ସେପ୍ଟେମ୍ବରରୁ ପହିଲାରୁ ହେବ ନୂଆ ପରିବର୍ତ୍ତନ, ଲାଗୁ ହେବ ଏହି ସବୁ ନୂଆ ନିୟମ, ଦେଖନ୍ତୁ କଣ ରହିବ ଆପଣଙ୍କ ଉପରେ ଏହାର ପ୍ରଭାବ

ଦେଶରେ ପ୍ରତି ମାସ ପହିଲାରେ କିଛି ନା କିଛି ପରିବର୍ତ୍ତନ କିମ୍ବା ନୂଆ ନିୟମ ଲାଗୁ ହୋଇଥାଏ । ଚଳିତ ବର୍ଷ ସେପ୍ଟେମ୍ବର ମାସରେ ମଧ୍ୟ ଏଭଳି କିଛି ନୂଆ ନିୟମ ଲାଗୁ ହେବାକୁ ଯାଉଛି । ବ୍ଯାଙ୍କ, କାରାବାର ଓ ଘରୋଇ ସହ ଜଡିତ ଚାରୋଟି ନିୟମ ବଦଳିବାକୁ ଯାଉଛି । ଏହି ନୂଆ ନିୟମ ଲାଗୁ ହେବା ପରେ କେଉଁଠି ଆପଣଙ୍କୁ କିଛି ସୁବିଧା ହେବ ତ ଆଉ କେଉଁଠି ଅଳ୍ପ କ୍ଷତି ସହିବାକୁ ପଡିବ । ତେବେ ଚାଲନ୍ତୁ ନଜର ପକାଇବା ସେପ୍ଟେମ୍ବର ମାସରେ ଲାଗୁ ହେବାକୁ ଥିବା ନୂଆ ନିୟମ ଉପରେ ।

PNB ରେ ହ୍ରାସ ପାଇବା ସୁଧହାର । ପଞ୍ଜାବ ନ୍ୟାସନାଲ ବ୍ଯାଙ୍କ ସେପ୍ଟେମ୍ବର ପହିଲାରୁ ଜମା ଖାତାର ସୁଧହାର ହ୍ରାସ କରିବାକୁ ଯାଉଛି । ବ୍ୟାଙ୍କର ଅଫିସିଆଲ ୱେବସାଇଟରୁ ଏହି ସୂଚନା ମିଳିଛି । ଏହି ନିୟମ ଲାଗୁ ହେବା ପରେ ବ୍ଯାଙ୍କର ସୁଧହାର ବାର୍ଷିକ ୨.୯୦ ପ୍ରତିଶତ ରହିବ । ଏହି ନୂଆ ନିୟମ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଚାଲୁ ରହିଥିବା ଓ ନୂଆ ଉଭୟ ବ୍ଯାଙ୍କ ଆକାଉଣ୍ଟରେ ଲାଗୁ ହେବ । ବର୍ତ୍ତମାନ PNB ର ଜମାଖାତା ଉପରେ ସୁଧହାର ବାର୍ଷିକ ୩ ପ୍ରତିଶତ ରହିଛି ।

PF UAN ସହ ଆଧାର ଲିଙ୍କ ବାଧ୍ୟତାମୂଳକ । କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡରେ ଅନ୍ଯାନ୍ଯ ସୁବିଧା ପାଇଁ ଆଧାର କାର୍ଡକୁ UAN ସହ ଲିଙ୍କ କରିବା ବାଧ୍ୟତାମୂଳକ କରାଯାଇଛି । ପୂର୍ବରୁ UAN ସହ ଆଧାର ଲିଙ୍କ କରିବା ସମୟ ସୀମା ମେ ମାସ ୩୧ ତାରିଖ ପର୍ଯ୍ୟନ୍ତ ରହିଥିଲା । ଯାହାକୁ ବଢାଇ ୩୧ ଅଗଷ୍ଟ ପର୍ଯ୍ୟନ୍ତ କରାଯାଇଛି । ଯଦି ଅଗଷ୍ଟ ୩୧ ସୁଧା ଆପଣଙ୍କ UAN ରେ ଆଧାର ଲିଙ୍କ ନ ହୁଏ ତେବେ ଆପଣଙ୍କୁ ଅସୁବିଧାର ସମୁଖୀନ ହେବାକୁ ପଡିବ ।

GST ରିଟର୍ଣ୍ଣରେ ନୂଆ ନିୟମ । ଯେଉଁ ବ୍ୟବସାୟୀ ମାନେ ଗତ ଦୁଇ ମାସ ମଧ୍ୟରେ GST R3B ରିଟର୍ଣ୍ଣ ଦାଖଲ କରି ନାହାନ୍ତି ସେମାନେ ସେପ୍ଟେମ୍ବର ୧ ତାରିଖରୁ GST R1 ରେ ବାହ୍ୟ ଯୋଗାଣର ବିବରଣୀ ପୂରଣ କରିପାରିବେ ନାହିଁ । ତ୍ରୈମାସିକ GST ଦାଖଲ କରୁଥିବା ବ୍ୟବସାୟୀ ଯଦି GST R3B ଦାଖଲ କରି ନାହାନ୍ତି ସେମାନେ ମଧ୍ୟ GST R1 ଦାଖଲ କରିବାରୁ ବଞ୍ଚିତ ହେବେ ।

ଗ୍ଯାସ ସିଲିଣ୍ଡରକୁ ନେଇ ଆସିପାରେ ନୂଆ ଦର । ପ୍ରତି ମାସରେ ଗ୍ଯାସ ସିଲିଣ୍ଡର ଦରରେ ପରିବର୍ତ୍ତନ ହୋଇଥାଏ । କେବେ ଏହାର ଦର ବଢୁଥିବା ବେଳେ କେବେ ସିଲିଣ୍ଡର ଦରରେ ହ୍ରାସ ହୋଇଥାଏ । ତେବେ ଏଥର ମଧ୍ୟ ଗ୍ଯାସ ସିଲିଣ୍ଡର ଦରରେ ପରିବର୍ତ୍ତନ ହୋଇପାରେ ବୋଲି କୁହାଯାଉଛି । ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବାକୁ ହେଲେ ଆମ ପେଜ୍ କୁ ଲାଇକ କରନ୍ତୁ ।