ପ୍ରତ୍ଯେକ ମନୁଷ୍ୟଙ୍କ ଜୀବନରେ ସେମାନଙ୍କ ନାଁର ଖୁବ ମହତ୍ଵ ରହିଛି । ଜ୍ଯୋତିଷ ଅନୁସାରେ ବ୍ୟକ୍ତିଙ୍କର ନାମରୁ ତାଙ୍କର ଜୀବନ, ସ୍ଵଭାବ, ବ୍ୟକ୍ତିତ୍ବ ଏବଂ ଭବିଷ୍ୟତ ଉପରେ ଅନେକ କିଛି ଜାଣି ହୁଏ । ଅଲଗା ଅଲଗା ଅକ୍ଷରରୁ ନାମ ଆରମ୍ଭ ହୋଇଥିବା ବ୍ୟକ୍ତିଙ୍କର ଭିନ୍ନ ଭିନ୍ନ ବିଶେଷତା ରହିଛି । ଆଜି ଆମେ ଆପଣଙ୍କୁ ଇଂରାଜୀ ଅକ୍ଷର ‘S’ ରୁ ନାମ ଆରମ୍ଭ ହୋଇଥିବା ବ୍ୟକ୍ତିଙ୍କ ସମ୍ବନ୍ଧରେ କିଛି ଜାଣିବା କଥା ତଥା ବିଶେଷତା ମାନ କହିବାକୁ ଯାଉଛୁ ।

S ଅକ୍ଷରରୁ ନାମ ଆରମ୍ଭ ହୋଇଥିବା ବ୍ୟକ୍ତିମାନେ ପ୍ରେମ ମାମଲାରେ ଅତ୍ୟନ୍ତ ଗମ୍ଭୀର ହୋଇଥାନ୍ତି । ଏମାନେ ଖୁବ ଶୀଘ୍ର ପ୍ରେମରେ ପଡିବା ସହ ଖୁବ ଅଧିକ ଭଲ ପାଇଥାନ୍ତି । ତେଣୁ ଏମାନଙ୍କୁ ଜୀବନରେ ପ୍ରକୃତ ଏବଂ ସତ୍ୟ ପ୍ରେମ ମିଳିଥାଏ । ଏହି ନାମର ବ୍ୟକ୍ତି ଖୁବ ବୁଦ୍ଧିମାନ ହୋଇଥାନ୍ତି । ଏମାନେ ସବୁ ସମସ୍ଯାକୁ ବୁଦ୍ଧିର ସହ ସମାଧାନ କରନ୍ତି । ଏମାନଙ୍କ ଠାରେ ନେତୃତ୍ଵ ନେବାର ଗୁଣ ଭରପୁର ଥାଏ । ଏହି ନାମର ଉଭୟ ପୁରୁଷ ଏବଂ ମହିଳା ଖୁବ ରହସ୍ୟମୟ ହୋଇଥାନ୍ତି ।
ଏମାନଙ୍କ କଥାରେ ହିଁ ଯେକେହି ଆକର୍ଷିତ ହୋଇଯାଏ । ଏମାନେ ଖୁବ ରୋମାଣ୍ଟିକ ମିଜାଜର ହେବା ସହ ସୌକିନ ମଧ୍ୟ ହୋଇଥାନ୍ତି । ଏମାନେ ନିଜ ପ୍ରେମକୁ ଅନ୍ୟ କାହା ସହ ଶେୟାର କରିବାକୁ ଭଲ ପାଆନ୍ତିନି । ଏହି ନାମର ବ୍ୟକ୍ତି ବହୁତ ଖୁସ୍ ମିଜାଜ ଏବଂ ମିଶାଣିଆ ପ୍ରକୃତିର ହୋଇଥାନ୍ତି । ଏମାନେ ପାର୍ଟି କିମ୍ବା ଯେକୌଣସି ଉତ୍ସବର ଖୁବ ଭଲ ଭାବେ ଆନନ୍ଦ ଉଠାନ୍ତି । ଏମାନେ ଖୁବ ରଚନାତ୍ମକ ସ୍ଵଭାବର ମଧ୍ୟ ହୋଇଥାନ୍ତି ।

ଏମାନେ ଭିଡ ଭିତରେ ଚାଲିବାକୁ ପସନ୍ଦ କରନ୍ତି ନାହିଁ । ଯେକୌଣସି କାର୍ଯ୍ୟକୁ ନିଜର ସ୍ଵତନ୍ତ୍ର ଅନ୍ଦାଜରେ ହିଁ କରିବାକୁ ଭଲ ପାଆନ୍ତି । ପ୍ରେମରେ ଏମାନେ ବେଳେବେଳେ ସାମାନ୍ଯ ସନ୍ଦେହୀ ସ୍ଵଭାବର ହୋଇଥାନ୍ତି । କାରଣ ଏମାନେ ନିଜ ପ୍ରେମକୁ ଆଉ କାହା ସହ ଦେଖି ପାରନ୍ତି ନାହିଁ । କିନ୍ତୁ ତାଙ୍କର ଏହି ସ୍ଵଭାବ ବେଳେବେଳେ ଅନ୍ୟର ମୁଣ୍ଡବିନ୍ଧାର କାରଣ ହୋଇଥାଏ । ବେଳେବେଳେ ଏମାନେ ଖୁବ କ୍ରୋଧୀତ ହୋଇଯାନ୍ତି । ଏମାନେ ନିର୍ଭୟରେ ଜୀବନ କାଟିବାକୁ ଭଲ ପାଆନ୍ତି ।

ଏମାନେ ଜୀବନରେ ପ୍ରେମକୁ ଖୁବ ମହତ୍ଵ ଦିଅନ୍ତି । ଏମାନଙ୍କୁ ବିଜ୍ଞାନ, କଳା ଓ ଗଣିତ କ୍ଷେତ୍ରରେ ସଫଳ ହୋଇଥାନ୍ତି । ଏମାନେ ନିଜ ବ୍ୟକ୍ତିତ୍ବ ତଥା ଭବିଷ୍ୟତ ନିଜେ ହିଁ ଗଢିଥାନ୍ତି । କେବେ କେବେ ଏମାନଙ୍କୁ ଦେଖାଇ ହେବାକୁ ଖୁବ ଭଲ ଲାଗେ । ସେଥିପାଇଁ ଏମାନେ ପାର୍ଟି ସମାରୋହରେ ଯିବାକୁ ପସନ୍ଦ କରନ୍ତି । ଆଉ ଏମାନେ ଟିକେ କଞ୍ଜୁସ ମଧ୍ୟ ହୋଇଥାନ୍ତି । କିନ୍ତୁ ଯାହାକୁ ପ୍ରେମ କରନ୍ତି ତାକୁ ଜୀବନ ମଧ୍ୟ ଦେବାକୁ ପଛାନ୍ତି ନାହିଁ ।
ଏମାନେ ହୃଦୟରୁ ବହୁତ ଭଲ ହୋଇଥାନ୍ତି । କିନ୍ତୁ କେବେ କେବେ ଏମାନଙ୍କ ତେଜ ସ୍ଵଭାବ ଯୋଗୁଁ ଏମାନଙ୍କୁ ଲୋକେ ଖରାପ ଭାବିଥାନ୍ତି । ଏମାନ ଯେଉଁଠାକୁ ବି ଯାଆନ୍ତି ସେଠାରେ ନିଜର ଛାପ ଛାଡି ଯାଆନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।