ଆଜି ଆମେ ଜାଣିବା ଇଂରାଜୀ ନବବର୍ଷ 2023ରେ ସିଂହ ରାଶି ଲୋକଙ୍କ ଜୀବନରେ କେଉଁ 6ଟି ବଡ ଘଟଣା ଘଟିବାକୁ ଯାଉଛି । ଏହାସହ ଅଶୁଭ ଗ୍ରହଙ୍କ ଅଶୁଭ ଫଳକୁ ଖଣ୍ଡନ କରିବା ପାଇଁ କଣ ପ୍ରତିକାରକ କରିବେ ତାହା ମଧ୍ୟ ଜାଣିବା । ସିଂହ ରାଶିର ବ୍ୟକ୍ତି କ୍ରୋଧୀ, ସ୍ପଷ୍ଟବାଦୀ, ନିର୍ଭୀକ, ସ୍ବାଭିମାନୀ ଏବଂ ଜିଦଖୋର ହୋଇଥାନ୍ତି । ଏମାନେ ପରୋପକାରୀ ହେବାସହ ନିଷ୍ପତ୍ତି ନେବାର କ୍ଷମତା ଯଥେଷ୍ଟ ରହିଥାଏ । ଏହି ରାଶିର ବ୍ୟକ୍ତି ନିଜ କଥାରେ ଅତୁଟ ମଧ୍ୟ ରହିଥାନ୍ତି ।

17 ଜାନୁୟାରୀ 2023 ରେ ଶନିଦେବ ରାଶି ପରିବର୍ତ୍ତନ କରିବେ ତଥା ମକର ରାଶିରୁ ବାହାରି କୁମ୍ଭ ରାଶିରେ ଆପଣଙ୍କ ସପ୍ତମ ଘରେ ପ୍ରବେଶ କରିବେ । 21 ଏପ୍ରିଲରେ ଦେବଗୁରୁ ବୃହସ୍ପତି ଆପଣଙ୍କ ରାଶିର ଭାଗ୍ୟରେ ଅବସ୍ଥାନ କରିବେ । ସେହିପତି 30 ଅକ୍ଟୋବରରେ ଆପଣଙ୍କ ଅଷ୍ଟମ ଘରକୁ ରାହୁଦେବ ପ୍ରବେଶ କରିବେ । ତେବେ ଆପଣଙ୍କ ସହ ଘଟିବାକୁ ଯାଉଥିବା ପ୍ରଥମ ଘଟଣାଟି ହେଉଛି, 17 ଜାନୁୟାରୀରୁ 15 ଫେବୃୟାରୀ ମଧ୍ୟରେ ସୂର୍ଯ୍ୟଦେବ ଆପଣଙ୍କ ଷଷ୍ଠ ଘରକୁ ଗୋଚର କରିବେ ।
ଫଳରେ ଆପଣଙ୍କୁ ନିଜ ସ୍ୱାସ୍ଥ୍ୟ ଉପରେ ବିଶେଷ ଧ୍ୟାନ ଦେବାକୁ ହେବ । ବାହାର ଖାଦ୍ଯରୁ ସଂପୂର୍ଣ୍ଣ ଭାବେ ଦୂରେଇ ରୁହନ୍ତୁ ଏବଂ ଏହି ସମୟରେ ଦୂର ସ୍ଥାନକୁ ଯାତ୍ରା କରୁଥିଲେ ବିଶେଷ ସାବଧାନ ରୁହନ୍ତୁ । ଖାସ କରି ପେଟ ଏବଂ ଆଖିର ସ୍ୱାସ୍ଥ୍ୟ ଉପରେ ବିଶେଷ ଧ୍ୟାନ ରଖନ୍ତୁ । ଏହି ସମୟରେ କୌଣସି ବଡ ନିବେଶ କରିବାକୁ ମଧ୍ୟ ବଞ୍ଚିତ ରୁହନ୍ତୁ, ନଚେତ ବଡ କ୍ଷତି ସହ୍ୟ କରିବାକୁ ପଡିପାରେ ।

