ସିନ୍ଦୂର ଡବାରେ ରଖିଦିଅନ୍ତୁ ଏହି 1 ଜିନିଷ, ଅଚାନକ ସ୍ଵାମୀ ଏତେ ଧନବାନ ହେବେ ଯେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ

ହିନ୍ଦୁଧର୍ମରେ ବିବାହିତା ମହିଳା ସିନ୍ଦୂର ଲଗାଇବାର ବିଶେଷ ନିୟମ ରହିଛି । ସିନ୍ଦୂର ଲଗାଇବାର ଉଭୟ ଧାର୍ମିକ ଏବଂ ବୈଜ୍ଞାନିକ ମହତ୍ଵ ରହିଛି । ତେବେ ଆସନ୍ତୁ ଜାଣିବା ସେହିଭଳି କିଛି ନିୟମ ବିଷୟରେ ଓ ଏହାସହ ସିନ୍ଦୂର ଡବାରେ କେଉଁ ଜିନିଷ ରଖିଲେ ସ୍ଵାମୀ ଧନବାନ ହୋଇଥାନ୍ତି ତାହା ମଧ୍ୟ ଜାଣିବା । ସର୍ବପ୍ରଥମ ହେଉଛି, ସ୍ତ୍ରୀ ସବୁବେଳେ ନିଜ ଟଙ୍କାରେ ସିନ୍ଦୂର କିଣିବା ଉଚିତ ଓ କେହି ଉପହାର ଦେଇଥିବା ସିନ୍ଦୂର କେବେବି ଲଗାଇବା ଉଚିତ ନୁହେଁ ।

ଆଉ ଏକ ନିୟମ ହେଉଛି, କୌଣସି ମହିଳା କେବେବି ଅନ୍ୟ ସ୍ତ୍ରୀର ସିନ୍ଦୂର ନିଜେ ଲଗାଇବା ଉଚିତ ନୁହେଁ କି ନିଜେ ଲଗାଉଥିବା ସିନ୍ଦୂର ଅନ୍ୟ କେଉଁ ସ୍ତ୍ରୀକୁ ଲଗାଇବାକୁ ଦେବା ଉଚିତ ନୁହେଁ । ଏପରି କରୁଥିବା ମହିଳାଙ୍କୁ ଧନ ସମ୍ବନ୍ଧିତ ସମସ୍ଯାର ସାମ୍ନା କରିବାକୁ ପଡିଥାଏ । ସିନ୍ଦୂର ଲଗାଇ ମହିଳା କେବେବି ଗାଧୋଇବା ଉଚିତ ନୁହେଁ । ସବୁବେଳେ ଗାଧୋଇ ପୂଜାପାଠ କରିସାରି ସିନ୍ଦୂର ଲଗାଇବା ଉଚିତ ହୋଇଥାଏ ।

ସିନ୍ଦୂର ଲଗାଇବା ବେଳେ ସ୍ତ୍ରୀ ନିଜ ସ୍ବାମୀଙ୍କର ଦୀର୍ଘ ଆୟୁଷ ଏବଂ ସଫଳତା ଚିନ୍ତା କରିବା ଉଚିତ । ଯାହାଦ୍ୱାରା ତାଙ୍କର ଭାଗ୍ୟ ଓ ଶକ୍ତି ଆହୁରି ବୃଦ୍ଧି ପାଇବ । ମା’ ପାର୍ବତୀଙ୍କ ଠାରୁ ଅଖଣ୍ଡ ସୌଭାଗ୍ୟର ବରଦାନ ପ୍ରାପ୍ତି ହୋଇଥାଏ । ତେଣୁ ସିନ୍ଦୂର ଲଗାଇବା ବେଳେ ମା’ ପାର୍ବତୀଙ୍କୁ ସ୍ମରଣ କରିବା ଉଚିତ । ସେହିପରି ମାସିକ ଧର୍ମ ସମୟରେ କେବେବି ସିନ୍ଦୂର ଲଗାନ୍ତୁ ନାହିଁ ।

