Astrology- ସିଂହ ରାଶି (Leo) ମାସିକ ରାଶିଫଳ April 2022, ଏପ୍ରିଲ ମାସଟି ଆପଣଙ୍କ ପାଇଁ କିପରି ରହିବ ଓ କିପରି କରିବେ ପ୍ରତିକାର ?

ଜ୍ଯୋତିଷ ଅନୁସାରେ ଗ୍ରହଙ୍କ ଚଳନ ଓ ସ୍ଥିତି ପ୍ରତ୍ଯେକ ବ୍ୟକ୍ତିଙ୍କ ଜୀବନରେ ପ୍ରଭାବ ପକାଇଥାଏ । ଗ୍ରହଙ୍କ ସ୍ଥିତି ଠିକ ଥିଲେ ଆମ ଜୀବନରେ ସବୁ କିଛି ଭଲ ଘଟିଥାଏ, କିନ୍ତୁ ଏହା ଠିକ ନଥିଲେ ବ୍ୟକ୍ତିଙ୍କୁ ଅନେକ ସମସ୍ୟାର ସମୁଖୀନ ହେବାକୁ ପଡେ । ତେବେ ଗ୍ରହଙ୍କ ଅଶୁଭତା ଖଣ୍ଡନ ପାଇଁ ଜ୍ଯୋତିଷ ଶାସ୍ତ୍ରରେ ଏହାର ପ୍ରତିକାର ମଧ୍ୟ ରହିଛି । ତେବେ ଆସନ୍ତୁ ଜାଣିବା ସିଂହ ରାଶିର ବ୍ୟକ୍ତିଙ୍କ ପାଇଁ ଆଗାମୀ ଏପ୍ରିଲ ମାସଟି କିପରି ରହିବ ଓ କଣ କରିବେ ପ୍ରତିକାର ।

ସିଂହ ରାଶିର ଲୋକମାନେ ସାଧାରଣତଃ କ୍ରୋଧୀ ସ୍ଵଭାବର ହୋଇଥାନ୍ତି । ଏମାନେ ସ୍ପଷ୍ଟବାଦୀ, ନିର୍ଭୀକ, ଜିଦଖୋର ଓ ସ୍ବାଭିମାନୀ ହୋଇଥାନ୍ତି । ଏହାସହ ଏମାନେ ପରୋପକାରୀ ଏବଂ ନିଷ୍ପତ୍ତି ନେବାର ଭଲ କ୍ଷମତା ରଖିଥାନ୍ତି । ଏମାନେ କୌଣସି ନିଷ୍ପତ୍ତି ନେଲେ ତାହା ତୁରନ୍ତ ନିଅନ୍ତି ଓ ନିଜ କଥାରେ ଅଟଳ ରୁହହାନ୍ତି । ଏହି ରାଶିର ଅଧିପତି ଗ୍ରହ ହେଉଛନ୍ତି ରବି ମହାଗ୍ରହ ବା ସୂର୍ଯ୍ୟଦେବ । ତେଣୁ ଏମାନେ ଟିକେ ରାଜକୀୟ ସ୍ଵଭାବର ଅଟନ୍ତି ।

ଏମାନେ କାହା ଆଗରେ ମୁଣ୍ଡ ନୁଆଁଇବାକୁ ପସନ୍ଦ କରନ୍ତି ନାହିଁ ଓ ନିଜ ମାନ ସମ୍ମାନ ଏମାନଙ୍କୁ ବହୁତ ପ୍ରିୟ ହୋଇଥାଏ । ଆପଣଙ୍କ ଶୁଭ ରଙ୍ଗ ହେଉଛି ହଳଦିଆ ଓ କମଳା ରଙ୍ଗ ଏବଂ ଶୁଭବାର ହେଉଛି ବୁଧବାର ଏବଂ ରବିବାର । ପରଂବ୍ରହ୍ମ ସୂର୍ଯ୍ୟଦେବ ହେଉଛନ୍ତି ଆପଣଙ୍କର ଶୁଭ ଦେବତା । ତେଣୁ ପ୍ରତିଦିନ ସୂର୍ଯ୍ୟଙ୍କୁ ଜଳଅର୍ଘ୍ୟ ଅର୍ପଣ କରନ୍ତୁ ।

