Vastu Shastra- ଯଦି କେବେ ବି କୌଣସି ସ୍ତ୍ରୀଙ୍କ ପିଠିରେ ପଡିଥାଏ ଝିଟିପିଟି, ସେମାନେ ଏହି କଥା ନିଶ୍ଚୟ ଜାଣି ରଖନ୍ତୁ

ପଶୁ ପକ୍ଷୀ ଜୀବଜନ୍ତୁଙ୍କ ଦ୍ଵାରା ଆମକୁ ଅନେକ ସଂକେତ ମିଳିଥାଏ । ଏଥି ମଧ୍ୟରୁ କିଛି ଶୁଭ ସଂକେତ ହୋଇପାରେ ଏବଂ କିଛି ଅଶୁଭ ସଂକେତ ମଧ୍ୟ । ଏହା ଆମକୁ ଜୀବନରେ ଆସୁଥିବା ସମୟ ବିଷୟରେ ସୂଚନା ଦେଇଥାଏ । ଅନେକ ଶାସ୍ତ୍ରରେ ମଧ୍ୟ ଏହି ବିଷୟରେ ବର୍ଣ୍ଣନା କରାଯାଇଛି ।

ଝିଟିପିଟି ମଧ୍ୟ ଏମିତି ଜୀବ ହୋଇଥାଏ ଯାହା ଘରେ ପ୍ରାୟତଃ ଦିଶି ଥାନ୍ତି । ଝିଟିପିଟି କାନ୍ଥ ଉପରେ ଚଢ଼ି ଛୋଟ ଛୋଟ ପୋକ ଖାଇଥାନ୍ତି । ଏହାଦ୍ବାରା ବେଳେବେଳେ ଝିଟିପିଟି ତଳେ ଖସିପଡେ ନହେଲେ ଆମ ଉପରେ ପଡ଼ିଥାଏ । ଅଧିକାଂଶ ଲୋକ ଝିଟିପିଟିକୁ ଘୃଣା କରନ୍ତି । ଏହାକୁ କୈାଣସି ପ୍ରକାରର ନିଜ ଘରୁ ଦୂରେଇ ରଖିବାକୁ ଚେଷ୍ଟା କରନ୍ତି ।

କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଝିଟିପିଟି ଦେଖିବା ବା ଆମ ଶରୀରର ବିଭିନ୍ନ ଅଙ୍ଗରେ ପଡ଼ିବା ଏକ ବିଶେଷ ମହତ୍ତ୍ଵ ହୋଇଥାଏ । ଆଜି ଆମେ ଆପଣଙ୍କୁ କହିବୁ ଝିଟିପିଟି ବିଷୟରେ ଯାହା ଉପରେ ପଡ଼ିଲେ କଣ ହୋଇଥାଏ । ଅଧିକାଂଶ ପୁରୁଷ ମାନଙ୍କ ଡାହାଣ ପଟ କାନ୍ଦ ଏବଂ ମହିଳା ମାନଙ୍କ ବାମ ପଟ କାନ୍ଧରେ ଗଳିବା ଶୁଭ ବୋଲି ମାନନ୍ତି ।

ଶାସ୍ତ୍ରରେ କୁହାଯାଇଛି ଘରେ ଝିଟିପିଟି ଦେଖିବା କି ମୁଣ୍ଡ ଉପରେ ଗଳିବା ଏହାକୁ ଶୁଭ ବୋଲି ମାନନ୍ତି । ଶାସ୍ତ୍ରରେ ଝିଟିପିଟିକୁ ମା ଲକ୍ଷ୍ମୀ ବୋଲି ମାନନ୍ତି । ସେଥିପାଇଁ ଝିଟିପିଟି ଆମ ଉପରେ ପଡିବା ଶୁଭ ବୋଲି ମାନନ୍ତି । ଯଦି ଘରେ ଝିଟିପିଟି ଥାଏ ତେବେ ତାକୁ ମାରି ବିଦା କରିବା କଥା ନୁହେଁ । ନଚେତ୍ ତାର ଯିବା ପର୍ଯ୍ୟନ୍ତ ଅପେକ୍ଷା କରିବା ଦରକାର ନହେଲେ ଏପରି ବାହାର କରନ୍ତୁ ଯେମିତି ତାର କ୍ଷତି ନହୁଏ ।

