Siddhant କିଚେନରେ ମୋ ଆସିଷ୍ଟାନ୍ତ ହେଇକି ଥାଆନ୍ତି… ବୈବାହିକ ଜୀବନକୁ ନେଇ ବଡ ଖୁଲାସା କଲେ ଅଭିନେତ୍ରୀ Mama Mishra

90 ଦଶକର ଲୋକପ୍ରିୟ ଓଲିଉଡ ଅଭିନେତ୍ରୀ ମାମା ମିଶ୍ର ପ୍ରାୟ ଦୁଇ ଦଶନ୍ଧି ଧରି ଫିଲ୍ମ ଇଣ୍ଡଷ୍ଟ୍ରିରୁ ଦୂରେଇ ରହିଥିଲେ ମଧ୍ୟ ଆଜି ବି ଲୋକେ ତାଙ୍କୁ ମନେ ରଖିଛନ୍ତି । ଅନେକ ହିଟ୍ ଫିଲ୍ମ ଓ ଆଲବମରେ ଅଭିନୟର ଜାଦୁ ଦେଖାଇଥିବା ମାମା ମିଶ୍ର ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କୁ ବିବାହ କରିବା ପରେ ଅଭିନୟ ଦୁନିଆରୁ ଏକପ୍ରକାର ଗାୟବ ହୋଇ ଯାଇଥିଲେ । ତେବେ ଦୀର୍ଘ ବର୍ଷର ବ୍ଯବଧାନ ପରେ ମାମା ମିଶ୍ରଙ୍କୁ ଏବେ କ୍ୟାମେରା ସାମ୍ନାରେ ଦେଖିବାକୁ ମିଳିଛି ।

ମାମା ଅନନ୍ୟା କାର୍ଯ୍ୟକ୍ରମରେ ଯୋଗ ଦେଇ ତାଙ୍କ ଫିଲ୍ମ କ୍ଯାରିୟର ଓ ପାରିବାରିକ ଜୀବନକୁ ନେଇ ଅନେକ କଥାର ଖୁଲାସା କରିକହନ୍ତି । ସମାଜ, ପରିବାର ଏବଂ ଖାସ କରି ଗୃହିଣୀ ତଥା ସ୍ଵାମୀମାନଙ୍କ ପାଇଁ ସେ ସୁନ୍ଦର ବାର୍ତ୍ତା ମଧ୍ୟ ଦେଇଛନ୍ତି । ମାମା ମିଶ୍ରଙ୍କୁ ପଚରା ଯାଇଥିଲା କି, ଯେତେବେଳେ ସ୍କୁଲ କଲେଜରେ ପିଲାଙ୍କୁ ପଚରାଯାଏ ତୁମ ମା’ କଣ କରନ୍ତି ? ଯାହାର ମା ଯେଉଁ ପ୍ରଫେସନରେ ଥିବେ ପିଲାମାନେ କହିଥାନ୍ତି ।

କିନ୍ତୁ ଯାହାର ମା’ ଗୃହିଣୀ ହୋଇଥାନ୍ତି ସେମାନେ କହିଥାନ୍ତି ବା ତାଙ୍କୁ କୁହାଯାଏ କି ତୁମ ମା’ କିଛି କରନ୍ତି ନାହିଁ । ଏନେଇ ମାମା ମିଶ୍ର କହିଛନ୍ତି କି, ପିଲାମାନଙ୍କୁ ଛୋଟବେଳୁ ଏନେଇ ଶିକ୍ଷା ଦେବା ଉଚିତ । ବାପାମା’ ମନେ ପିଲାଙ୍କୁ ଶିଖାଇବା ଉଚିତ କି ମା’ ଘରକାମ କରନ୍ତି ବୋଲି ଆମେ ସ୍କୁଲ ଯାଇପାରୁଛୁ ଓ ବାପା କାମକୁ ଯାଇ ପାରୁଛନ୍ତି । ଗୃହିଣୀ ମାନେ ଘରକାମ କରୁଛନ୍ତି ମାନେ କିଛି କରନ୍ତି ନାହିଁ ଏହା କହିବା ସଂପୂର୍ଣ୍ଣ ଭୁଲ ।

ମାମାଙ୍କୁ ଆହୁରି ମଧ୍ୟ ପଚରା ଯାଇଥିଲା କି, ଯେବେ ସ୍ଵାମୀ ଏବଂ ପିଲାମାନେ ଘରେ ଥାନ୍ତି ସେମାନେ କହିଛନ୍ତି କି ମା’ ତୁମେ ସବୁଦିନ କାମ କରୁଛ ଆଜି ତୁମେ ରେଷ୍ଟ କର ଘରକାମ ଆମେ ସମ୍ଭାଳିବୁ ? ଏନେଇ ମାମା କହିଥିଲେ, ସିଦ୍ଧାନ୍ତ ଘରେ ରହିବାକୁ ବହୁତ ଭଲପାନ୍ତି ଓ ଘରକାମ କରିବାକୁ ବି ଭଲପାନ୍ତି । ସେ ଯେବେ ବିକ ଛୁଟିରେ ଘରେ ରୁହନ୍ତି କିଚେନରେ ମୋର ଆସିଷ୍ଟାଣ୍ଟ ହେଇକି ଥାନ୍ତି । ସବୁ କାମରେ ସିଦ୍ଧାନ୍ତ ମାମା ମିଶ୍ରଙ୍କୁ ସାହାଯ୍ୟ କରନ୍ତି ।

ସେ ଉଦାହରଣ ଦେଖାଇଛନ୍ତି କି, ସବୁ ସ୍ଵାମୀ ଏହିଭଳି ହେବା ଦରକାର । ସିଦ୍ଧାନ୍ତ ମହାପାତ୍ର ଓ ମାମା ମିଶ୍ରଙ୍କ ବୈବାହିକ ଜୀବନ ଯେ କେତେ ସଫଳ ଓ ମଧୁମୟ ତାହା ମାମାଙ୍କ କଥାରୁ ସ୍ପଷ୍ଟ ବାରି ହୋଇପଡୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।