ରବିବାର ଦିନ ଯେକୌଣସି ମାନସିକ ରଖି ପୂଜାର୍ଚ୍ଚନା କଲେ ଆପଣ ଶୁଭଫଳ ପ୍ରାପ୍ତ ହେବେ । ଆପଣଙ୍କ ଶୁଭ ସଂଖ୍ୟା ହେଉଛି ୧ । ପ୍ରତ୍ଯେକ ମାସର ୧, ୧୦, ୧୯ ଓ ୨୮ ତାରିଖ କୌଣସି କାର୍ଯ୍ୟ କଲେ ନିଶ୍ଚିତ ସଫଳତା ମିଳିବ । ଏପ୍ରିଲ ମାସଟି ଏହି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଶୁଭ ଫଳଦାୟକ ରହିବ । ଚାକିରି କ୍ଷେତ୍ରରେ ରହିଥିବା ଲୋକଙ୍କୁ ଉତ୍ତମ ପରିଣାମ ପ୍ରାପ୍ତ ହେବାକୁ ଯାଉଛି ଓ ବିଦ୍ୟାର୍ଥୀ ମାନଙ୍କୁ ମଧ୍ୟ ପରିଶ୍ରମର ଫଳ ପ୍ରାପ୍ତି ହେବାକୁ ଯାଉଛି ।

କ୍ଯାରିୟର ଦୃଷ୍ଟିରୁ ମାସଟି ଆପଣଙ୍କ ପାଇଁ ଉତ୍ତମ ତଥା ଅନୁକୂଳ ରହିବ ଓ କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ ପୂର୍ଣ୍ଣ ସଫଳତା ପ୍ରାପ୍ତି ହେବ । ଆପଣ ସମାଜ କଲ୍ୟାଣକାରୀ କାର୍ଯ୍ୟରେ ମନୋଯୋଗ କରିବେ ଓ ଭାଗ ନେବେ । ଯାହାଫଳରେ ସମାଜରେ ଆପଣଙ୍କ ମାନ ସମ୍ମାନ ଓ ପ୍ରତିଷ୍ଠା ବୃଦ୍ଧି ପାଇବ ।

ରୋଜଗାର ସନ୍ଧାନରେ ଥିବା ବ୍ୟକ୍ତିଙ୍କ ମନୋସ୍କାମନା ନିଶ୍ଚୟ ପୂର୍ଣ୍ଣ ହେବ । ବ୍ୟବସାୟ କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ମଧ୍ୟ ଶୁଭଫଳ ପ୍ରାପ୍ତି ହେବ ଓ ବ୍ୟବସାୟରେ କରିଥିବା ନିବେଶରୁ ପ୍ରଚୁର ଲାଭ ପାଇବେ । ଆର୍ଥିକ ସ୍ଥିତି ଦୃଷ୍ଟିରୁ ମାସଟି ଅତ୍ୟନ୍ତ ଅନୁକୂଳ ରହିବ ଓ ଆପଣଙ୍କୁ ଅନେକ ଲାଭ ପ୍ରାପ୍ତି ହେବ । ପାରିବାରିକ ଓ ବୈବାହିକ ଜୀବନ ମଧ୍ୟ ସୁଖମୟ ରହିବ ।

ଯଦି କୌଣସି କାର୍ଯ୍ୟରେ ବାଧା ଉପୁଜୁଛି ତେବେ ପ୍ରତିକାର ପାଇଁ ଆପଣ ପ୍ରତ୍ଯେକ ଦିନ ସୂର୍ଯ୍ୟଦେବଙ୍କୁ ପୁଷ୍ପ ମିଶ୍ରିତ ଜଳ ଅର୍ପଣ କରନ୍ତୁ ଓ ପ୍ରତ୍ଯେକ ସୋମବାର ଦିନ ଭଗବାନ ଶିବଙ୍କ ମନ୍ଦିର ଯାଇ ଉଜା ଆରାଧନା କରନ୍ତୁ ଦେଖିବେ ନିଶ୍ଚୟ ଶୁଭଫଳ ପ୍ରାପ୍ତି ହେବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।