ଆସନ୍ତା ଜୁଲାଇ ମାସ ୧୪ ତାରିଖରୁ ପବିତ୍ର ଶ୍ରାବଣ ମାସ ଆରମ୍ଭ ହେବାକୁ ଯାଉଛି । ଏହି ଶ୍ରାବଣ ମାସ ଆସନ୍ତା ଅଗଷ୍ଟ ମାସ ୧୨ ତାରିଖରେ ସମାପ୍ତ ହେବ । ଏଥର ଶ୍ରାବଣ ମାସରେ ଚାରୋଟି ସୋମବାର ପଡୁଛି । ପ୍ରଥମ ସୋମବାର ୧୮ ଜୁଲାଇ, ଦ୍ଵିତୀୟ ସୋମବାର ୨୫ ଜୁଲାଇ, ତୃତୀୟ ସୋମବାର ୧ ଅଗଷ୍ଟ ଓ ଚତୁର୍ଥ ସୋମବାର ୮ ଅଗଷ୍ଟ ଦିନ ପଡୁଛି । ଶ୍ରାବଣ ମାସରେ ପଡୁଥିବା ସୋମବାରର ବିଶେଷ ମହତ୍ଵ ରହିଥାଏ ।

ମାନ୍ୟତା ରହିଛି ଯେଉଁ ବ୍ୟକ୍ତି ଶ୍ରାବଣ ସୋମବାରରେ ବିଧିପୂର୍ବକ ଭଗବାନ ଶିବଙ୍କର ପୂଜାର୍ଚ୍ଚନା କରନ୍ତି ତାଙ୍କର ସବୁ ମନସ୍କାମନା ପୂର୍ଣ୍ଣ ହୋଇଥାଏ । ଜ୍ଯୋତିଷ ଅନୁସାରେ ଆସନ୍ତା ଶ୍ରାବଣ ମାସରେ ତିନୋଟି ରାଶି ଉପରେ ପ୍ରଭୁ ଶଙ୍କରଙ୍କ କୃପା ପଡିବାକୁ ଯାଉଛି । ମହାଦେବଙ୍କ ଶୁଭଦୃଷ୍ଟି ଏହି ତିନୋଟି ରାଶି ଉପରେ ସର୍ବଦା ଲାଗି ରହିବ । ତେବେ ଆସନ୍ତୁ ଜାଣିବା କଣ ସେହି ତିନିଗୋଟି ରାଶି ଯେଉଁମାନଙ୍କ ଉପରେ ଏହି ଶ୍ରାବଣ ମାସରେ ପ୍ରଭୁ ଶିବଙ୍କର କୃପା ବର୍ଷିବାକୁ ଯାଉଛି ।
ମେଷ ରାଶି: ଏହି ରାଶିର ଲୋକଙ୍କ ପାଇଁ ଆସନ୍ତା ଶ୍ରାବଣ ମାସଟି ବହୁତ ଶୁଭ ରହିବ । ମହାଦେବଙ୍କ କୃପାରୁ ଆପଣଙ୍କ ଆର୍ଥିକ ପରିସ୍ଥିତି ମଜବୁତ ହେବାକୁ ଲାଗିବ ଓ ଅଧୁରା ରହିଥିବା କାମ ପୂରଣ ହେବ । ସବୁ କାମରେ ଆପଣଙ୍କୁ ସଫଳତା ମିଳିବ ଓ ସମସ୍ତ କାର୍ଯ୍ୟରେ ସହକର୍ମୀ ଏବଂ ଗୁରୁଜନ ମାନଙ୍କର ସହଯୋଗ ମିଳିବ ।

ଆପଣଙ୍କ ଉପରେ ପ୍ରଚୁର ଧନ ବର୍ଷାର ମଧ୍ୟ ସୁଯୋଗ ରହିଛି । ଏହି ସମୟରେ ଆପଣ ଯେଉଁ କାର୍ଯ୍ୟରେ ମଧ୍ୟ ହାତ ଦେବେ ସେହି କାର୍ଯ୍ୟରେ ନିଶ୍ଚୟ ସଫଳତା ଲାଭ କରିବେ । ମହାଦେବ ଆପଣଙ୍କର ସବୁ ମନୋବାଞ୍ଛା ପୂର୍ଣ୍ଣ କରିବାକୁ ଯାଉଛନ୍ତି । ପ୍ରେମ ଜୀବନ ଦୃଷ୍ଟିରୁ ମଧ୍ୟ ମାସଟି ବେଶ ଉତ୍ତମ ରହିବ । ଜୀବନସାଥିଙ୍କ ସହ ସମ୍ପର୍କ ସୁଦୃଢ ହେବ ।
କର୍କଟ ରାଶି: ଆପଣଙ୍କ ଉପରେ ପ୍ରଭୁ ଭଗବାନ ଶିବଙ୍କ କୃପା ବିଶେଷ ଭାବେ ବର୍ଷିବାକୁ ଯାଉଛି । ଏହି ଶ୍ରାବଣ ମାସରେ ଆପଣଙ୍କ କାର୍ଯ୍ୟରେ ଆସୁଥିବା ବାଧା ସଂପୂର୍ଣ୍ଣ ଭାବେ ଦୂର ହେବ । ମହାଦେବଙ୍କ କୃପାରୁ ଆପଣଙ୍କ ଧନରେ ବୃଦ୍ଧି ହେବାର ଅନେକ ସମ୍ଭାବନା ନଜର ଆସୁଛି ।
ଅଚାନକ ଭାବେ ପ୍ରଚୁର ଆମଦାନୀ ହେବ ଓ ନୂଆ କାମରେ ଶୀଘ୍ର ସଫଳତା ମିଳିବ । ବେପାର ବାଣିଜ୍ୟ କ୍ଷେତ୍ରରେ ବୃଦ୍ଧି ହେବା ସହ ଆପଣ କରିଥିବା ସବୁ ଯୋଜନା କାର୍ଯ୍ୟକାରୀ ହେବ । ଚାକିରି କ୍ଷେତ୍ରରେ ମଧ୍ୟ ଶୁଭଫଳ ପ୍ରାପ୍ତି ହେବ । କୋର୍ଟ କଚେରୀ ମାମଲା ଶୀଘ୍ର ସମାଧାନ ହେବ ।

କନ୍ୟା ରାଶି: ଆପଣଙ୍କ ପାଇଁ ମଧ୍ୟ ଏହି ଶ୍ରାବଣ ମାସଟି ଅତ୍ୟନ୍ତ ଶୁଭ ରହିବ । କର୍ମକ୍ଷେତ୍ରରେ ଆପଣ ଉନ୍ନତି କରିବେ ଓ ନିଜର ଅଲଗା ପରିଚୟ ସୃଷ୍ଟି କରିବେ । ଯାତ୍ରାରୁ ମଧ୍ୟ ଭଲ ଲାଭ ମିଳିବ । କୌଣସି ନିବେଶ କରିବା ପାଇଁ ଏହି ଶ୍ରାବଣ ମାସ ଭଲ ସମୟ ରହିବ ।
ବିଦେଶ ଯାତ୍ରାର ସୁଯୋଗ ମଧ୍ୟ ଆପଣଙ୍କ ହାତର ରହିଛି । ଅଟକି ରହିଥିବା କାର୍ଯ୍ୟ ମଧ୍ୟ ଚାଲୁ ହେବ । ଏହି ସମୟରେ ପରିବାରରେ ସୁଖଶାନ୍ତିର ବାତାବରଣ ଲାଗି ରହିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।