରେ ହିଁ ପାକିସ୍ତାନ ବିରୋଧରେ ସର୍ଜିକାଲ୍ ଷ୍ଟ୍ରାଇକ ସହ ଚୀନକୁ ଭାରତ ଗଲୱାନ ଘାଟିରେ କଡା ଟକ୍କର ଦେଇଥିଲା । ଚୀନକୁ ଲକ୍ଷ କରି ରାୱତଙ୍କ ରଣନୀତି ତିଆରି ହୋଇଥାଏ । ତାଙ୍କ ବୁଦ୍ଧି ଏତେ ବିଚକ୍ଷଣ ଥିଲା ସେ ଶତ୍ରୁର ସମସ୍ତ ଚାଲ୍ କୁ ପୂର୍ବରୁ ହିଁ ଅନୁମାନ କରି ନେଉଥିଲେ ଓ ସେହି ଅନୁସାରେ ପ୍ରସ୍ତୁତ କରୁଥିଲେ ପାଲଟା ରଣନୀତି । ତାଙ୍କ ପରାମର୍ଶରେ ଭାରତ ଅନେକ ରଣନୀତିରେ ସଫଳ ସାବ୍ୟସ୍ତ ହୋଇଛି ।

ତେବେ ତାଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବା ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ଋଷରେ ନିର୍ମିତ ହୋଇଥିବା ଏହି ହେଲିକପ୍ଟର ଅତ୍ୟାଧୁନିକ ଶୈଳୀରେ ନିର୍ମିତ ହେବା ସହ ସବୁଠାରୁ ସୁରକ୍ଷିତ ହେଲିକପ୍ଟର ଭାବେ ଏହାକୁ ବିବେଚନା କରାଯାଏ । ଏହା କେଉଁ ପରିସ୍ଥିତିରେ ଓ କିଭଳି କ୍ରାଶ ହେଲା ତାହା ବର୍ତ୍ତମାନ ସମସ୍ତଙ୍କ ମନରେ ପ୍ରଶ୍ନ ସୃଷ୍ଟି କରୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।