ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପବିତ୍ର ଶ୍ରାବଣ ମାସ ଜୁଲାଇ ୪ ତାରିଖରୁ ଆରମ୍ଭ ହୋଇସାରିଛି । ଏହି ଶ୍ରାବଣ ମାସ ଯୋଡା ମାସ ହେତୁ ପୁରା ୫୯ ଦିନ ପାଇଁ ରହିବା ପାଇଁ ଯାଉଛି । ଏହି ଶ୍ରାବଣ ମାସର ପ୍ରଥମ ସୋମବାର ବ୍ରତ ୧୦ ଜୁଲାଇରେ ପଡିବା ପାଇଁ ଯାଉଅଛି । ଯଦି ଆପଣ ମାନେ ଏହି ବ୍ରତ ରଖିବା ପାଇଁ ଯାଉଛନ୍ତି । ତେବେ ପ୍ରଭୁ ଭୋଳାନାଥଙ୍କର ବ୍ରତ କରିବା ପୂର୍ବରୁ ଆପଣଙ୍କୁ କିଛି ବିଶେଷର ଧ୍ୟାନ ରଖିବାକୁ ପଡିବ ।
ଆପଣ ମାନେ ଯଦି ଶ୍ରାବଣ ମାସର ପ୍ରତ୍ଯେକ ସୋମବାର ଦିନ ୧ ଲୋଟା ଜଳ ଉତ୍ତର ଦିଗକୁ ମୁହଁ କରି ପ୍ରଭୁ ଶଙ୍କରଙ୍କୁ ଅର୍ପଣ କରିବେ । ତେବେ ପ୍ରଭୁ ଭୋଳାନାଥ ନିହାତି ଭାବରେ ଆପଣଙ୍କ ଉପରେ କୃପା ଦ୍ରୁଷ୍ଟି ପକାଇବେ । ଏହା ସହ ଆପଣଙ୍କ କୁଣ୍ଡଳୀରେ ଥିବା ଚନ୍ଦ୍ରମା ମଜଭୁତ ହୋଇଯାଇଥାନ୍ତି । ସୋମବାର ଦିନ ଆପଣ ଯଦି ପ୍ରଭୁଙ୍କ ଲିଙ୍ଗରେ ଚନ୍ଦନ ଲେପ ଲଗାନ୍ତି । ଆପଣଙ୍କୁ ଏହା ଦ୍ଵାରା ଭୌତିକ ସୁଖ ମିଳିଥାଏ ।
ଭଗବାନ ଭୋଳାନାଥଙ୍କୁ ଧଳା ଜିନିଷ ଅତି ପ୍ରିୟ ହୋଇଥାଏ । ତେଣୁ ଆପଣ ଯଦି ପ୍ରଭୁ ଭୋଳାନାଥଙ୍କର ବ୍ରତ ରଖୁଛନ୍ତି । ତେବେ ତାଙ୍କୁ କ୍ଷୀର ଓ ଦହିରେ ନିହାତି ଭାବରେ ଅଭିଷେକ କରାନ୍ତୁ । ଏହା ସହ ଭୋଗ ଲଗାଉଥିବା ଜିନିଷ ଯଦି ଧଳା ରଙ୍ଗର ପଦାର୍ଥ ହୋଇଥାଏ । ତେବେ ଏହା ଆହୁରି ମଧ୍ୟ ଭଲ ହୋଇଥାଏ । ଏହା କରିବା ଦ୍ଵାରା ପ୍ରଭୁ ମହାଦେବ ଆପଣଙ୍କ ଉପରେ ଅତ୍ୟଧିକ ପ୍ରସନ୍ନ ହୋଇଯାଇଥାନ୍ତି ।
ଆପଣଙ୍କ ଉପରେ ଆସୀମ ଆଶ୍ରୀବାଦ କରିଥାନ୍ତି । ସୋମବାର ବ୍ରତ ରଖୁଥିବା ଲୋକ କିଛି ଏପରି ଭୁଲ କରିବା ମଧ୍ୟ ଜମାରୁ ଉଚିତ ନୁହେଁ । ଯେପରି ସୋମବାର ଦିନ ଶିବ ମନ୍ଦିର ଯାଉଥିବା ଲୋକମାନେ ଧଳା ରଙ୍ଗର ବସ୍ତ୍ର ପରିଧାନ କରିବା ଉଚିତ । କଳା ରଙ୍ଗର ବସ୍ତ୍ର ଭୁଲରେ ମଧ୍ୟ ଧାରଣ କରିବା ଉଚିତ ହୋଇନଥାଏ । ଶ୍ରାବଣ ମାସର ବ୍ରତ କରୁଥିବା ଲୋକମାନେ ଏବଂ ସମସ୍ତଙ୍କ କ୍ଷେତ୍ରରେ ମଧ୍ୟ ରାଗ ସମୟରେ ମୁହଁରୁ କୌଣସି କଟୁ ବଚନ ବାହାରିବା ଉଚିତ ହୋଇନଥାଏ ।
ବ୍ରତ ରଖିଥିବା ବ୍ରତଧାରୀ ମାନେ ସୋମବାର ଦିନ କୌଣସି ଶଣ୍ଢଙ୍କୁ କିଛି ମିଠା ଜାତୀୟ ଖାଦ୍ୟ କିମ୍ବା ଘାସ ଆଦି ଖୁଆଇଦେବା ଉଚିତ ଅଟେ । ହେଲେ ସେହି ସମୟରେ କୌଣସି ପଶୁପକ୍ଷୀଙ୍କୁ ଆଘାତ କରିବା ଅନୁଚିତ । ଶିବଳିଙ୍ଗ ଉପରେ ହଳଦୀ, ସିନ୍ଦୁର କିମ୍ବା ତୁଳସୀ ଆଦି ଚଢାନ୍ତୁ ନାହିଁ ।
ଭଗବାନ ଭୋଳାନାଥଙ୍କୁ ଖଣ୍ଡିତ ବେଲପତ୍ର ଚଢାଇବା ଅନୁଚିତ । ଶ୍ରାବଣ ମାସରେ ସନ୍ଧବ ଲୁଣ, ଶାବୁ ଦାନା ଓ କ୍ଷୀର ଜାତୀୟ ଖାଦ୍ୟ ଖାଇପାରିବେ । ଏହି ସମସ୍ତ କାର୍ଯ୍ୟ ପ୍ରତି ଧ୍ୟାନ ରଖି ସୋମବାର ବ୍ରତ ରଖିବା ଉଚିତ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରାନ୍ତୁ । ଧନ୍ୟବାଦ