ମଥାରେ ସିନ୍ଦୁର ଲଗାଇବାର ସଠିକ ନିୟମ, ପ୍ରତ୍ଯେକ ସଧବା ମହିଳା ମାନେ ନିଶ୍ଚୟ ଜାଣି ରଖନ୍ତୁ, ସ୍ଵାମୀ ହେବେ ଦୀର୍ଘାୟୁ

ସିନ୍ଦୁର ଏହି ଶବ୍ଦର ମହତ୍ଵ କେବଳ ଏକ ସ୍ତ୍ରୀ ଲୋକ ହିଁ ଜାଣି ଥାଏ  । ଭାରତ ରେ ବିଭିର୍ଣ୍ଣ ପ୍ରକାରର ପ୍ରଥା ଓ ପରମ୍ପରା ପ୍ରଚଳିତ ଅଛି । ଏଥିପାଇଁ ହିନ୍ଦୁ ଧର୍ମରେ ବିବାହକୁ ଏକ ମହତ୍ବପୂର୍ଣ୍ଣ କଥା ମାନନ୍ତି । ଏଥିପାଇଁ ଯେତେବେଳେ କୌଣସି ବ୍ୟକ୍ତିର ବିବାହ ହୋଇଥାଏ ତା ପୂର୍ବରୁ କିଛି କଥା ପ୍ରତି ଧ୍ୟାନ ଦିଆଯାଇଥାଏ । ବିବାହର ଶୁଭ ମୁହୂର୍ତ ର ବିଷୟରେ ଧ୍ୟାନ ରଖାଯାଇ ବିବାହ ବହୁତ ଧୂମ ଧାମରେ କରାଯାଏ ।

ବିବାହ ପରେ କୌଣସି ସ୍ତ୍ରୀ ପାଇଁ ତାର ମଙ୍ଗଲ ଶୁତ୍ର ଓ ଶିନ୍ଦୁର ର ବହୁତ ମହତ୍ଵ ରହିଥାଏ । ଏହି ସବୁ ଜିନିଷ ତାର ସଧବା ର ପରିଚୟ ଦେଇଥାଏ  । ଏହି ସବୁ ଜିନିଷ ମଧ୍ୟ ରେ ସ୍ତ୍ରୀର ଶିନ୍ଥୀରେ ପିନ୍ଧି ଥିବା ସିନ୍ଦୁରର ବହୁତ ମହତ୍ଵ ଥାଏ ।

ଶାସ୍ତ୍ର ଅନୁସାରେ ସତରର ସିନ୍ଦୁର ତାର ସ୍ବାମୀର ଆୟୁକୁ ଦୀର୍ଘ ଶାଳି କରାଇଥାଏ । ଯଦି ଏହି ଶିନ୍ଦୁରକୁ ଭୁଲ ଭାବରେ ପିନ୍ଧାଯାଏ ତେବେ ତାହା ତାର ସ୍ବାମୀର ଦୁର୍ଭାଗ୍ୟର କାରଣ ହୋଇଥାଏ । ପ୍ରଥମେ ଆମେ ଜାଣିବା ଏହି ସିନ୍ଦୁର ପିନ୍ଧିବାର ବିଧି ଓ ବିଧାନ ।

୧ – କୌଣସି ସ୍ତ୍ରୀ କୁ ଶିନ୍ଦୁର ନିଜ ମୁଣ୍ଡର ଶୀନଥିର ମଝିରେ ଲଗାଇବା ଉଚିତ । ଏହା ଦ୍ଵାରା ତାର ସ୍ଵାମିକୁ ଦୀର୍ଘାୟୁ ପ୍ରାପ୍ତ ହୋଇଥାଏ ଓ ଅକାଳ ମୃତ୍ୟୁ ରୁ ରକ୍ଷା କରିଥାଏ ।

୨ – ଯେଉଁ ସ୍ତ୍ରୀ ସିନଥିର ମଝିରେ ସିନ୍ଦୁର ନ ଲଗାଇ ଟିକିଏ ସାଇଡରେ ସିନ୍ଦୁର ଲଗାଏ ତେବେ ତାର ସ୍ଵାମିଠାରୁ ଦୂରତା ସୃଷ୍ଟି ହୋଇଥାଏ ଏବଂ ଦୁହିଙ୍କ ମଧ୍ୟରେ ସବୁବେଳେ ଝଗଡା ହୋଇଥାଏ ।

