ଶ୍ରୀକୃଷ୍ଣ ନିଜେ କହିଛନ୍ତି ଏମିତି ହେବ ଦୁଃଖର ଅନ୍ତ -Gita Gyana

ଏହି ଦୁନିଆର ସବୁ ମନୁଷ୍ୟର କିଛି ନା କିଛି ଦୁଃଖ ନିଶ୍ଚିତ ଥାଏ । ଏମିତିରେ ଏହି ଦୁଃଖର ଅନ୍ତ କେବେ ହେବ ଆସନ୍ତୁ ଜାଣିବା ଶ୍ରୀମଦ ଭଗବତ ଗୀତାର ଏକ ଶ୍ଳୋକରେ କୁହାଯାଇଥିବା ଏକ କାହାଣୀ ଦ୍ଵାରା । କହିବାକୁ ଗଲେ ବିବେକ ନାମରେ ଜଣେ ଯୁବକ ଥିଲେ ତାଙ୍କର ପିତା ମାତା ଏକ ଦୁର୍ଘରଣାରେ ମୃତ୍ୟୁ ବରଣ କରିଥିଲେ । ଏମିତିରେ ସେ ଏକୁଟିଆ ହୋଯାଇଥିଲେ । ସେ ଦିନେ ରାସ୍ତାରେ ବୁଲୁଥିବା ବେଳେ ଏକ କୁକୁର ଛୁଆକୁ ଏକୁଟିଆ ଦେଖି ତାକୁ ନିଜ ପାଖରେ ରଖି ତାକୁ ପାଳିବାକୁ ଲାଗିଲା ଓ ଦୁଇ ଜଣ ବହୁତ ଖୁସିରେ ରହିଲେ  ।

ବିବେକ ସବୁ ଦିନ ଅଫିସରୁ ଫେରି କୁକୁରକୁ ବୁଲାଇବାକୁ ନେଉଥିଲା ଓ ଏହା ଦ୍ଵାରା ସେ ନିଜର ଏକାପଣ ଦୂର କରୁଥିଲା । ଏହିଭଲି କୁକୁରକୁ ବୁଲାଉ ଥିବା ସମୟରେ ଦିନେ କୁକୁରଟି ତାହାର ହାତରୁ ଖସି ଯାଇ କୁଆଡେ ଚାଲି ଗଲା ।

ଯେଉଁଠି ଖୋଜିଲେ ବି ମିଳିଲା ନାହିଁ । ବିବେକ ଭାବିଲା କି ଏହି କୁକୁରଟି ତାକୁ ବଞ୍ଚିବାକୁ ରାହା ଦେଖାଇଥିଲା । କିନ୍ତୁ ଭଗବାନ ତାକୁ ମଧ୍ୟ ନେଇ ଗଲେ ସେଥିପାଇଁ ସେ ଭଗବାନଙ୍କ ଉପରେ ରୁଷ୍ଟ ହେଲା । କିଛି ଦିନ ପରେ ଗୋଟିଏ ଝିଅ ବିବେକର କୁକୁରକୁ ଧରି ତାର ଘରକୁ ଆସିଲା । ଏହା ପରେ ବିବେକ କୁକୁରକୁ ଦେଖି ବହୁତ ଖୁସି ହେଲା ଓ କୁକୁରକୁ ଆଣିଥିବା ଝିଅକୁ ବି ଦେଖି ବିବେକ ତାହା ସହିତ ବି ବନ୍ଧୁତା କରିଲା । ଘଟନା କ୍ରମେ ବିବେକ ସେହି ଝିଅକୁ ବିବାହ କରି ଶାନ୍ତିରେ ରହିଲା ଓ ଭଗବାନକୁ ଧନ୍ୟବାଦ ଦେଇ ଖୁସି ହେଲା କି ସେ କେତେ ଭାଗ୍ୟଶାଳୀ ।

ଏହାର କିଛିଦିନ ପରେ ବିବେକର ଏକ ପୁତ୍ର ସନ୍ତାନ ହେଲା । କ୍ରମେ ଏହି ପୁତ୍ର ବଡ ହେବା ପରେ ବିବେକ ତାକୁ ଦିନେ ସ୍କୁଲରୁ ଆଣିବାକୁ ବେଳେ ଦୁର୍ଘଟଣା ହେଲା ଦୁର୍ଘଟଣାରେ ବିବେକ ଛାତିରେ ଆଘାତ ଲାଗିଲା ଓ ସଙ୍ଗେ ସ୍ନାଗେ ତାକୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଲା । ଏହି ସମୟରେ ପୁଣି ଭଗବାନଙ୍କ ଉପରେ ସେ ରୁଷ୍ଟ ହୋଇ କହିଲା ଜୀବନରେ ଖୁସି ଥିବା ବେଳେ ପୁଣି ଏକ ଅଘଟଣ ଓ ବହୁତ ଦୁଖିତ ହେଲା । ଏହି ସମୟରେ ଡାକ୍ତର ତାର ଛାତିର ପରୀକ୍ଷା କରି ବିବେକକୁ କହିଲେ ତୁମେ ଖୁସି ଖବର ଜାଣିବ ନା ଦୁଃଖ ଖବର ଆଗ ଜାଣିବ ।

ବିବେକ ବହୁତ ଦୁଃଖରେ କହିଲା ଆଗ ଦୁଃଖ ଖବର ଜାଣିବାକୁ କହିଲା । ଡାକ୍ତର ତାର ଛାତି ପରିକ୍ଷା କରି ଜାଣିଲେ କି ତୁମକୁ କ୍ୟାନ୍ସର ହୋଇଛି ଓ ଖୁସି ଖବର ହେଲା ଏହି କ୍ୟାନ୍ସର ସାମାନ୍ୟ ଅଛି ଓ ତାହା ଖୁବ ଶୀଘ୍ର ଭଲ ହୋଇଯିବ । ଏହା ପରେ ପୁଣି ସେ ଭଗବାନଙ୍କୁ ଧନ୍ୟବାଦ ଦେଲା କି ଦୁର୍ଘଟଣା ଯୋଗୁଁ ତାର କ୍ୟାନ୍ସର ପ୍ରଥମ ଚରଣରେ ଥିବାର ସେ ଜାଣି ପାରିଲା ଓ ବର୍ତ୍ତମାନ ସେ ଭଲ ହୋଇଯିବ ।

ସେଥିପାଇଁ ଆମେ ଜାଣିପାରୁନା କି ଯାହା ଠିକ ହୋଇଥାଏ ତାହା ଆମକୁ ଭୁଲ ଲାଗେ ଓ ଯାହା ଭୁଲ ହୋଇଥାଏ ତାହା ଆମକୁ ଠିକ ଲାଗେ । ପ୍ରଥମେ ବିବେକର କୁକୁର ହଜିଗଲା ଓ ତା ପରେ ଦୁର୍ଘଟଣା ହେଲା । ଲାଗିଲା ବହୁତ ଖରାପ ହେଲା କିନ୍ତୁ ପରେ ଏହି ଦୁଇଟି ଘଟଣା ବିବେକକୁ ଖୁସି ଦେଲା । ଏହି ପରି ଆମ ଜୀବନରେ ଖୁସି ପରେ ଦୁଃଖ ଓ ଦୁଃଖ ପରେ ଖୁସି ଆସେ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।