ଶିଶୁ ଖାଇବାକୁ ଇଚ୍ଛା କରୁ ନଥିଲେ କଣ କରିବେ ? ଶିଶୁରୋଗ ବିଶେଷଜ୍ଞ Dr Ranjit Kumar Joshi ଙ୍କ ଖାସ ଟିପ୍ସ

ପିଲାମାନେ ଖାଇବା ପାଇଁ ଅନେକ ହଇରାଣ କରିଥାନ୍ତି । ଅଧିକାଂଶ ମା’ ମାନେ ଚିନ୍ତାରେ ରହିଥାନ୍ତି କି ତାଙ୍କ ଶିଶୁ ସଠିକ ପରିମାଣରେ ଖାଦ୍ଯ ଖାଉନି । ଫଳରେ ଶିଶୁର ଓଜନ କମିଯିବା ସହ ଶିଶୁର ସ୍ୱାସ୍ଥ୍ୟ ଉପରେ ଏହାର ପ୍ରଭାବ ପଡୁଛି । ତେବେ ଏଭଳିଆ କ୍ଷେତ୍ରରେ ବାପା ମା କଣ କରିବେ ତଥା ଶିଶୁକୁ କେମିତି ଖାଦ୍ଯ ଖୁଆଇବେ ତାହା ଜାଣି ରଖିବା ଉଚିତ । ଏନେଇ ଆସନ୍ତୁ ଜାଣିବା ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ରଞ୍ଜିତ କୁମାର ଜୋଶୀଙ୍କ ଠାରୁ କିଛି ଟିପ୍ସ ।

ଅନେକ ମା’ ମାନେ ଡାକ୍ତରଙ୍କ ପାଖେ କହିଥାନ୍ତି ତାଙ୍କ ବେବିର ଓଜନ ୭ ମାସରେ ୭ କିଲୋ ଥିଲା ଆଉ ଏବେ ୯ ମାସରେ ସାଢେ ୭ କିଲୋ ଅଛି । ପିଲାକୁ କେବଳ ମା’ କ୍ଷୀର ଏବଂ ଡାଲି ପାଣି ଟିକେ ଖାଇବାକୁ ଦଉଛି । ଦୁଇରୁ ତିନି ମାସ ମଧ୍ୟରେ ବେବିର ଓଜନ ମାତ୍ର ୫୦୦ ଗ୍ରାମ ବଢିଛି । ପିଲାକୁ କେବଳ ମା’ କ୍ଷୀର ଏବଂ ଡାଲି ପାଣି ଟିକେ ଖାଇବାକୁ ଦଉଛି । ମା’ ମାନେ ଜାଣି ରଖିବା ଉଚିତ ଯେ ୬ ଯାଏଁ ଶିଶୁକୁ ପ୍ରଚୁର ପରିମାଣରେ ମା କ୍ଷୀର ଖାଇବାକୁ ହିଁ ତା’ ପାଇଁ ଯଥେଷ୍ଟ ହୋଇଥାଏ ।

କିନ୍ତୁ ୬ ମାସ ପୂରିବା ପରେ ବେବି ପାଇଁ କେବଳ ମା’ କ୍ଷୀର ଯଥେଷ୍ଟ ନୁହେଁ । ଏହାପରେ ବେବିକୁ ବାହାର ଜିନିଷ ମଧ୍ୟ ଖାଇବାକୁ ଦେବା ଉଚିତ । ଯେମିତିକି ପନିପରିବା, ଘର ତିଆରି ଛତୁଆ, ଖିଚିଡି, ସିଝା ଆଳୁ ଚକଟା, କଞ୍ଚା କଦଳୀକୁ ମଧ୍ୟ ଆଲୁ ସହ ସିଝେଇକି ଦେଇପାରିବେ ।

ତେବେ ଏସବୁ ପିଲାକୁ ଖାଇବାକୁ ଦେବା ପରେ ଅନେକ ମା କମ୍ପ୍ଲେନ କରିଥାନ୍ତି କି ତାଙ୍କ ବେବି ଖାଉନି । ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବେବିକୁ କୌଣସି ଜିନିଷ ଖାଇବା ପାଇଁ ଜୋର ଜବରଦସ୍ତ କରିବେ ନାହିଁ । ବେବି ସହ ଭଲରେ କଥା ହେଇ ତାକୁ କାହାଣୀ କହି ତାକୁ ଖାଇବା ଶିଖେଇବାକୁ ହୋଇଥାଏ ।

କିଛିଦିନ ଯିବା ପରେ ବେବି ଯେଉଁ ଜିନିଷ ନିଜେ ଧରିପାରିବ ସେଇ ଜିନିଷ ତାକୁ ଖାଇବାକୁ ଦେବା ଆରମ୍ଭ କରିବା ଉଚିତ । ଯଦି ଆପଣ ଖାଇବା ବେଳେ ବେବି ଆପଣଙ୍କ ପ୍ଳେଟକୁ ଟାଣୁଛି ତେବେ ଏହା ସବୁଠୁ ଭଲ ସଂକେତ ଅଟେ । ଖାଦ୍ଯ ଦେଖିଲେ ବେବି ଆଗଭର ହୋଇ ଖାଦ୍ଯ ଟାଣିବା ଭଲ ।

ବେବି ମାନଙ୍କ ହଜମ ହେବା ଭଳି ଘରୁଆ ଜିନିଷ ଏବଂ ସିଝା ଜିନିଷ ତାଙ୍କୁ ଖୁଆନ୍ତୁ । ପିଲାକୁ ଭେରାଇଟି ଖାଦ୍ଯ ଖୁଆଇବା ଦରକାର । ଆଜିକାଲି ମା’ମାନେ ପ୍ରେସରରେ ବେବିର ଖାଦ୍ୟକୁ ସିଝାଇ ଗ୍ରାଇଣ୍ଡିଙ୍ଗ କରି ଖୁଆଇ ଦେଉଛନ୍ତି । ଏପରି କରିବା ଉଚିତ ନୁହେଁ । ୬ ମାସ ଯାଏଁ ବେବି କେବଳ ମା କ୍ଷୀର ଖାଇବ ।

ଏହାପରେ ତରଳ ଜିନିଷ ଖାଇବାକୁ ଦେଇ ସଲିଡ ଫୁଡ୍ ଯାଏଁ ବେବିକୁ ଧୀରେ ଧୀରେ ଖାଇବା ଅଭ୍ଯାସ କରାନ୍ତୁ । ଏପରି କରିବା ଦ୍ଵାରା ବେବିର ଖାଦ୍ଯାଭ୍ଯାସ ଭଲ ରହିବ ଓ ସେ ହୃଷ୍ଟପୃଷ୍ଟ ଏବଂ ସୁସ୍ଥ ସବଳ ରହିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।