ହୋଲିକା ଦହନର ସମୟ ଅତ୍ୟନ୍ତ ମହତ୍ବପୂର୍ଣ୍ଣ ବୋଲି ମାନାଯାଏ । ଏହି ସମୟରେ କରା ଯାଉଥିବା କିଛି ଉପାୟ ଆପଣଙ୍କୁ କେବଳ ଆର୍ଥିକ ସମସ୍ଯା ନୁହେଁ ବରଂ ବ୍ୟକ୍ତିଗତ ସମସ୍ଯାରୁ ମଧ୍ୟ ମୁକ୍ତ କରିଥାଏ । ସେଥିମଧ୍ୟରୁ ବିବାହ ନହୋଇ ପାରିବା ଏକ ବଡ ସମସ୍ଯା ଅଟେ । ଯଦି ଆପଣଙ୍କ ସହ ମଧ୍ୟ ବିବାହକୁ ନେଇ ସମସ୍ଯା ଲାଗି ରହୁଛି ତେବେ ହୋଲିକା ଦହନ ସମୟରେ ଏକ ବିଶେଷ ଉପାୟ ଦ୍ଵାରା ତାହା ଦୂର ହୋଇପାରିବ । ତେବେ ଚାଲନ୍ତୁ ଜାଣିବା କେମିତି କରିବେ ଉପାୟ ।

ଏକ ନିର୍ଦ୍ଦିଷ୍ଟ ବୟସରେ ଉପନୀତ ହେବା ପରେ ସମସ୍ତେ ବିବାହ କରିବାକୁ ସ୍ଵପ୍ନ ଦେଖନ୍ତି । ପରିବାର ଲୋକେ ମଧ୍ୟ ଚାହିଁଥାନ୍ତି ବିବାହ କରେଇବା ପାଇଁ । କିନ୍ତୁ ଯେତେ ଚେଷ୍ଟା କଲେ ମଧ୍ୟ ଅନେକଙ୍କ ବିବାହ ହୋଇ ପାରି ନଥାଏ । ସବୁବେଳେ କିଛି ନା କିଛି ସମସ୍ଯା ମୁଣ୍ଡ ଟେକି ଠିଆ ହୋଇଯାଏ । ଯାହାର ପରିଣାମ ସ୍ୱରୂପ ଭଲ ପ୍ରସ୍ତାବ ସବୁ ହାତଛଡା ହୋଇଯାଏ । ଆପଣଙ୍କ ସହ ଯଦି ଏପରି କିଛି ହେଉଛି ତେବେ ହୋଲିକା ଦହନ ରାତିରେ ଏହି ବିଶେଷ ଉପାୟ କରନ୍ତୁ ।
ହୋଲିକା ଦହନ ସମୟରେ ଆପଣ ଏକ ଅଖଣ୍ଡିତ ପାନପାତ୍ର, ଏକ ଗୁଆ ଓ ଏକ ହଳଦୀ ଖଣ୍ଡ ନେଇ ଶିବ ମନ୍ଦିର ଯାଆନ୍ତୁ ଓ ତିନୋଟି ଯାକ ଜିନିଷ ଶିବଲିଙ୍ଗରେ ଅର୍ପଣ କରନ୍ତୁ । ଏହାପରେ ଆପଣ ଘରକୁ ଫେରି ଆସନ୍ତୁ । କିନ୍ତୁ ଧ୍ୟାନ ରଖନ୍ତୁ ମନ୍ଦିରରୁ ଘରକୁ ଫେରିବା ସମୟରେ ଆପଣ ପଛକୁ ବୁଲି ଦେଖନ୍ତୁ ନାହିଁ ।

ହୋଲିକା ଦହନର ପରଦିନ ମଧ୍ୟ ଠିକ ସେହି ସମୟରେ ଆପଣ ଏହି ଉପାୟ କରନ୍ତୁ ଯେଉଁ ସମୟରେ ଆପଣ ପୂର୍ବରୁ କରିଥିଲେ । ଏହି ଉପାୟ କେବଳ ସେହିମାନେ କରନ୍ତୁ ଯେଉଁମାନଙ୍କ ବିବାହରେ ବିଳମ୍ବ ହେଉଛି । ଜ୍ଯୋତିଷ ଅନୁସାରେ ହୋଲିକା ଦହନ ଦିନ ଏହି ଉପାୟ କରିବା ଦ୍ଵାରା ବିବାହରେ ବାଧା ବନୁଥିବା ଗ୍ରହ ଧୀରେ ଧୀରେ ଆପଣା ଛାଏଁ ଶାନ୍ତ ହୋଇଯାନ୍ତି । ଯାହାଫଳରେ ସେହି ଜାତକଙ୍କୁ ଶୀଘ୍ର ଶୁଭ ପରିଣାମ ହାସଲ ହୋଇଥାଏ ।
ମାନ୍ୟତା ସମୟରେ କିଛି ସମୟ ଅନ୍ତରାଳ ମଧ୍ୟରେ ଏହି ଉପାୟ କରୁଥିବା ଉଚିତ । ଯେପର୍ଯ୍ୟନ୍ତ ଆପଣ ସଫଳ ନ ହୋଇଛନ୍ତି ସେତେ ପର୍ଯ୍ୟନ୍ତ ମଝି ମଝିରେ ଭଗବାନ ଶିବଙ୍କ ମନ୍ଦିର ଯାଇ ଏହି ଉପାୟ କରୁଥାନ୍ତୁ । ଦେଖିବେ ଭଗବାନ ଶିବ ନିଶ୍ଚୟ ଆପଣଙ୍କ ଉପରେ ପ୍ରସନ୍ନ ହେବେ ।

ଆପଣଙ୍କ ବିବାହରେ ଉପୁଜୁଥିବା ସମସ୍ତ ବାଧା ଧୀରେ ଧୀରେ ଦୂରେଇ ଯିବ ଓ ମନ ପସନ୍ଦର ଜୀବନସାଥି ପାଇବେ । ଆପଣ ଯେପ୍ରକାର ବିବାହ ଚାହିଁଥିଲେ ତାହା ନିଶ୍ଚୟ ପୂର୍ଣ୍ଣ ହେବ । ଭଗବାନ ଶିବଙ୍କ ଆଶୀର୍ବାଦରୁ ବହୁତ ଶୀଘ୍ର ଆପଣଙ୍କୁ ନିଜ ଜୀବନସାଥୀ ମିଳିଯିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।