ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପବିତ୍ର ଶ୍ରାବଣର ମାସର ଶୁଭାରମ୍ଭ ହୋଇସାରିଛି । ଏହି ମାସଟି ଅତ୍ୟନ୍ତ ପବିତ୍ର ମାସ ବୋଲି ଧରା ଯାଇଥାଏ । ଏତେ ବର୍ଷ ପରେ ଏହି ବର୍ଷ ଯୋଡା ଶ୍ରାବଣ ମାସ ପଡିବା ପାଇଁ ଯାଉଅଛି । ତେବେ ଏହି ମାସରେ କ’ ଣ କରିବା ଉଚିତ ଓ କ’ ଣ କରିବା ଅନୁଚିତ ଚାଲନ୍ତୁ ସେହି ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରି ଜାଣିନେବା । ଶ୍ରାବଣ ମାସ ପ୍ରଭୁ ଶିବଙ୍କର ଭକ୍ତ ପାଇଁ ଅନେକ ସୁଖ ଓ ସମୃଦ୍ଧି ଧରି କରି ଆଣିଥାଏ । ତେବେ ଯେଉଁ ମାନେ ଶ୍ରାବଣ ମାସର ବ୍ରତ କରିଛନ୍ତି ।
ସେମାନେ ଏହି ମାସରେ କାହା ଠାରୁ ମଧ୍ୟ ଉଦ୍ଧାରରେ ଆଣିଥିବା ଜିନିଷ ଖାଇବା ଉଚିତ ହୋଇନଥାଏ । ଖାଲି ଶ୍ରାବଣ ବ୍ରତ କାହିଁକି କୌଣସି ବ୍ରତରେ ମଧ୍ୟ କାହା ଘରୁ ମାଗିଆଣିଥିବା ଖାଦ୍ୟ ଖାଇବା ଅନୁଚିତ । ଶ୍ରାବଣର ବ୍ରତ ହେଉ କିମ୍ବା କୌଣସି ଷୋମବାର ମଧ୍ୟ ନାସପାତି ଖାଇବେ ନାହିଁ । କାରଣ ଷୋମବାର ଦିନ ଏହି ଫଳ ଖାଇବା ବର୍ଜନ କରାଯାଇଥାଏ । ଘରେ ରହିଥିବା ଅଧିକରୁ ଅଧିକ ପୁରୁଣା ଅଟାକୁ ମଧ୍ୟ ଖାଇବା ଅନୁଚିତ । କାରଣ ଏହି ଅଟାରେ କୀଟପତଙ୍ଗ ଆଦି ଆସି ପଡିଥାନ୍ତି ।
ତେଣୁ ନୂଆ ଅଟାରେ ଖାଦ୍ୟ ପ୍ରସ୍ତୁତ କରି ଖାଇବାକୁ ଭଲ କୁହାଯାଇଥାଏ । ବନ୍ଧୁଗଣ ଆପଣଙ୍କ ଘରେ ହେଉ ଅବା ମନ୍ଦିରରେ ଯେଉଁ ସ୍ଥାନରେ ମହାପ୍ରଭୁ ଶଙ୍କରଙ୍କର ପ୍ରତିମୂର୍ତ୍ତି ରହିଥାଏ । ସେହି ସ୍ଥାନରେ ଏହି ୫ ଟି ଜିନିଷ ରଖିବା ଜମାରୁ ମଧ୍ୟ ଉଚିତ ନୁହେଁ । ମହାଦେବଙ୍କ ପ୍ରତିମୂର୍ତ୍ତି ଥିବା ସ୍ଥାନକୁ ଜୋତାଚପଲ ଆଦି ମାଡି କରି କେବେ ମଧ୍ୟ ଯାଆନ୍ତୁ ନାହିଁ । ନଚେତ ଆପଣଙ୍କୁ ଶିବ ପୂଜାର କୁପରିମାଣ ମିଳିଥାଏ ।
ମହିଳା ମାନେ ନିଜର ମାସିକ ଧର୍ମ ହୋଇଥିଲେ । ଭୁଲରେ ସୁଦ୍ଧା ଶିବ ମନ୍ଦିରକୁ ପ୍ରବେଶ କରିବେ ନାହିଁ । କି ଘରେ ଥିବା ଶିବଙ୍କ ପ୍ରତିମୂର୍ତ୍ତିକୁ ମଧ୍ୟ ସ୍ପର୍ଶ କରିବେ ନାହିଁ । ବହୁ ଲୋକ ନିଜ ଘରେ ଶିବ ଲିଙ୍ଗର ପ୍ରତିମୂର୍ତ୍ତି ରଖି ପୂଜା କରିଥାନ୍ତି । ହେଲେ ଯଦି ଘରେ ଶିବଲିଙ୍ଗ ରଖିଥାନ୍ତି । ତେବେ ତାହା ଉପରେ ପ୍ରତିଦିନ ଜଳ ମଧ୍ୟ ଅର୍ପଣ କରିବା ଉଚିତ । କାରଣ ଅନେକ ଲୋକ ଘରେ ଶିବଲିଙ୍ଗ ତ ରଖିଥାନ୍ତି । ହେଲେ ତାହା ଉପରେ ସର୍ବଦା ଜଳ ଅର୍ପଣ କରନ୍ତି ନାହିଁ ।
ଘରର ତୁଳସୀ ରଖିଥିବା ସ୍ଥାନରେ କେବେ ମଧ୍ୟ ଶିବଙ୍କର ପ୍ରତିମୂର୍ତ୍ତି ରଖନ୍ତୁ ନାହିଁ । ଏହା କରିବା ଦ୍ଵାରା ଘୋର ଅନର୍ଥ ଚାଲି ଆସିଥାଏ । ସୋମବାର ଦିନ ପ୍ରଭୁ ଶଙ୍କରଙ୍କୁ ନିଷ୍ଠାର ସହ ବେଲପତ୍ର ଅର୍ପଣ କରୁଥିବା ବ୍ୟକ୍ତିଙ୍କ ଉପରେ ମହାଦେବ ସର୍ବଦା ପ୍ରସନ୍ନ ରହିଥାନ୍ତି । ଅଷ୍ଟମୀ, ନବମୀ, ଚତୁର୍ଦ୍ଧଶୀ, ସଙ୍କ୍ରାନ୍ତି, ଅମାବାସ୍ୟା ଓ ସୋମବାର ଦିନ ବେଲପତ୍ର ଘଛରୁ ବେଲପତ୍ର ତୋଳିବେ ନାହିଁ । ପୂଜାର ଗୋଟିଏ ଦିନ ପୂର୍ବରୁ ହିଁ ବେଲପତ୍ର ତୋଳି ଘରେ ରଖିଦେଇଥିବେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