ସ୍ତ୍ରୀ ଓ ଝିଅ ଜାଣି ନାହାନ୍ତି ସ୍ଵାମୀ ବୁଖାରି ଜଣେ ବହୁରୂପି ଆତଙ୍କବାଦୀ ।

ଝିଅ କହୁଛି ମୋ ବାପା ଡାକ୍ତର । ସ୍ତ୍ରୀ କହୁଛନ୍ତି ମୋ ସ୍ଵାମୀ CMO ଅଫିସର । କିନ୍ତୁ ସ୍ଵାମୀ ହେଉଛନ୍ତି ଆତଙ୍କବାଦୀ । ହଁ ଦର୍ଶକ ବନ୍ଧୁ ସ୍ତ୍ରୀ ସ୍କୁଲ ଯିବା ପରେ ଓ ଝିଅ ଶୋଇବା ପରେ ଆତଙ୍କବାଦୀ ବୁଖାରି କରନ୍ତି ବ୍ଲୁ ପ୍ରିଣ୍ଟ । ଆଉ ପାକିସ୍ତାନ ସହ ଲିଙ୍କ ମଧ୍ୟ ରଖନ୍ତି । ଆଉ ସବୁ କଥାବାର୍ତ୍ତା ଗୋଟେ ସ୍ପେଶାଲ କୋଡ ୱାର୍ଡ ରେ ଚାଲେ । ଯାହାକୁ ସହଜରେ କେହି ବି ଜାଣି ପାରନ୍ତି ନାହିଁ । ସେଥିପାଇଁ ତ ସତରେ ଭାବନ୍ତି ସ୍ଵାମୀ ଅଫିସ କାମ କରନ୍ତି ।

ଆଉ ଝିଅ ବି ଭାବେ ବାପା କେଉଁ ଜଣେ ରୋଗୀ ଙ୍କ ସହ ବୋଧେ କଥା ହେଉଛନ୍ତି । କିନ୍ତୁ ଝିଅ ଜାଣିନି ତା ପଛରେ ବାପା ଚଲାଇଥିଲା ଆତଙ୍କବାଦୀ କାର୍ଯ୍ୟ କ୍ରମ । ଏବେ ବହୁରୂପି ସାଏଦ ଇଶାନ ବୁଖାରି ଙ୍କୁ ଗିରଫ କରିବା ପରେ କ୍ରାଇମବ୍ରାଞ୍ଚ SDF ହାତରେ ଏବେ ବିଭିନ୍ନ ପ୍ରକାରର ଡକୁମେଣ୍ଟ ହାତରେ ରହିଛି । 2018 ରୁ ଓଡିଶାରେ ରହୁଥିଲା ବୁଖାରି । ପାକିସ୍ତାନ ଲୋକଙ୍କ ସହ ଲିଙ୍କ ରେ ଥିଲା ।

କାଶ୍ମୀର ପୋଲିସର ତାଲିକାର ୱାନ୍ଟେଡ ର ପ୍ରଥମ ରେ ରହିଥିଲା ବୁଖାରି । ପାକିସ୍ତାନର ଆଇଏସଆଇ ଓ କେରଳ ର କିଛି ଦେଶ ବିରୋଧୀ ସଙ୍ଘଠନର ସମ୍ପର୍କରେ ଥିଲା ବୁଖାରି । ଆଉ ଏବେ ଅଧିକ ତଥ୍ୟ ହାସଲ ପାଇଁ ବୁଖାରି ଙ୍କୁ ରିମାଣ୍ଡରେ ଆଣି ଆଦିକ ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚ । ଆତଙ୍କବାଦୀ ଲିଙ୍କ ରେ ସେ ଜଣେ ନା ତା ସହ ଅନ୍ୟ କେହି ସାମିଲ ଅଛନ୍ତି ।

ଆଇଏସଆଇ ବୁଖାରି ର ସମ୍ପର୍କ ରହୁଥିଲା କି ? ଓଡିଶା ବିରୁଦ୍ଧରେ କିଛି ଷଡଯନ୍ତ୍ର ଚାଲିଥିଲା କି ? ଏମିତି ନାନା ପ୍ରଶ୍ନ ସାମନା କୁ ଆସୁଥିବା ବେଳେ ବୁଖାରି ର ପ୍ରେମ ସଂପର୍କକୁ ନେଇ ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆସିଛି । ବୁଖାରି ଯୁବତୀ ମାନଙ୍କୁ ଏମିତି ମିଛ ପ୍ରେମ ଜାଲରେ ଫସାଉ ଥିଲା ଯେ ମହାରାଷ୍ଟ୍ର, ୟୁପି, ପଞ୍ଜାବ, କେରଳ ଓ ଓଡିଶା ସମେତ ବିଭିନ୍ନ ସ୍ଥାନରେ 6 ରୁ 7 ଜଣ ସ୍ତ୍ରୀ ଥିବା ବୁଖାରି ର ସୂଚନା ପାଇଛି SDF ।

ଆଉ ଓଡିଶାରେ ତା ସ୍ତ୍ରୀ ଓ ଝିଅ ଅଛନ୍ତି । ସ୍ତ୍ରୀ ପ୍ରାଇଭେଟ ସ୍କୁଲରେ ଚାକିରି କରୁଥିବା ବେଳେ ସ୍ତ୍ରୀ ସ୍ଵାମୀ ବୁଖାରି ର ଙ୍କ ଏଭଳି କାର୍ଯ୍ୟ କଳାପ ରୁ ବଞ୍ଚିତ ଥିଲେ । ତେବେ ଆତଙ୍କି ଲିଙ୍କ ଧରା ପଡିବା ପରେ NAI ଓ ଇଣ୍ଟାଲ ଏଜେନ୍ସ ବ୍ଯୁରୋ ସହ ଯୋଗାଯୋଗ ରେ ଅଛି ଏସଡ଼ିଏଫ ଯାହା ତଦନ୍ତ ସମୟରେ ଜଣା ପଡିଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।