ସୋସିଆଲ ମିଡିଆରେ ଭିକ ମାଗି ମହିଳା ଜଣକ ୧୭ ଦିନରେ ଆୟ କରିଲା ୩୫ ଲକ୍ଷ ଟଙ୍କା, ସ୍ଵାମୀକୁ ଜଣା ପଡିଲା ତ କରିଲା ଏହି କାମ

ଆପଣ ସମସ୍ତେ ରାସ୍ତା ଉପରେ ଭିକ ମାଗି ହଜାର ହଜାର ଟଙ୍କା ଆୟ କରୁଥିବା ଭିକାରୀଙ୍କ ବିଷୟରେ ତ ଶୁଣିଥିବେ । କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଏମିତି ମହିଳାଙ୍କ ସହ ଦେଖା କରାଇବାକୁ ଯାଉଛୁ ଯିଏକି ଅସଲ ଜୀବନରେ ଭିକାରି ତ ନୁହେଁ କିନ୍ତୁ ତଥାପି ସେ ଅନଲାଇନ ରେ ଲୋକମାନଙ୍କୁ ଭିକ ମାଗି ମାଗି ମାତ୍ର ୧୭ ଦିନରେ ୩୫ ଲକ୍ଷ ଟଙ୍କା ଜମା କରିନେଲା । ଚାଲନ୍ତୁ ସେହି ମହିଳା ବିଷୟରେ ବିସ୍ତାର ରୂପରେ ଜାଣିବା ।

କହିବାକୁ ଗଲେ ଏହି ମହିଳା ଜଣକ ସୋସିଆଲ ମିଡିଆ ପ୍ଲାଟଫର୍ମ ଯେମିତି କି ଫେସବୁକ, ଇଂସ୍ଟାଗ୍ରାମ ଓ ଟ୍ୱିଟର ରେ ନିଜର ଏକ ପୋସ୍ଟ ଭାଇରାଲ କରିଦେଲା । ଏହି ପୋସ୍ଟରେ ସେ ଲୋକମାନଙ୍କୁ କହିଲା କି ସେ ଏକ ତଲାକଶୁଦା ମହିଳା ଅଟେ ଓ ନିଜର ପିଲାମାନଙ୍କର ଲାଳନ ପାଳନ ପାଇଁ ସେ ଆର୍ଥିକ ଅସୁବିଧାର ସାମ୍ନା କରୁଛି । ମହିଳା ଜଣକ ଏହି ପୋଷ୍ଟରେ ନିଜର ଦୁଇ ସନ୍ତାନର ଫଟୋ ବି ଦେଇଥିଲା ।

ମହିଳା ଜଣକ ଲୋକମାନଙ୍କୁ କହିଲା କି ତାହାର ବିବାହ ଭାଙ୍ଗି ଯାଇଛି କାରଣ ତାହାର ସ୍ଵାମୀ ଖରାପ ଅଟେ । ଏହା ପରେ ଲୋକମାନଙ୍କର ପିଲାମାନଙ୍କ ଦୁଃଖ ଚେହେରା ଦେଖି ମହିଳାଙ୍କ ଉପରେ ଦୟା ଆସିଗଲା ଓ ସେମାନେ ସଙ୍ଗେ ସଙ୍ଗେ ମହିଳାକୁ ଟଙ୍କା ଟ୍ରାନ୍ସଫର କରିବାକୁ ଲାଗିଲେ । ଏହିଭଳି ଭାବରେ ମହିଳା ଜଣକ ମାତ୍ର ୧୭ ଦିନ ମଧ୍ୟରେ ୫୦ ହଜାର ଡଲାର ମାନେ ପାଖପାଖି ୩୫ ଲକ୍ଷ ଟଙ୍କା ଜମା କରିନେଲା ।

ସଂଯୁକ୍ତ ଅରବ ଅମୀରାତ (ଯୂଏଈ)ରେ ରହିଥିବା ଏହି ମହିଳା ଜଣକ ଯେଉଁ ଛୋଟ ପିଲାମାନଙ୍କର ଦମରେ ଟଙ୍କା ମାଗୁଥିଲା କହିବାକୁ ଗଲେ ସେମାନେ ନିଜ ପିତାଙ୍କ ସହିତ ରହୁଥିଲେ । ଡିଭୋର୍ସ ପରେ ମହିଳାର ସ୍ଵାମୀ ପିଲାମାନଙ୍କର ସମସ୍ତ ଦାୟିତ୍ଵ ବହନ କରିଥିଲେ, ଏହାର ଅର୍ଥ ପିଲାମାନଙ୍କୁ ବ୍ୟବହାର କରି ମହିଳା ଜଣଙ୍କ ଲୋକମାନଙ୍କୁ ବୋକା ବନାଉଥିଲା ।

ଅନ୍ୟ ପଟେ ଯେତେବେଳେ ମହିଳାର ସ୍ଵାମୀ ବ୍ରିଗେଡିୟର ଅଲ ଜଲ୍ଲାଫଙ୍କୁ ଏହି କଥାର ସୂଚନା ମିଳିଲା ତେବେ ସେ ବି ଆଶ୍ଚର୍ଯ୍ୟ ହୋଇଗଲେ । ଏହା ପରେ ସେ ନିଜର ପୂର୍ବ ପତ୍ନୀ ବିରୁଦ୍ଧରେ ପୋଲିସ ରେ ରିପୋର୍ଟ ଲେଖିଲେ ।

କହିବାକୁ ଗଲେ ଅନଲାଇନ ଭିକ ମାଗିବା ଦୁବାଇରେ ଅପରାଧ ଅଟେ । ଏମିତିରେ ସେ ସୋସିଆଲ ମିଡିଆରେ ଲୋକମାନଙ୍କୁ ଅବଗତ କରାଇଲେ କି ସେ ଅନଲାଇନ ଭିକ ମାଗୁଥିବା ଲୋକମାନଙ୍କର କଥାରେ ଆସନ୍ତୁ ନାହିଁ । ଏହିଭଳି ଲୋକମାନେ ଆପଣଙ୍କର ହୃଦୟ ସହିତ ଖେଳି ଆପଣଙ୍କୁ ବୋକା ବନାଇଥାନ୍ତି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।