ରାସ୍ତାରେ ଯାଉଥିବା ବେଳେ ଟ୍ରାଫିକ ନିୟମ ମାନିବା ଅତ୍ୟନ୍ତ ଜରୁରୀ ହୋଇଥାଏ । ଯାହା ଆମକୁ ସଡକ ବିପତ୍ତିରୁ ରକ୍ଷା କରିଥାଏ । ଏଥିପାଇଁ ରାସ୍ତାରେ ଅନେକ ଟ୍ରାଫିକ ପୋଲିସଙ୍କୁ ମଧ୍ୟ ମୁତୟନ କରା ଯାଇଥାଏ । ଯେଉଁମାନେ ଆମ ସୁରକ୍ଷା ପାଇଁ କାର୍ଯ୍ୟ କରିଥାନ୍ତି । ଟ୍ରାଫିକ ପୋଷ୍ଟ ଗୁଡିକରେ ଆମେ ସମସ୍ତେ ଅଟକି ଥାଉ । ଆମ ସୁରକ୍ଷା ପାଇଁ ଟ୍ରାଫିକ ପୋଲିସ ଦିଗ ନିର୍ଣ୍ଣୟ କରିବା ପରେ ଆମେ ସମସ୍ତେ ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ଯାତ୍ରା ଅଗ୍ରସର ହୋଇଥାଉ ।

କିନ୍ତୁ କିଛି ସମୟ ଅପେକ୍ଷା କରିବାକୁ ପଡୁଥିବାରୁ ଅନେକ ସମୟରେ ଏହା ବିରକ୍ତିକର ଓ ବୋରିଂ ମଧ୍ୟ ଲାଗିଥାଏ । କିନ୍ତୁ ଆମେ ଆଜି ଆପଣଙ୍କୁ ଏକ ଟ୍ରାଫିକ ପୋଷ୍ଟ ବିଷୟରେ କହିବାକୁ ଯାଉଛୁ ଯେଉଁଠି ଆପଣ ଜମାରୁ ବୋରିଂ ହେବେ ନାହିଁ । ଓଲଟା ସେଠାରେ ଅଧିକ ସମୟ ଛିଡା ହେବା ପାଇଁ ଆପଣଙ୍କର ମନ ହେବ । କାରଣ ଏହି ଟ୍ରାଫିକ ପୋଷ୍ଟରେ ଆପଣଙ୍କ ମନୋରଞ୍ଜନ କରୁଛନ୍ତି ଟ୍ରାଫିକ ଅଫିସର ନିଜେ ।
ଡ୍ୟାନ୍ସ ମାଧ୍ୟମରେ ଦିଗ ନିର୍ଣ୍ଣୟ କରୁଛନ୍ତି ଯାହା ଆପଣଙ୍କୁ ଖୁବ ନିଆରା ଲାଗିବ । ଏହି ଟ୍ରାଫିକ ଅଫିସରଙ୍କ ଡ୍ୟାନ୍ସ ଏବେ ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ ହେଉଛି । ଡ୍ଯୁଟି ବେଳେ ଟ୍ରାଫିକ ପୋଲିସ ଜଣକ ଜବରଦସ୍ତ ଡ୍ୟାନ୍ସ କରୁଛନ୍ତି । ଟ୍ରାଫିକ ପୋଷ୍ଟକୁ ସେ ଡ୍ୟାନ୍ସ କରି କରି କଣ୍ଟ୍ରୋଲ କରୁଛନ୍ତି । ଏ ଇଂରାଜୀ ଗୀତରେ ତାଙ୍କର ଜବରଦସ୍ତ ଡ୍ୟାନ୍ସ ଦେଖି ଲୋକେ ଖୁବ ଖୁସି ହେଉଛନ୍ତି ।

ରେଡ୍ ସିଗନାଲ ଆସିବା ମାତ୍ରେ କିମ୍ବଦନ୍ତୀ ହଲିଉଡ ଡ୍ୟାନ୍ସର ମାଇକେଲ ଜାକସନଙ୍କ ଗୀତରେ ଡ୍ୟାନ୍ସ କରୁଛନ୍ତି ଟ୍ରାଫିକ ପୋଲିସ ଜଣକ । ତାଙ୍କ ଅନ୍ଦାଜ ଓ ଡ୍ୟାନ୍ସ କରିବା ଷ୍ଟାଇଲ ଏବେ ସମସ୍ତଙ୍କୁ ଘାଇଲା କରୁଛି । ନିଜ ଡ୍ୟାନ୍ସ ଜରିଆରେ ଏହି ଟ୍ରାଫିକ ପୋଲିସ ଜଣକ ସୋସିଆଲ ମିଡିଆରେ ନିଆଁ ଲଗେଇ ଦେଇଛନ୍ତି । ଏହି ଟ୍ରାଫିକ ଅଫିସରଙ୍କୁ ସମସ୍ତେ ଭୁରି ଭୁରି ପ୍ରଶଂସା କରୁଛନ୍ତି । ଅନେକ ୟୁଜର୍ସ ଏହି ଟ୍ରାଫିକ ପୋଲିସଙ୍କ ଡ୍ୟାନ୍ସ ଭିଡିଓରେ କମେଣ୍ଟ କରୁଛନ୍ତି ।
କିଛି ୟୁଜର୍ସ କହୁଛନ୍ତି କି ତାଙ୍କ ଆଗରେ ବଡ ବଡ କୋରିଓଗ୍ରାଫର ମଧ୍ୟ ଫେଲ୍ ମାରିଯିବେ । ତେବେ ଏହି ଟ୍ରାଫିକ ଅଫିସରଙ୍କ ନାମ କଣ ଓ ଏହା କେଉଁ ସ୍ଥାନର ଭିଡିଓ ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ । ହେଲେ ସୋସିଆଲ ମିଡିଆରେ ତାଙ୍କ ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।