ଯଦି ଦୀପାବଳୀ ଦିନ ଆପଣଙ୍କୁ ଝିଟିପିଟି ନଜର ଆସେ ତେବେ ଭାବନ୍ତୁ ଆପଣଙ୍କ ଭାଗ୍ୟ ଖୋଲିଗଲା । ଆପଣଙ୍କୁ ଧନ ଲାଭର ସମ୍ଭାବନା ଅଛି । ସେଥିପାଇଁ ଝିଟିପିଟିକୁ ହଳଦୀ କୁମକୁମ୍ ଏବଂ ଚାଉଳ ଚଢ଼େଇ ପୂଜା କରିବା ଦରକାର ।

ଯଦି କୌଣସି ବ୍ୟକ୍ତିର ଡାହାଣ ହାତରେ ଝିଟିପିଟି ଖସିପଡେ ତେବେ ବ୍ୟକ୍ତିକୁ କୈାଣସି ବଡ଼ କାର୍ଯ୍ୟରେ ସଫଳତା ମିଳିବାକୁ ଯାଉଛି ଏବଂ ଭବିଷ୍ୟତରେ ଧନ ପ୍ରାପ୍ତିର ଯୋଗ ରହିଥାଏ । ଯଦି ବାମ ହାତରେ ଝିଟିପିଟି ପଡେ ତେବେ ପଇସା ଖର୍ଚ୍ଚ ହେବାର ସମ୍ଭାବନା ଥାଏ । ଯଦି କୌଣସି ବ୍ୟକ୍ତିର ଡାହାଣ ଗାଲରେ ଝିଟିପିଟି ପଡେ ତେବେ ତାହାର ସୁଖ ସମୃଦ୍ଧିର ବୃଦ୍ଧି ହୁଏ । ଯଦି ବାମ ଗାଲରେ ପଡେ ତେବେ ସ୍ଵାସ୍ଥ୍ୟ ସମ୍ବନ୍ଧିତ ସମସ୍ୟା ହୋଇପାରେ ।

ଯଦି ନାକ ଉପରେ ଝିଟିପିଟି ଖସେ ତେବେ ବ୍ୟକ୍ତିର କୈାଣସି ବଡ଼ ସମସ୍ୟା ଦୂର ହେବାକୁ ଯାଉଛି ।

ଯଦି ଝିଟିପିଟି କୈାଣସି ବ୍ୟକ୍ତିର ବେକ ଉପରେ ପଡେ ତେବେ ତାକୁ କଷ୍ଟ ଦେବା ଲୋକ ନିଜେ ବହୁତ ବଡ଼ ଅସୁବିଧାରେ ପଡେ ।

ଯଦି ଡାହାଣ ଗୋଡ଼ରେ କୈାଣସି ଜାଗାରେ ପଡେ ତେବେ ବିଦେଶ ଯାତ୍ରାର ସମ୍ଭାବନା ରହିଥାଏ ଏବଂ ଯଦି ବାମ ଗୋଡ଼ରେ କୈାଣସି ଯାଗାରେ ପଡେ ତେବେ ଏହାକୁ ଅଶୁଭ ସଂକେତ ବୋଲି ମାନନ୍ତି ।

ଯଦି କୌଣସି ମହିଳାଙ୍କ ପିଠି ଉପରେ ଝିଟିପିଟି ପଡେ ତେବେ ଏହାକୁ ବହୁତ ଶୁଭ ବୋଲି ମାନନ୍ତି ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