ସୋନୁ ସୂଦ ଙ୍କ ଫଟୋରେ ଯେତେବେଳେ ଲୋକ ଚଢେଇଲେ କ୍ଷୀର, ତ ରାଗିଗଲେ ଏହି ହିରୋଇନ ଓ କହିଲେ ଏମିତି…!

ଆମ ଦେଶରେ କରୋନା ମହାମାରୀର ଏପରି ଭୟଙ୍କର ସମୟରେ ବଲିଉଡ଼ ଅଭିନେତା ସୋନୁ ସୁଦ୍ ଯେପରି ଲୋକଙ୍କ ସାହାଯ୍ୟ କରିବା ପାଇଁ ଲାଗି ପଡିଛନ୍ତି, ସେଥିପାଇଁ ତାଙ୍କୁ ସମସ୍ତେ ମସିହା ବୋଲି ଡାକୁଛନ୍ତି ।

କେବଳ ସାଧାରଣ ଜନତା ନୁହେଁ ବରଂ ସେଲିବ୍ରିଟି ମାନେ ମଧ୍ୟ ତାଙ୍କର ପ୍ରଶଂସା କରି କରି ଥକୁ ନାହାଁନ୍ତି । ତେବେ ବର୍ତ୍ତମାନ ତାଙ୍କୁ ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ତେବେ ଆସନ୍ତୁ ଜାଣିବା କଣ ରହିଛି ସେହି ଭିଡ଼ିଓରେ । ଆମ ଦେଶରେ କରୋନା ମହାମାରୀ ଯୋଗୁଁ ଚାଲିଥିବା କଠିନ ସମୟରେ ଅଭିନେତା ସୋନୁ ସୁଦ୍ ସାଧାରଣ ଜନତାଙ୍କ ଠୁ ନେଇ ସେଲିବ୍ରିଟି ମାନଙ୍କୁ ମଧ୍ୟ ସାହାଯ୍ୟର ହାତ ବଢାଇଛନ୍ତି ।

ସେ ଗତ ବର୍ଷ ଠାରୁ ଲଗାତାର ଲୋକଙ୍କ ସାହାଯ୍ୟରେ ଲାଗି ପଡିଛନ୍ତି । ନିଜେ ସମସ୍ତ ଜିନିଷର ତଦାରଖ କରି ସମ୍ଭବପର ସମସ୍ତଙ୍କୁ ସାହାଯ୍ୟ କରୁଛନ୍ତି । ତେବେ ତାଙ୍କର ଏକ ଭାଇରଲ ଭିଡ଼ିଓରେ ଦେଖିବାକୁ ମିଳିଛି କି ସୋନୁ ସୁଦ୍ ଙ୍କ ଏକ ବଡ଼ ଫଟୋ ଉପରେ କିଛି ଲୋକ କ୍ଷୀର ଢାଳି ଅଭିଷେକ କରୁଛନ୍ତି । ଆଜ୍ଞା ହଁ, ଏହି ଭିଡିଓ ଟି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି ।

ତେବେ ଏହି ଭିଡିଓ ଟି ଆନ୍ଧ୍ର ପ୍ରଦେଶର ଚିତୁର ଜିଲ୍ଲାର ଶ୍ରିକଲାହସ୍ତି ନାମକ ସ୍ଥାନର ବୋଲି କୁହା ଯାଉଛି । ସେଠାକାର ପ୍ରଶଂସକ ମାନେ ସୋନୁଙ୍କୁ ନିଜ ପ୍ରେମ ପ୍ରଦର୍ଶନ ସ୍ୱରୂପ ଅନେକ ଲିଟର କ୍ଷୀର ତାଙ୍କର ଏକ ବିଶାଳ ଫଟୋ ଉପରେ ଚଢ଼ାଉଛନ୍ତି । ତେବେ ସୋନୁ ଏହି ଭିଡିଓ କୁ ନିଜ ଟ୍ବିଟର ଆକାଉଣ୍ଟରେ ସେୟାର କରି ଲୋକଙ୍କୁ ଧନ୍ୟବାଦ୍ ଅର୍ପଣ କରିଛନ୍ତି । ସେ ନମ୍ର ଭାବେ ଏହାକୁ ସ୍ୱୀକାର କରୁଛନ୍ତି ବୋଲି ଉଲ୍ଲେଖ କରିଛନ୍ତି ।

ତେବେ ସୋନୁଙ୍କ ପ୍ରଶଂସକ ମାନେ ତାଙ୍କ ପ୍ରତି ନିଜର ପ୍ରେମ ପ୍ରଦର୍ଶନ କରିବା ପାଇଁ ଏପରି କରିଥିବା ବେଳେ, ଟିଭି ଅଭିନେତ୍ରୀ କବିତା କୌଶିକ ଏହି କାର୍ଯ୍ୟ ପ୍ରତି ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି । ତାଙ୍କ କହିବା ଅନୁଯାୟୀ ଲୋକମାନେ ଏହିପରି କଠିନ ପରିସ୍ଥିତି ଦେଇ ଗତି କରୁ ଥିବା ବେଳେ ଓ ଭୋକରେ ପ୍ରାଣ ହରାଉଥିବା ବେଳେ ଏଭଳି ଡ୍ରାମା କରିବାର କୌଣସି ଆବଶ୍ୟକତା ନ ଥିଲା ।

କବିତା ନିଜ ଟ୍ବିଟରେ ଲେଖିଛନ୍ତି, “ଆମେ ସମସ୍ତେ ସୋନୁ ସୁଦ୍ ଙ୍କୁ ଭଲ ପାଉ ଓ ଦେଶ ପ୍ରତି ତାଙ୍କର ନିଃସ୍ଵାର୍ଥପର କାର୍ଯ୍ୟକୁ ଆମ ଦେଶବାସୀ ସବୁବେଳେ ମନେ ରଖିବେ ଓ ତାଙ୍କ ପାଖରେ ଚିର ଋଣୀ ରହିବେ । ମାତ୍ର ମୁଁ ନିଶ୍ଚିତ ଯେ ଏପରି ଅସମୟରେ ଲୋକେ ଖାଇବାକୁ ପାଉ ନ ଥିବା ବେଳେ ସୋନୁ ସୁଦ୍ ନିଜେ ମଧ୍ୟ ଏଭଳି ଅଜ୍ଞାନତା ପୂର୍ଣ୍ଣ କାର୍ଯ୍ୟ ଦେଖି ଦୁଃଖିତ ହେବେ । ଆମ ଲୋକମାନେ ପ୍ରତ୍ୟେକ ବିଷୟ ପ୍ରତି ଏଭଳି ଅତିରିକ୍ତ ଭାବବିହ୍ୱଳ କାହିଁକି ଅଟନ୍ତି ?”

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ । ଧନ୍ୟବାଦ