୩ – ଯେଉଁ ସ୍ତ୍ରୀ ଲୋକ ସିନ୍ଦୁରକୁ ନିଜ ଚୁଟି ଭିତରେ ଲୁଚାଇ ଲାଗନ୍ତି ସେମାନଙ୍କର ସ୍ବାମୀ ମାନଙ୍କୁ କାର୍ଯ୍ୟ କ୍ଷେତ୍ରରେ ଓ ସମାଜରେ ମାନ ସମ୍ମାନ ହାନି ହୋଇଥାଏ ।

୪ – ସିନ୍ଦୁର କେତେବେଳେ ଲଗାଇବା ଉଚିତ – ଗାଧୋଇ ସାରି ପୂଜା ଘରକୁ ଯିବା ପୂର୍ବରୁ ସିନ୍ଦୁର ଲାଗାଇବା ଉଚିତ । ନଚେତ ଠାକୁର ଘରେ ଅଲଗା ରଖିଥିବା ସିନ୍ଦୁର କୁ ଲଗାନ୍ତୁ କିନ୍ତୁ ଠାକୁର ଅନକେ ପାଇଁ ଉଦିଷ୍ଟ ସିନ୍ଦୁରକୁ ଲଗାନ୍ତୁ ନାହିଁ ।

୫ – ସିନ୍ଦୁର କେତେଥର ଲଗାଇବା ଉଚିତ – ୩ ଥର ସିନ୍ଦୁର ଲଗାଇବା ଉଚିତ ।

୬ – ପିରିଅଡ ସମୟରେ ସିନ୍ଦୁର ଲଗାଇବା ଉଚିତ କି ନାହିଁ – ବିଲକୁଲ ଲଗାଇବାଅ ଉଚିତ ନୁହେଁ । ଯଦି ଅତି ଆବଶ୍ୟକ ବଡେ ତେବେ ଏହି ସିନ୍ଦୁରକୁ ଅଲଗା ରଖନ୍ତୁ ।

୭ – ସବୁ ଦିନ ସ୍ବାମୀଙ୍କ ଠାରୁ ସିନ୍ଦୂର ଲାଗାଇବା ଉଚିତ କି ନାହିଁ – ନା କେବଳ ବିବାହ ସମୟ ରେ ସ୍ଵାମି ଦ୍ଵାରା ସିନ୍ଦୁର ପିନ୍ଧିବା ଉଚିତ ।

୮ – ସିନ୍ଦୁର ପଡି ଗଲେ କଣ କରିବେ – ସିନ୍ଦୁରକୁ ସବୁବେଳେ ଯତ୍ନ ସହକାରେ ରଖନ୍ତୁ । ସିନ୍ଦୁର ପଡିଗଲେ ତାକୁ କାଗଜ କିମ୍ବା କପଡାରେ ଭଲ ଭାବରେ ତୋଳି ପରିଷ୍କାର କରିଦେବା ଉଚିତ ।

୯ – ସିନ୍ଦୁରକୁ କେଉଁଠାରେ ରଖିବେ – ସିନ୍ଦୁରକୁ ରୂପା ଜାଗାରେ ନରଖି ତାକୁ କୌଣସି କାଠ କିମ୍ବା ତମ୍ବା ଓ ପ୍ଲାଷ୍ଟିକ ତିଆରି ପାତ୍ରରେ ରଖିବା ଉଚିତ ।

୧୦ – ସିନ୍ଦୁରକୁ ସବୁବେଳେ ପୂର୍ବ ଦିଗକୁ ମୁହଁ କରି ଲଗାଇବା ଉଚିତ । ସିନ୍ଦୁରକୁ କେବେ ବି ଦକ୍ଷିଣ ଦିଗକୁ ମୁହଁ କରି ଲଗାଇବା ଉଚିତ ନୁହେଁ ।

୧୧ – ସିନ୍ଦୁର ଲଗାଇବା ବେଳେ ମୁଣ୍ଡ ଉପରେ ଲୁଗା ଦେଇ ଲଗାନ୍ତୁ ନଚେତ ଓଢଣି ଢାଙ୍କି ଲଗାଇବା ଉଚିତ । ସିନ୍ଦୁର ଲଗାଇବା ବେଳେ କେବଳ ଅନାମିକା ଆଙ୍ଗୁଳିରେ ଲଗାନ୍ତୁ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।