ନିଜ ସ୍ତ୍ରୀଙ୍କ କଲ୍ ରେକର୍ଡ କରୁଥିଲେ ଏଥର ହୋଇଯାନ୍ତୁ ସାବଧାନ ! କାରଣ ଏହାକୁ ନେଇ କୋର୍ଟ ନେଲେ ଏକ ବଡ ନିଷ୍ପତ୍ତି, ଜାଣିବା ପାଇଁ ଦେଖନ୍ତୁ ଏହି Report

ଆପଣ ନିଜ ସ୍ତ୍ରୀଙ୍କ କଲ୍ ରେକର୍ଡ କରୁଛନ୍ତି କି ? ଏନେଇ କୋର୍ଟ ଦେଇଛନ୍ତି ଏକ ଗୁରୁତ୍ବପୂର୍ଣ୍ଣ ରାୟ । ଆପଣ ଯଦି ଆପଣଙ୍କ ପତ୍ନୀଙ୍କ ଫୋନ କଲ୍ ରେକର୍ଡ କରୁଛନ୍ତି ତେବେ ସତର୍କ ହୋଇଯାନ୍ତୁ । କାହିଁକି ନା କୋର୍ଟ ଏହି ସମ୍ବନ୍ଧରେ ଯେଉଁ ରାୟ ଶୁଣାଇଛନ୍ତି ତାହା ଜଣାଇବା ଆପଣଙ୍କ ପାଇଁ ନିହାତି ଜରୁରୀ । ଆପଣ ଯଦି ନିଜ ସ୍ତ୍ରୀଙ୍କ କଲ୍ ରେକର୍ଡ କରୁଛନ୍ତି ତେବେ ଆପଣ ତାଙ୍କର ବ୍ୟକ୍ତିଗତ ଅଧିକାର କ୍ଷୁର୍ଣ୍ଣ କରୁଛନ୍ତି । ଯାହା କି ଆଇନ ଅନୁଯାୟୀ ଏକ ଅପରା-ଧ ବୋଲି କହିଛନ୍ତି କୋର୍ଟ ।

କେବଳ ଏତିକି ନୁହେଁ ବରଂ କୌଣସି ପରିସ୍ଥିତିରେ ମଧ୍ୟ ଏଭଳି କଥାକୁ ପ୍ରୋତ୍ସାହନ କରିବା ଉଚିତ ନୁହେଁ ବୋଲି ମଧ୍ୟ କହିଛନ୍ତି ପଞ୍ଜାବ-ହରିୟଣାର ହାଇକୋର୍ଟ । ଜଣେ ମହିଳା ପ୍ରଥମେ ତାଙ୍କ ସ୍ଵାମୀଙ୍କ ବିରୋଧରେ ଏକ ସାଂଘାତିକ ଅଭିଯୋଗ ଆଣିଥିଲେ । ସେ କହିଥିଲେ ତାଙ୍କର ସ୍ଵାମୀଙ୍କ ସହ ଦୀର୍ଘ ଦିନ ହେଲା ବିବାଦ ଚାଲି ଆସୁଥିଲା । ଏଥିପାଇଁ ସ୍ତ୍ରୀ ଛାଡପତ୍ର ପାଇଁ ମଧ୍ୟ କୋର୍ଟରେ ଆବେଦନ କରିଥିଲେ ।

ଏହି ସମୟରେ ତାଙ୍କ ସ୍ଵାମୀ ପ୍ରମାଣ ହିସାବରେ ତାଙ୍କର ଏକ ଫୋନ କଲ୍ କୋର୍ଟରେ ଦାଖଲ କରିଥିଲେ । ଏହି ମାମଲାରେ କୋର୍ଟ ଉଭୟ ସ୍ଵାମୀ ଓ ସ୍ତ୍ରୀଙ୍କ ପକ୍ଷ ଶୁଣିଥିଲେ, କିନ୍ତୁ ଏହି ଫୋନ କଲ୍ କୁ ପ୍ରମାଣ ହିସାବରେ ଗ୍ରହଣ କରିବାକୁ ମନା କରି ଦେଇଥିଲେ ପଞ୍ଜାବ-ହରିୟଣା ହାଇକୋର୍ଟ । କୌଣସି ବ୍ୟକ୍ତିଙ୍କ ବିନା ଅନୁମତିରେ ତାଙ୍କ କଲ୍ ରେକର୍ଡ କରିବା ଏକ ଅପରା-ଧ ବୋଲି କହିବା ସହ ଏହା ତାଙ୍କ ବ୍ୟକ୍ତିଗତ ଅଧିକାରକୁ କ୍ଷୁର୍ଣ୍ଣ କରେ ବୋଲି କହିଥିଲେ କୋର୍ଟ ।

ଜଣେ ବିବାହିତ ବ୍ୟକ୍ତି ବିନା ଅନୁମତିରେ ତାଙ୍କ ସ୍ଵାମୀ କିମ୍ବା ସ୍ତ୍ରୀଙ୍କ କଲ୍ ରେକର୍ଡ କରିପାରିବେ ନାହିଁ । କୌଣସି ବ୍ୟକ୍ତି ଏପରି କରୁଥିଲେ ଏହାକୁ ବ୍ୟକ୍ତିଗତ ଅଧିକାର କ୍ଷୁର୍ଣ୍ଣ ବୋଲି ନିଆଯିବ । କୋର୍ଟ ମଧ୍ୟ ବିନା ଅନୁମତିରେ କରା ଯାଇଥିବା କଲ୍ ରେକର୍ଡକୁ ପ୍ରମାଣ ଭାବେ ଗ୍ରହଣ କରିବ ନାହିଁ ବୋଲି ଏହି ଶୁଣାଣି ବେଳେ କହିଥିଲେ କୋର୍ଟ । ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପଞ୍ଜାବ-ହରିୟଣା ହାଇକୋର୍ଟ ଫାମିଲି କୋର୍ଟରେ ଦାୟର ହୋଇଥିବା ଏହି ମାମଲାକୁ ଖାରଜ ମଧ୍ୟ କରି ଦେଇଥିଲେ ।

କଲ୍ ରେକର୍ଡକୁ କଦାପି ଏକ ପ୍ରମାଣ ହିସାବରେ ସାମିଲ କରା ଯାଇପାରିବ ନାହିଁ କୋର୍ଟ ତାଙ୍କ ଆଦେଶରେ କହିଛନ୍ତି । କୋର୍ଟଙ୍କ ଏହିଭଳି ରାୟ ଉପରେ ଆପଣଙ୍କ ମତ କ’ଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।