କରୋନାର ଯୁଦ୍ଧରେ ଆଗକୁ ଆସିଲେ ବାହୁବଳି ପ୍ରଭାସ, ସାହାର୍ଯ୍ୟ ପାଇଁ ଡୋନେଟ କରିଲେ ଏତେ କୋଟି ଟଙ୍କା

କରୋନା ଭାଇରସ ସହ ଲଢିବା ପାଇଁ ପୁରା ଦେଶ ଲକଡାଉନ ଅଛି । ୨୧ ଦିନର ଏହି ଲକଡାଉନ ଓ ଏହି ଭୟଙ୍କର ରୋଗ ସହ ଲଢିବା ପାଇଁ ସରକାର ପୁରା ଚେଷ୍ଟା କରୁଛନ୍ତି । ୨୧ ଦିନ ପର୍ଯ୍ୟନ୍ତ ଲୋକମାନଙ୍କୁ ଘରୁ ନ ବାହାରିବା ପାଇଁ ବି ଉପଦେଶ ଦିଆ ଯାଇଛି । କିନ୍ତୁ ଏହା ବି ସତ ଅଟେ କି ଲକଡାଉନ କାରଣରୁ ଦେଶର ଆର୍ଥିକ ଅବସ୍ଥା ଉପରେ ବି ବହୁତ ପ୍ରଭାବ ପଡିବ । କିନ୍ତୁ ଅନ୍ୟ ପଟେ କରୋନା ଭାଇରସ ସହ ଲଢିବା ପାଇଁ ୨୧ ଦିନର ଲକଡାଉନ ପରେ ଫିଲ୍ମ ଇଣ୍ଡଷ୍ଟ୍ରିର କିଛି ଷ୍ଟାର ସାହାର୍ଯ୍ୟ ପାଇଁ ଆଗକୁ ଆସିଛନ୍ତି । ଏହା ମଧ୍ୟରେ ତେଲୁଗୁ ଷ୍ଟାର ପ୍ରଭାସଙ୍କ ନାମ ବି ସାମିଲ ଅଛି ।

ପବନ କଲ୍ୟାଣ, ଚିରଂଜୀବୀ, ରଜନୀକାନ୍ତ ଓ ନିତିନ ଭଳି ଷ୍ଟାର ସୋସିଆଲ ମିଡିଆରେ ଟଙ୍କା ଡୋନେଟ କରିବା ପାଇଁ ଘୋଷଣା କରି ସାରିଛନ୍ତି । ଏହା ଛଡା ସେମାନେ ଆନ୍ଧ୍ରପ୍ରଦେଶ ଓ ତେଲାଂଗନା ସୀଏମ ରିଲିଫ ଫଣ୍ଡକୁ ବି କିଛି ଟଙ୍କା ଡୋନେଟ କରିଛନ୍ତି । ଏହା ମଧ୍ୟରେ ଫିଲ୍ମ ‘ବାହୁବଳି’ର ସବୁଠୁ ଚର୍ଚିତ ତେଲୁଗୁ ଷ୍ଟାର ପ୍ରଭାସ କରୋନା ମହାମାରୀ ସହ ଲଢିବା ପାଇଁ ୪ କୋଟି ଟଙ୍କା ଦାନ କରିଛନ୍ତି । ପ୍ରଭାସ ଗୁରୁବାର ଦିନ ୩ କୋଟି ଟଙ୍କା ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ରିଲିଫ ଫଣ୍ଡ ଓ ୫୦ -୫୦ ଲକ୍ଷ ଟଙ୍କା ଆନ୍ଧ୍ରପ୍ରଦେଶ ଓ ତେଲଂଗାନା ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଦେଇଛନ୍ତି ।

ପ୍ରଭାସ ବର୍ତ୍ତମାନ ହିଁ ଜର୍ଜିୟା ରୁ ଫେରିଛନ୍ତି । ଯେଉଁଠି ତାଙ୍କର ଆସନ୍ତା ଫିଲ୍ମ ‘ପ୍ରଭାସ ୨୦’ର ଶୁଟିଙ୍ଗ ଚାଲୁ ଥିଲା । ଯେଉଁଠି ତାଙ୍କ ସହିତ ପୂଜା ହେଗଡେ ବି ଥିଲେ । ସେଠୁ ଫେରିବା ପରେ ଦୁଇ ଜଣ ହିଁ ସୁରକ୍ଷା ଦୃଷ୍ଟିରୁ ନିଜକୁ ୧୪ ଦିନ ପର୍ଯ୍ୟନ୍ତ ସେଲ୍ଫ ଆଇସୋଲେଶନରେ ରଖିଲେ । ପ୍ରଭାସଙ୍କ ପୂର୍ବରୁ ତେଲୁଗୁ ଷ୍ଟାର ପବନ କଲ୍ୟାଣ ୨ କୋଟି, ଟଙ୍କା, ଭଣଜା ରାମଚରଣ ୭୦ ଲକ୍ଷ ଟଙ୍କା ଓ ତାଙ୍କର ତେଲୁଗୁ ସୁପରଷ୍ଟାର ପିତା ଚିରଂଜୀବୀ ୧ କୋଟି ଟଙ୍କା ଓ ଯୁବ ଷ୍ଟାର ମହେଶ ବାବୁ ୧ କୋଟି ଟଙ୍କା ରିଲିଫ ଫଣ୍ଡକୁ ଦାନ କରିଛନ୍ତି ।

ଆପଣଙ୍କୁ କହିଦେଉଛୁ କି ବଲୀଉଡର ପ୍ରଡ୍ୟୁସର ଗିଲ୍ଡ ଅଫ ଇଣ୍ଡିଆ ବି ଦିନ ମଜୁରିଆ ଓ ନିମ୍ନ ମଧ୍ୟମ ବର୍ଗୀୟ ପରିବାରଙ୍କ ପାଇଁ ଏକ ରିଲିଫ ଫଣ୍ଡର ସୁବିଧା ଆରମ୍ଭ କରିଛନ୍ତି । ତାମିଲନାଡୁର ଡାୟରେକ୍ଟର୍ସ ଆସୋସିଏଶନ ଆରକେ ସେଲ୍ୱାମଣି ଏକ ଷ୍ଟେଟମେଣ୍ଟ ଜାରି କରିଥିଲେ ଓ କଳାକାରମାନଙ୍କୁ ଅନୁରୋଧ କରିଥିଲେ କି ଦିନ ମଜୁରିଆ ଓ ଗରିବ ଲୋମାନଙ୍କ ପାଇଁ ବି କିଛି ଟଙ୍କା ଡୋନେଟ କରନ୍ତୁ ।