ସୋରିଷ ତେଲରେ ଏହାକୁ ମିଶାଇ କରି ଲଗାଇବା ଦ୍ଵାରା ଗୋଟିଏ ଗୋଟିଏ ଚୁଟି ମୂଳରୁ ହେବ କଳା

ଆଜି ଆମେ ଆପଣଙ୍କ ପାଇଁ ଧଳା ଚୁଟିକୁ କଳା କରିବା ପାଇଁ ଏକ ସରଳ ଉପାୟ ନେଇ ଆସିଛୁ । ଏହି ଉପାୟକୁ ତିଆରି କରିବା ବହୁତ ସହଜ ଓ ସରଳ ଅଟେ । ଏହାକୁ ଆପଣ ଘରେ ଅତି ସହଜରେ କରି ପାରିବେ ଓ ଏହି ଉପାୟ ବହୁତ ହିଁ ପ୍ରଭାବଶାଳି ଅଟେ । ଯଦି ଆପଣ ଏହି ଉପାୟକୁ ନିଜ ଚୁଟିରେ ଲଗାତାର କରିବେ ତେବେ ଆପଣଙ୍କ ଚୁଟି ବହୁତ ଜଲ୍ଦି ଧଳାରୁ କଳା ହୋଇଯିବ । ତେବେ ଚାଲନ୍ତୁ ଜାଣିବା ସେହି ଉପାୟ ବିଷୟରେ ।

ଏହି ଉପାୟକୁ ତିଆରି କରିବା ପାଇଁ ଆପଣ ପ୍ରଥମେ ଏକ ଲୁହାର କଡେଇ ନିଅନ୍ତୁ । କିନ୍ତୁ ଯଦି ଆପଣଙ୍କ ପାଖରେ ଲୁହାର କଡେଇ ନାହିଁ ତେବେ ଆପଣ ଅଲଗା କୌଣସି ବି ପାତ୍ର ବ୍ୟବହାର କରି ପାରିବେ । କିନ୍ତୁ ଲୁହା କଡେଇ ବ୍ୟବହାର କରିବା ଦ୍ଵାରା ଆପଣଙ୍କୁ ଭଲ ରେଜଲ୍ଟ ମିଳିବ ଓ ଆପଣଙ୍କ ଚୁଟିରେ ଭଲ କଲର ଆସିବ । ଏହି ଉପାୟ କହିବାକୁ ଗଲେ ବହୁତ ଖାସ ଓ ସବୁଠୁ ସରଳ ଅଟେ ।

ଆପଣ ଚିନ୍ତା ବି କରି ନ ଥିବେ କି ଏହା ଏତେ ସହଜ ଅଟେ । ଏହି ଲୁହା କଡେଇକୁ ଆପଣ ପ୍ରଥମେ ଗ୍ୟାସ ଉପରେ ରଖି ଦିଅନ୍ତୁ ଓ କଡେଇକୁ ଗରମ କରନ୍ତୁ । କଡେଇ ଅଳ୍ପ ଗରମ ହୋଇଯିବା ପରେ ଆପଣ ସେଥିରେ ଗୋଟିଏ ବଡ କପ ସୋରିଷ ତେଲ ପକାନ୍ତୁ । ଏଥିରେ ଆପଣ ୩ ଚାମଚ ମହେନ୍ଦି ପାଉଡର ମିଶାନ୍ତୁ । ଏହି ପରିମାଣ ର ସାମଗ୍ରୀ ଗୋଟିଏ ମାସ ବ୍ୟବହାର ପାଇଁ ଅଟେ ।

କହିବାକୁ ଗଲେ ଗୋଟିଏ ମାସ ପାଇଁ ଆପଣ ଗୋଟିଏ ବଡ କପ ସୋରିଷ ତେଲରେ ୩ ଚାମଚ ମେହେନ୍ଦି ବ୍ୟବହାର କରିବେ । ଏହା ପରେ ଆପଣ ଏହି ସୋରିଷ ତେଲ ଓ ମେହେନ୍ଦିକୁ ଭଲ ଭାବରେ ମିଶାଇ diantu ଓ ଏହାକୁ ୫ ମିନିଟ ପର୍ଯ୍ୟନ୍ତ ଗରମ କରନ୍ତୁ । କିନ୍ତୁ ମଝିରେ ମଝିରେ ଏହି ମିଶ୍ରଣକୁ ଏକ ଚାମଚ ଦ୍ଵାରା ମିକ୍ସ କରନ୍ତୁ ଓ ଧ୍ୟାନ ରଖିବେ କି ଏହା ଯେମିତି କଢେଇରେ ନ ଲାଗିବ ।

ଏହା ପରେ ଏହି ତେଲର ରଙ୍ଗ କଳା ହୋଇଯିବ । ଆପଣ ଏହି ତେଲକୁ ୧ ଘଣ୍ଟା ଥଣ୍ଡା କରିବା ପାଇଁ ରଖି ଦିଅନ୍ତୁ । ଏହା ପରେ ଆପଣ ଏହାକୁ କୌଣସି ଏକ କପଡା ଦ୍ଵାରା କିମ୍ବା ଚା’ ଛଣା ଦ୍ଵାରା ଛାଣି ନିଅନ୍ତୁ । ଏହାକୁ ଆପଣ ବାଉଲରେ ଛାଣି ରଖନ୍ତୁ । ଏହାକୁ ସବୁଦିନ ଲଗାଇ ପାରିବେ କିମ୍ବା ସପ୍ତାହକୁ ୨ ରୁ ୩ ଥର ବ୍ୟବହାର କରି ପାରିବେ । ଏହି ତେଲକୁ ଆପଣ ନିଜ ଚୁଟିର ମୂଳରେ ଲଗାନ୍ତୁ ।

ଏହା ପରେ କିଛି ସମୟ ପରେ ଆପଣ ନିଜ ଚୁଟିକୁ ଧୋଇ ଦିଅନ୍ତୁ । ଏହାକୁ ସବୁ ବୟସର ବ୍ୟକ୍ତି ବ୍ୟବହାର କରି ପାରିବେ ଓ ଏହାକୁ ଆପଣ ଲଗାତାର ନିଜ ଚୁଟିରେ ଲଗାନ୍ତୁ ।