ସ୍ପେନ ଓ ଇଟାଲୀରେ କରୋନା ଦ୍ଵାରା ଏତେ ଲୋକଙ୍କ ମୃତ୍ୟୁ ହେଉଛି କି ଅନ୍ତିମ ସଂସ୍କାର ଏବେ ୱେଟିଙ୍ଗରେ

ଇଟାଲୀ ଓ ସ୍ପେନରେ କରୋନା ଭାଇରସ ଦ୍ଵାରା ଏତେ ଲୋକଙ୍କର ମୃତ୍ୟୁ ହେଉଛି କି ସେଠାରେ ଅନ୍ତିମ ସଂସ୍କାରରେ ବି ୱେଟିଙ୍ଗ ଲାଗୁ କରି ଦିଆ ଯାଇଛି । କରୋନା ଭାଇରସ କାରଣରୁ ସେଠାରେ ଏତେ ସଂଖ୍ୟାରେ ଲୋକଙ୍କ ଜୀବନ ଯାଉଛି କି ଶବର ଅନ୍ତିମ ସଂସ୍କାର ବି ଏକ ବଡ ସମସ୍ୟା ହୋଇ ଯାଇଛି । ଏହା ଛଡା କେତେକ ସ୍ଥାନରେ ଲକଡାଉନର ଏତେ କଡା ନିୟମ ଅଛି କି ପରିଜନମାନେ ବି ଅନ୍ତିମ ସଂସ୍କାର ସହିତ ଯାଇ ପାରୁ ନାହାନ୍ତି ।

ଇଟାଲୀର ବେରଗାମୋ ସହର ରାସ୍ତାରେ ଗତ କିଛି ଦିନ ହେବ ଲଗାତାର ମିଲିଟ୍ରୀର ଟ୍ରକ ନଜର ଆସୁଛି । କରୋନା ଭାଇରସ ଏତେ ଲୋକଙ୍କ ଜୀବନ ନେଉଛି କି ଶବକୁ ନେଇ ଯିବା ପାଇଁ ଅନ୍ୟ କୌଣସି ଉପାୟ ବି ବଞ୍ଚି ନାହିଁ । ଟ୍ରକ ଲାଇନ ହୋଇ ଚାଲୁ ଥିବାର କିଛି ଭିଡିଓ ବି ଇଣ୍ଟର୍ନେଟରେ ବହୁତ ଭାଇରାଲ ହେଉଛି । ବେରଗାମୋ ଇଟାଲୀର ସେହି ଅଞ୍ଚଳ ଅଟେ ଯେଉଁଠି କରୋନାର ଆତଙ୍କ ସବୁଠୁ ଅଧିକ ଅଛି । ଗୋଟିଏ ସପ୍ତାହ ମଧ୍ୟରେ ଏଠି ୩୦୦୦ ଲୋକଙ୍କ ଜୀବନ ଚାଲି ଯାଇଛି ।

ଅନ୍ତିମ ସଂସ୍କାରକୁ ଯାଇ ପାରୁ ନାହାନ୍ତି ପରିଜନ

ଏହି ସମସ୍ତ ବ୍ୟକ୍ତିଙ୍କ ମୃତ୍ୟୁ ହସ୍ପିଟାଲରେ ହୋଇଛି । ଯେଉଁଠି ମୃତ୍ୟୁ ବରଣ କରୁଥିବା ଲୋକମାନଙ୍କ ହାତ ଧରିବା ପାଇଁ ବନ୍ଧୁ, କୌଣସି ସମ୍ପର୍କୀୟ ବି ନାହାନ୍ତି । ସଂକ୍ରମଣର ଭୟରେ ହସ୍ପିଟାଲକୁ କେହି ରୋଗୀକୁ ଦେଖା ବି କରିବାକୁ ଯାଉ ନାହିଁ । କେତେକ ପରିବାରରେ କିଛି ସଦସ୍ୟମାନେ ନିଜେ ବି କ୍ଵାରଂଟୀନରେ ଅଛନ୍ତି । ମୃତ୍ୟୁର ଏହି ଖେଳରେ ସମସ୍ତ ସର୍ତ୍ତ ଭାଇରସ ହିଁ ଠିକ କରୁଛି ।

ଏହି ଭାଇରସ ଦ୍ଵାରା ମୃତ୍ୟୁ ବରଣ କରିଥିବା ବ୍ୟକ୍ତିର ଅନ୍ତିମ ସଂସ୍କାରକୁ ପରିଜନମାନେ ଏଥିପାଇଁ ଯାଉ ନାହାନ୍ତି କାରଣ ସଂକ୍ରମଣ ତାଙ୍କୁ ବି ହୋଇପାରେ । ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁ ପରେ ବ୍ୟକ୍ତିର ଅନ୍ତିମ ସଂସ୍କାର ସମୟରେ ଏକ ଖାସ ଉପାୟରେ ତାଙ୍କୁ ସମ୍ମାନ ଦେବା ପାଇଁ ପରମ୍ପରା ସବୁ ଜାଗାରେ ଅଛି । କିନ୍ତୁ ଏମିତି ଲାଗୁଛି କି ଧୀରେ ଧୀରେ ଏହି ମହାମାରୀ ଦ୍ଵାରା ତାହା ବି ଶେଷ ହୋଇ ଯାଉଛି ।

ଅନ୍ତିମ ସଂସ୍କାର ପାଇଁ ଶବ ସହିତ ଯିବା ପାଇଁ ବି ଅନୁମତି ନାହିଁ

ଇଟାଲୀ ଓ ସ୍ପେନ ବର୍ତ୍ତମାନ ସମୟରେ ଲକଡାଉନ ଅଛି । ଏମିତିରେ କାହାକୁ ବି ଅନ୍ତିମ ସଂସ୍କାରରେ ଯିବା ପାଇଁ ଅନୁମତି ନାହିଁ । ସରକାର ହିଁ ଅନ୍ତିମ ସଂସ୍କାର କରୁଛନ୍ତି । ମୃତ୍ୟୁର ସଂଖ୍ୟା ଏତେ ଅଧିକ ଅଟେ କି ଅନ୍ତିମ ସଂସ୍କାର ପାଇଁ ୱେଟିଙ୍ଗ ଲିସ୍ଟ ରହିଛି । କେବଳ ଏହି ରୋଗରେ ପୀଡିତ ଲୋକମାନେ ନିଜର ପରିଜନ ମାନଙ୍କୁ ଫୋନ ଓ ଭିଡିଓ କଲ କରୁଛନ୍ତି ।