ଦ୍ଵିତୀୟ ମହତ୍ବପୂର୍ଣ୍ଣ ଘଟଣା ହେଉଛି, 17 ଜାନୁୟାରୀ ପରେ ପ୍ରଭୁ ଶନିଦେବ ଆପଣଙ୍କ ସପ୍ତମ ଘରକୁ ଗୋଚର କରିବେ, ଫଳରେ ରାଜଯୋଗ ସୃଷ୍ଟି ହେବ । ଆପଣ ବ୍ୟବସାୟ କରୁଥିଲେ ଏହି ସମୟ ଆପଣଙ୍କ ପାଇଁ ବହୁତ ଶୁଭ ରହିବ । ତୃତୀୟ ମହତ୍ବପୂର୍ଣ୍ଣ ଘଟଣା ହେଉଛି , ଶନିଦେବ ସପ୍ତମ ଘରକୁ ଆସିଲେ ବିବାହ ଯୋଗ ମଧ୍ୟ ବନିଥାଏ । ଏହା ବୈବାହିକ ଜୀବନ ପାଇଁ ବହୁତ ଶୁଭ ହୋଇଥାଏ । ବିବାହରେ ବାଧା ଦେଖା ଦେଉଥିଲେ 2023 ର ଏହି ସମୟ ଆପଣଙ୍କ ପାଇଁ ବହୁତ ଶୁଭ ରହିବ ।
କାହିଁକି ନା ଦେବଗୁରୁ ବୃହସ୍ପତି ମଧ୍ୟ ନବମ ଘରକୁ ଗୋଚର କରିବେ । ଯେଉଁମାନଙ୍କ ବୈବାହିକ ଜୀବନରେ ସମସ୍ଯା ଲାଗି ରହିଥିଲା ସେମାନଙ୍କ ସମସ୍ଯା ମଧ୍ୟ ସମାଧାନ ହୋଇଯିବ । ଚତୁର୍ଥ ଘଟଣା ହେଉଛି , ଦେବଗୁରୁ ବୃହସ୍ପତି ଆପଣଙ୍କ ନବମ ଘରକୁ ଗୋଚର କରିବା ଯୋଗୁଁ ଆପଣଙ୍କ ଭାଗ୍ୟ ଖୋଲିଯିବ । ସାମାଜିକ କ୍ଷେତ୍ରରେ ଆପଣଙ୍କ ପ୍ରଶଂସା ହେବ ଓ ଆପଣ ଧାର୍ମିକ ଯାତ୍ରାରେ ଯାଇପାରନ୍ତି ।

ଏହି ସମୟରେ ଆଧ୍ୟାତ୍ମିକ ଆଡକୁ ଗତି କରିବା ସହ ଧାର୍ମିକ କାର୍ଯ୍ୟ କରିବେ । ମାତା ପିତାଙ୍କର ସେବା କରିବେ ଓ ପରିବାର ପ୍ରତି ପ୍ରେମଭାବ ମଧ୍ୟ ବୃଦ୍ଧି ପାଇବ । ପଞ୍ଚମ ଘଟଣା ହେଉଛି, ଆପଣଙ୍କ ପଞ୍ଚମ ଘରେ ଦେବଗୁରୁ ବୃହସ୍ପତିଙ୍କ ଦୃଷ୍ଟି ରହିବ । ଏହାସହ ଆପଣଙ୍କ ତୃତୀୟ ଘରେ ମଧ୍ୟ ଦୃଷ୍ଟି ପଡିବ ।
ଯେଉଁ ବ୍ୟକ୍ତିମାନେ ସନ୍ତାନ ଲାଭ କରିବାକୁ ଚାହୁଁଛନ୍ତି କିମ୍ବା ପରିବାର ସହ ଦୂରଯାତ୍ରା କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ 21 ଏପ୍ରିଲ ପରେ ସମୟ ଅତ୍ୟନ୍ତ ଶୁଭ ରହିବ । ଷଷ୍ଠ ଘଟଣାଟି ହେଉଛି 30 ଅକ୍ଟୋବରରେ ରାହୁଦେବ ଆପଣଙ୍କ ଅଷ୍ଟମ ଘରକୁ ଗୋଚର କରିବେ ।

ତେଣୁ ଏହି ସମୟରେ ସତର୍କତା ଅବଲମ୍ବନ କରିବାକୁ ଚେଷ୍ଟା କରନ୍ତୁ । ବିଶେଷ କରି ଯାନବାହାନ ଚଳାଚଳ କରିବା ବେଳେ ସତର୍କ ରୁହନ୍ତୁ । ଆପଣଙ୍କ ପାଦ କିମ୍ବା ଗୋଡରେ ଆଘାତ ହୋଇପାରେ ତେଣୁ ରାସ୍ତା ଉପରେ ଚାଲିବା ବେଳେ ମଧ୍ୟ ସତର୍କତା ପ୍ରତି ଧ୍ୟାନ ଦିଅନ୍ତୁ ।
ତେବେ ଆପଣଙ୍କ ପାଇଁ ପ୍ରତିକାର ହେଉଛି, ଆପଣ ତମ୍ବା ଲୋଟାରେ ସୂର୍ଯ୍ୟ ଭଗବାନଙ୍କୁ ପ୍ରତ୍ଯେକ ଦିନ ଜଳ ଅର୍ପଣ କରନ୍ତୁ ଏବଂ ଏହି ସମୟରେ “ଓଁ ଘୃଣୀ ସୂର୍ଯ୍ୟାୟଃ ନମଃ” ମନ୍ତ୍ରକୁ ତିନିଥର କିମ୍ବା ନଅ ଥର ଜପ କରନ୍ତୁ । ଦେଖିବେ ନିଶ୍ଚୟ ଅଶୁଭ ଖଣ୍ଡନ ହୋଇ ଶୁଭଫଳ ପ୍ରାପ୍ତି ହେବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।