ଏହି ସମୟରେ ସିନ୍ଦୂର ଲଗାଇବା ସିନ୍ଦୂର ପ୍ରତି ଅପମାନ ସ୍ୱରୂପ ହୋଇଥାଏ । ସିନ୍ଦୂର ତଳେ ପଡିବା ବହୁତ ଅଶୁଭ ମାନାଯାଏ, ତେଣୁ ପିଲାଙ୍କ ଠାରୁ ଏହାକୁ ଦୂରେଇ ରଖନ୍ତୁ ଓ ହାତ ବାଜି ପଡିବା ଭଳି ସ୍ଥାନରେ ବିଲକୁଲ ଏହାକୁ ରଖନ୍ତୁ ନାହିଁ । ଅନ୍ୟ ସାମ୍ନାରେ ସିନ୍ଦୂର ଲଗାଇବା ଦ୍ଵାରା ନଜର ଲାଗିଥାଏ ଓ ଆପଣଙ୍କ ପ୍ରତି ସ୍ଵାମୀଙ୍କ ପ୍ରେମ ମଧ୍ୟ କମିଯାଏ । ସେଥିପାଇଁ ସବୁବେଳେ ମୁଣ୍ଡରେ ଓଢଣି ଦେଇ ସିନ୍ଦୂର ଲଗାନ୍ତୁ ।

ଏହାସହ ମଥାରେ ସବୁବେଳେ ଶୁଖିଲା ସିନ୍ଦୂରର ବ୍ୟବହାର କରନ୍ତୁ । ଯଦି ସିନ୍ଦୂର ଭୁଲରେ ତଳେ ପଡିଯାଉଛି ତେବେ ଏହାକୁ ଏକାଠି କରି ରଖନ୍ତୁ ଓ ପ୍ରଥମେ ମା’ ପାର୍ବତୀଙ୍କୁ କ୍ଷମା ମାଗନ୍ତୁ, ଏହାଦ୍ବାରା ବିପଦ ଟଳିଯାଏ । ସିନ୍ଦୂରକୁ ସବୁବେଳେ ଝିଙ୍କ କାଠି, ରୂପା କଣ୍ଟା କିମ୍ବା ହଳଦୀ କାଠି ଦ୍ଵାରା ମଠାରେ ଲଗାନ୍ତୁ ।

କେବେବି ହାତରେ ଭୁଲରେ ମଧ୍ୟ ସିନ୍ଦୂର ଲଗାନ୍ତୁ ନାହିଁ । ଯେଉଁ ମହିଳା ସିନ୍ଦୂରକୁ ମଥା କେଶ ଭିତରେ ଲୁଚାଇ ରଖନ୍ତି ତାଙ୍କ ସ୍ଵାମୀକୁ ସମାଜରେ ମାନ ସମ୍ମାନ ମିଳିପାରେ ନାହିଁ । ତେଣୁ ଏପରି କରନ୍ତୁ ନାହିଁ । ସିନ୍ଦୂରକୁ ସବୁବେଳେ ନାକ ସିଧାରେ ମଥା ଉପରେ ଲମ୍ବାରେ ଲଗାନ୍ତୁ । ସିନ୍ଦୂରରେ ସବୁବେଳେ ଗୋଟିଏ ଟଙ୍କିକିଆ ପଇସା ନିଶ୍ଚୟ ରଖନ୍ତୁ । ଏଭଳି କରିବା ବହୁତ ଶୁଭ ହୋଇଥାଏ ଓ ମାତା ପାର୍ବତୀଙ୍କ କୃପା ଅବଶ୍ୟ ପ୍ରାପ୍ତି ହୋଇଥାଏ ।

ସ୍ଵପ୍ନରେ ସିନ୍ଦୂର ଦେଖିବା ବହୁତ ଶୁଭ ବୋଲି ମାନାଯାଏ । ଏହାଦ୍ବାରା ପରିବାରରେ ବହୁତ ବଡ ଖୁସି ଖବର ମିଳିବାକୁ ଯାଉଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।