Sonia ଙ୍କୁ ଖୁସ୍ କରିବେ Naveen ? ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ନେଇ BJD ର ଏଭଳି ଆଭିମୁଖ୍ଯ କାହିଁକି ?

ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନରେ ସାମ୍ନାକୁ ଆସିଛି ବିଜେଡିର ଅସଲ ଚରିତ୍ର । ଆଗରୁ ବିରୋଧ କରୁଥିଲେ ବି ଏବେ ଉଭୟରେ ସାଥ୍ ଦେଇଛି । ଦିନେ ପ୍ରଧାନମନ୍ତ୍ରୀଙ୍କୁ ଅଯୋଗ୍ୟ କହିଥିଲେ କିନ୍ତୁ ଏବେ ତାଙ୍କ ଶରଣାପନ୍ନ ହୋଇଛନ୍ତି । ନବୀନ ପଟ୍ଟନାୟକ କାହିଁକି ଅସହାୟ ହୋଇ ପଡିଛନ୍ତି ଏବେ ତାକୁ ନେଇ ଚର୍ଚ୍ଚା କରୁଛନ୍ତି ଲୋକେ । କେନ୍ଦ୍ରରେ କଂଗ୍ରେସ ଜେଭଳି ଅସହାୟ ହୋଇପଡିଛି ସେହିଭଳି ରାଜ୍ୟରେ ବିଜେଡି ଏଥର ଅସହାୟ ହୋଇ ପଡିଥିବା ସବୁଆଡେ ଚର୍ଚ୍ଚା ହେଉଛି ।

ସବୁବେଳେ ସମଦୂରତ୍ଵ କଥା କହୁଥିବା ନବୀନ ଏବେ ବିଜେପିର ଉଭୟ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ କରିଛନ୍ତି । ୨୦୧୨ ରେ ନବୀନ ନିଜ ତରଫରୁ ପି. ଏସ ସାଙ୍ଗାମାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରାଇଥିଲେ ଆଉ ଏଥିରେ ବିଜେପି ତାଙ୍କୁ ସମର୍ଥନ କରିଥିଲା । କିନ୍ତୁ ଉପରାଷ୍ଟ୍ରପତି ବେଳକୁ ହମିଦ ଅଂଶାରିଙ୍କ ବଦଳରେ ଗୋପାଳକୃଷ୍ଣ ଗାନ୍ଧୀଙ୍କୁ ସମର୍ଥନ କରିଥିଲା ବିଜେପି । ଉଭୟ ସେତେବେଳେ ନିର୍ବାଚନ ହାରି ଯାଇଥିଲେ । ସେହିପରି ୨୦୧୭ ରେ ଉଭୟ ରାଷ୍ଟ୍ରପତି ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କୁ ସମର୍ଥନ କଲେ ।

କିନ୍ତୁ ଉପ ରାଷ୍ଟ୍ରପତି ନିର୍ବାଚନ ବେଳକୁ ବିଜେଡି ସାଂସଦ ଅନୁପସ୍ଥିତ ରହିଲେ । ଆଉ ଏଥର ୨୦୨୨ ରେ ବିଜେପିର ଉଭୟ ପ୍ରାର୍ଥୀଙ୍କୁ ନିଜର ସମର୍ଥନ ଘୋଷଣା କରିଛି ବିଜୁ ଜନତା ଦଳ । ୨୦୧୪ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତତ୍କାଳୀନ ଗୁଜୁରାଟ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ହେବା ପାଇଁ ଅଯୋଗ୍ୟ ବୋଲି କହିଥିଲେ ।

ଆଉ ଏବେ ତାଙ୍କର ଗୋଟିଏ ଟେଲିଫୋନ କଲ୍ ପାଇବେ ମାତ୍ରେ ତୁରନ୍ତ ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ ଘୋଷଣା କରି ଦେଉଛନ୍ତି । ପୂର୍ବ ଥର ମଧ୍ୟ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟେଲିଫୋନ ଯୋଗେ ନବୀନ ପଟ୍ଟନାୟକଙ୍କୁ ସମର୍ଥନ ମାଗିଥିଲେ । ସେତେବେଳେ ନବୀନ ଚୁପ୍ ରହିଥିବା ବେଳେ ଏବେ ଓଡିଆ ଝିଅ ବୋଲି ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କଲେ ।

ହେଲେ ଉପରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ ଧନକଡଙ୍କ ଓଡିଶା ସହ କଣ ସମ୍ପର୍କ ତାହା ବୁଝା ପଡୁନାହିଁ । ଏଥର ବିରୋଧୀ ଦଳ ପକ୍ଷରୁ ଠିଆ ହୋଇଥିବା ଉଭୟ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ପ୍ରାର୍ଥୀ କଂଗ୍ରେସର ତୀବ୍ର ସମାଲୋଚକ । ତଥାପି କଂଗ୍ରେସ ସେମାନଙ୍କୁ ସମର୍ଥନ କରୁଛି ।

ପୂର୍ବାପେକ୍ଷା ବିଜେପିରେ ଦଳ ବୃଦ୍ଧି ପାଇଛି ଓ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵରେ ସରକାର ଏକସାଥିରେ ରହିଛି । ତେବେ ତାଙ୍କୁ ବିରୋଧ କରିବା କିମ୍ବା ତାଙ୍କ ଖିଲାପରେ ଯିବା ପାଇଁ ନବୀନଙ୍କ ଆଉ ବଳ ପାଉନି ବୋଲି ସାଧାରଣରେ ଆଲୋଚନା ହେଉଛି । ଏହି କାରଣରୁ ଉଭୟ ବିଜେପିର ଉଭୟ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କୁ ସେ ସମର୍ଥନ କଉଛନ୍ତି ।

ସେପଟେ ନବୀନ ଓ ସୋନିଆ ଗାନ୍ଧୀଙ୍କ ମଧ୍ୟରେ ପାରିବାରିକ ବନ୍ଧୁତ୍ଵ ରହିଥିବା କଥା ସମସ୍ତଙ୍କୁ ଜଣା । ତେଣୁ ସୋନିଆଙ୍କ ଘୋର ବିରୋଧୀ ମାର୍ଗାରେଟଙ୍କୁ ବିରୋଧ କରି ତାଙ୍କୁ ଖୁସ୍ କରିବାକୁ ନବୀନ ଉଦ୍ୟମ କରୁଛନ୍ତି ବୋଲି ସମସ୍ତେ କହୁଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।