ସୋମବାର ଦିନ କାହିଁକି କରାଯାଏ ଭଗବାନ ଶିବଙ୍କ ପୂଜା ? ଏହା ପଛରେ କଣ ରହିଛି ପୁରାଣିକ ମହତ୍ଵ ? (Mysteries of Lord Shiva)

ହିନ୍ଦୁ ଧର୍ମରେ ପ୍ରତ୍ଯେକ ଦେବୀଦେବତାଙ୍କୁ ପୂଜା ଉପାସନା କରିବାର ବିଶେଷ ବିଧିବିଧାନ ରହିଛି । କୁହାଯାଏ ଯେ, ଭଗବାନ ଶିବଙ୍କୁ ଆପଣ ଯେତେବେଳେ ଯେଉଁ ସମୟରେ ପୂଜା କରନ୍ତି ସେ ଆମ ପ୍ରାର୍ଥନା ଶୁଣନ୍ତି । କିନ୍ତୁ ସୋମବାରକୁ ଛାଡି ଦେଲେ ଅନ୍ୟ ଦିନ କାହିଁକି ଲୋକମାନେ ଶିବଙ୍କ ମନ୍ଦିରରେ ଭିଡ ଜମାନ୍ତି ନାହିଁ ? ସୋମବାରକୁ ଛାଡିଦେଲେ ଅନ୍ୟ କେଉଁ ବାରରେ କଣ ଭଗବାନ ଶିବ ଲୋକଙ୍କ ପ୍ରାର୍ଥନା ଶୁଣନ୍ତି ନାହିଁ ? ତେବେ ଆସନ୍ତୁ ଜାଣିବା ସୋମବାର ହିଁ କାହିଁକି ପ୍ରଭୁ ଶିବଙ୍କ ଉପାସନା କରାଯାଏ ।

ତେବେ ସୋମବାର ଭଗବାନ ଶିବଙ୍କୁ ପୂଜା କରିବାର ଏକ ବିଶେଷ ରହସ୍ୟ ରହିଛି । ସୋମବାର ଦିନ ଭଗବାନ ଶିବଙ୍କ ପୂଜା କରିବାକୁ ସୋମେଶ୍ଵର ବ୍ରତ କୁହାଯାଏ । ଆଉ ଏହାର ଏକ ଧାର୍ମିକ ମହତ୍ଵ ରହିଛି । ଏଦିଦିନ ଚନ୍ଦ୍ରମାଙ୍କ ପୂଜା ମଧ୍ୟ କରାଯାଇଥାଏ । ସୋମେଶ୍ଵର ଶବ୍ଦର ପ୍ରଥମ ଶବ୍ଦ ହେଉଛି ସୋମ, ଯାହାର ଅର୍ଥ ହେଉଛି ଚନ୍ଦ୍ରମା । ଆଉ ଭଗବାନ ଶିବ ଚନ୍ଦ୍ରମାଙ୍କୁ ସ୍ଵୟଂ ନିଜ ମସ୍ତକରେ ଧାରଣ କରିଛନ୍ତି । ତେଣୁ ଭଗବାନ ଶିବଙ୍କ ସହ ଚନ୍ଦ୍ରଙ୍କ ପୂଜା କରାଯିବାର ବିଶେଷ ପୌରାଣିକ ମହତ୍ଵ ରହିଛି ।

ଶିବଙ୍କ ନାମର ଅର୍ଥ ହେଉଛି ମଙ୍ଗଳମୟ । ସେ ସକଳ ମୃତ୍ୟୁର ଅଧିକାରୀ । ଶିବଙ୍କ ମସ୍ତକରେ ଯେହେତୁ ଚନ୍ଦ୍ର ସର୍ବଦା ବିଦ୍ୟମାନ ସେଥିପାଇଁ ସୋମବାରକୁ ଶିବଙ୍କ ପୂଜା କରାଯାଏ । ଶିବଙ୍କ ମସ୍ତକରେ ତିନୋଟି ଗାର ରହିଛି ଓ ଶିବଲିଙ୍ଗରେ ମଧ୍ୟ ତିନୋଟି ଗାର ଦିଆଯାଏ । ତ୍ରିମୂଖୀ ବେଲପତ୍ର ମଧ୍ୟ ଭଗବାନ ଶିବଙ୍କୁ ଅର୍ପଣ କରାଯାଏ ଏବଂ ତାଙ୍କର ତିନୋଟି ଚକ୍ଷୁ ମଧ୍ୟ ରହିଛି ।

ଶାସ୍ତ୍ର ଅନୁସାରେ ଭଗବାନ ଶିବଙ୍କୁ ଯଦି ୧୦୮ଟି ବେଲପତ୍ର ଲାଗି କରାଯାଏ ତା’ହେଲେ ମନୁଷ୍ୟଙ୍କ ତିନି ଜନ୍ମର ପାପ ବିନାଶ ହୋଇଥାଏ । ଦେବତା ମାନଙ୍କ ନୀତି, ଆରାଧ୍ୟ ନିୟମ ଅନୁସାରେ ପୁରାଣରେ ଯାହା ବର୍ଣ୍ଣିତ ରହିଛି ତାହା ହିଁ ପାଳନ କରାଯାଏ । ତେଣୁ ବିଶେଷ କରି ସୋମବାର ଦିନ ଭଗବାନ ଶିବଙ୍କ ପୂଜା ଅଧିକାଂଶ ଲୋକେ କରିଥାନ୍ତି ।

ସେହିପରି ଅନ୍ୟ ମତରେ ସୋମବାର ଦିନ ଭଗବାନ ଶିବଙ୍କ ବ୍ରତ ପାଳନ କରି ନିରୋଗୀ ହେବା କାରଣରୁ ସୋମବାର ବ୍ରତ ପାଳନ କରିବାର ମହତ୍ଵ ରହିଛି । ଭଗବାନ ଶିବ ପ୍ରସନ୍ନ ହୋଇ ଦ୍ଵିତୀୟ ତିଥିରେ ଚନ୍ଦ୍ରମା ନିଜ ଜଟାରେ ଧାରଣ କରିଥିଲେ ।

ଆଉ ପ୍ରାଚୀନ କାଳରୁ ଆସ୍ଥା ଓ ପରମ୍ପରାକୁ ନେଇ ଲୋକମାନେ ସୋମବାର ଦିନ ଭଗବାନ ଶିବଙ୍କ ବ୍ରତ କରି ଆସୁଛନ୍ତି । ଯେଉଁ ଭକ୍ତ ତାଙ୍କୁ ନିଜ ଭକ୍ତିରେ ସନ୍ତୁଷ୍ଟ କରିପାରେ ସେ ତାଙ୍କ ମନ ମୁତାବକ ଫଳ ପ୍ରଦାନ କରନ୍ତି । ଶିବ ଚାରିଆଡେ ବିଦ୍ୟମାନ ଅଛନ୍ତି ଓ ସବୁଥି ତାଙ୍କ ଉପସ୍ଥିତି ରହିଛି ।

ସେ ନିଜ ଭକ୍ତଙ୍କ ଉପରେ ଖୁବ ସହଜରେ ପ୍ରସନ୍ନ ମଧ୍ୟ ହୋଇଯାନ୍ତି, ତେଣୁ ତାଙ୍କୁ ଭୋଳାନାଥ ବୋଲି ମଧ୍ୟ କୁହା ଯାଇଥାଏ । ଆଉ ସେ ନିଜ ଭକ୍ତଙ୍କ ପ୍ରାର୍ଥନା ନିଶ୍ଚିତ ଭାବେ ଶୁଣନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।