ଶ୍ରମିକ ସ୍ପେଶାଲ ଟ୍ରେନରେ ଆସୁଥିବା ମହିଳାର ଏହି ଡକ୍ଟର କରାଇଲେ ଡେଲିଭରି, ଶିଶୁର ନାଁ ରଖାଗଲା ଏମିତି କି ଆପଣ ଗର୍ବ କରିବେ

କରୋନା ଭାଇରସର ବଢୁଥିବା ସଂକ୍ରମଣ ରୋକିବା ପାଇଁ ଦେଶସାରା ଲକଡାଉନ ଜାରି କରାଯାଇଛି । ଏହା ମଧ୍ୟରେ ଶନିବାର ସନ୍ଧ୍ୟା ସମୟରେ ଅହମଦାବାଦରୁ ଗୋଂଡା ଯାଉଥିବା ଶ୍ରମିକମାନଙ୍କ ସ୍ପେଶାଲ ଟ୍ରେନର ଏକ କୋଚରେ ବସିଥିବା ମହିଳାଙ୍କୁ ପ୍ରସବ ପୀଡା ହେବା ପରେ କାନପୁର ସେଣ୍ଟ୍ରାଲ ଷ୍ଟେସନ ଉପରେ ରେଲୱେ କର୍ମଚାରୀମାନେ ସେହି ମହିଳାକୁ ଓଲହାଇ ଦେଲେ । ଏହା ପରେ ଡଫରିନ ହସ୍ପିଟାଲର ଡାକ୍ତର କବିତା ୟାଦବ ପ୍ଲାଟଫର୍ମରେ ହିଁ ମହିଳାର ଡେଲିଭରି କରିଲେ ।

ଏହା ପରେ ମା ଓ ସନ୍ତାନକୁ ଡଫରିନ ହସ୍ପିଟାଲରେ ଭର୍ତ୍ତି କରାଗଲା । କହିବାକୁ ଗଲେ ଗର୍ଭବତୀ ମହିଳା ଯାହାର ନାମ ଫୁଲକୁମାରୀ ଅଟେ ସେ ଏକ ଝିଅକୁ ଜନ୍ମ ଦେଇଛି । ମହିଳା ଜଣକ କହିଲା ସେ ନିଜ ଝିଅର ନାମ କବିତା ରଖିବ । ଅନ୍ୟ ପଟେ ଡାକ୍ତର କବିତା କହିଲେ କି ଏହି ସମୟ ଆମର ଟିମକୁ ଓ ମୋତେ ସବୁଦିନ ମନେ ରହିବ ।

କହିବାକୁ ଗଲେ କାନପୁର ଷ୍ଟେସନରେ ପ୍ରବାସୀ ଶ୍ରମିକ ଓ ଯାତ୍ରୀମାନଙ୍କ ସ୍କାନିଙ୍ଗ କରୁଥିବା ମେଡିକାଲ ଟିମ ଉଦାରତାର ପରିଚୟ ଦେଇଛନ୍ତି । ଶ୍ରମିକମାନଙ୍କ ସ୍ପେଶାଲ ଟ୍ରେନରେ ମୋତିଲାଲ ନିଜର ପତ୍ନୀ ଫୁଲକୁମାରୀ ସହିତ ବଲରାମପୁର ଯାଉଥିଲା । ଫୁଲକୁମାରୀ ଗର୍ଭବତ୍ତୀ ଥିଲେ । ଏହି ସମୟରେ ହଠାତ ଫୁଲକୁମାରୀକୁ ପ୍ରସାବ ପୀଡା ହେବା ପରେ ଅନ୍ୟ ଶ୍ରମିକମାନେ ଚିତ୍କାର କରିଲେ । ବ୍ୟଥାରେ ଥିବା ଗର୍ଭବତୀ ମହିଳାର ଆବାଜ ଶୁଣିବା ପରେ ସେହି ସମୟରେ ଡାକ୍ତର ସ୍କାକିଙ୍ଗ ଛାଡି ସେହି ମହିଳାକୁ ସାହାର୍ଯ୍ୟ କରିଲେ ।

ସେହି ଗର୍ଭବତୀ ମହିଳା ଏକ ସୁନ୍ଦର ଶିଶୁକୁ ଜନ୍ମ ଦେଲା । ଡା. କବିତା କହିଲେ କି ତାହାର ପ୍ରଫେଶନ ଠାରୁ ବଳି ଆଉ କିଛି ଜିନିଷ ଅଛି, ତାହା ଅଟେ ମାନବିକତା । ଯଦି ସେହି ମହିଳା ପିଡାର ଆବାଜ ଶୁଣିବା ପରେ ବି ଯଦି ସେ ତାହାର ସାହାର୍ଯ୍ୟ ନ କରିଥାନ୍ତେ ତେବେ ଭଗବାନ କେବେ ବି ମୋତେ କ୍ଷମା କରି ନ ଥାନ୍ତେ ।

ସବୁ ଡାକ୍ତରକୁ ନିଜର ଧର୍ମ ଓ ଦାୟିତ୍ଵ ଉଭୟକୁ ପାଳନ କରିବା ଉଚିତ । ମୁଁ କିଛି ଉପକାର କରି ନାହିଁ । ଅସୁବିଧା ସମୟରେ ମଣିଷ ହିଁ ମଣିଷର କାମରେ ଆସିଥାଏ । ସବୁ ବ୍ୟକ୍ତିଙ୍କୁ ଏହି କଥା ଧ୍ୟାନ ରଖିବା ଉଚିତ । ଏହା ପରେ ଯେତେବେଳେ ଡା. କବିତାଙ୍କୁ ପ୍ରଶ୍ନ କରାଗଲା କି ଯେଉଁ ମହିଳାର ସେ ପ୍ରସବ କରାଇଲେ ତାହାର ପରିଜନମାନେ ତାଙ୍କ ନାମରେ ହିଁ ନିଜ ଝିଅର ନାମ କବିତା ରଖିଛନ୍ତି ଏଥିରେ ତାଙ୍କର କଣ କହିବାର ଅଛି । ତେବେ ସେ କହିଲେ କି ମୁଁ ଧନ୍ୟବାଦ ଦେବାକୁ ଚାହୁଁଛି ଯେଉଁ ମା ର ଏତେ ଭଲ ଚିନ୍ତାଧାରା ଅଟେ ।

ଏହି ପୁରା ମାମଲା ଉପରେ କାନପୁର ସେଣ୍ଟ୍ରାଲ ଷ୍ଟେସନର ଡାୟରେକ୍ଟର ଡା. ହିମାଂଶୁ ଶେଖର ଉପାଧ୍ୟାୟ କହିଲେ କି ଯେତେବେଳେ ସେ ଏହି ମାମଲା ବିଷୟରେ ଜାଣି ପାରିଲେ ତେବେ ସଙ୍ଗେ ସଙ୍ଗେ ସେ ପ୍ଲାଟଫର୍ମକୁ ପହଞ୍ଚି ଗଲେ । କିନ୍ତୁ ସେତିକି ସମୟ ପର୍ଯ୍ୟନ୍ତ ପ୍ରସାବ ହୋଇ ସାରିଥିଲା । ଏହା ପରେ ଏମ୍ବୁଲାନ୍ସ ସାହାର୍ଯ୍ୟରେ ସନ୍ତାନ ଓ ମାକୁ ଡଫରିନ ହସ୍ପିଟାଲ ଭର୍ତ୍ତି କରା ଯାଇଛି । ଯେଉଁଠି ଦୁଇ ଜଣ ସୁସ୍ଥ ଅଟେ । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।