ଅନେକ ଲୋକ ଶୋଇବା ବେଳେ ଘୁଙ୍ଗୁଡି ମାରିଥାନ୍ତି । ଅଧିକାଂଶ ଲୋକ ଭାବିଥାନ୍ତି ଶୋଇବା ବେଳେ ଘୁଙ୍ଗୁଡି ମାରିବାର ଅର୍ଥ ହେଉଛି ବ୍ୟକ୍ତି ଭଲ ନିଦରେ ଶୋଇଛନ୍ତି । କିନ୍ତୁ 1950 ପରେ ଜଣାପଡିଲା କି, ଘୁଙ୍ଗୁଡି ପ୍ରକୃତରେ ଭଲ ନିଦ୍ରାର କାରଣ ନୁହେଁ ବରଂ ଏହା ନିଦ୍ରା ବ୍ୟାଘାତର କାରଣ । କାରଣ ଶୋଇବା ବେଳେ ଆମ ଶ୍ଵାସନଳୀରେ କେଉଁଠି ବ୍ଲକେଜ ହେବା ହେତୁ ହିଁ ଘୁଙ୍ଗୁଡି ହୋଇଥାଏ । ଏନେଇ ନିଦ୍ରା ବିଶେଷଜ୍ଞ ପ୍ରଫେସର ଡାକ୍ତର ଅର୍ପିତା ପ୍ରିୟଦର୍ଶିନୀ ଅନେକ ଖାସ କଥା କହିଛନ୍ତି ।
ଡାକ୍ତରଙ୍କ କହିବା ଅନୁଯାୟୀ ଓଜନ ବଢିବା ହେଉଛି ଗୁଙ୍ଗୁଡି ହେବାର ଏକ ମୁଖ୍ୟ କାରଣ । ଜଣେ ବ୍ୟକ୍ତିଙ୍କ ଉଚ୍ଚତା ସେଣ୍ଟିମିଟରରେ ଯେତିକି ହେଉଛି ସେଥିରୁ 100 ଫେଡି ଦେଲେ ଯେତିକି ହେବ ବ୍ୟକ୍ତିଙ୍କ ଓଜନ ସେତିକି ରହିବା ଆବଶ୍ୟକ । ଏହାଠୁ ଅଧିକ ଓଜନ ରହିଲେ ଶୋଇବା ବେଳେ ଶ୍ଵାସନଳୀ ବ୍ଲକ ହେବାସହ ଘୁଙ୍ଗୁଡି ହୋଇଥାଏ । କାରଣ ଏଭଳି ସ୍ଥିତିରେ ବ୍ୟକ୍ତିଙ୍କ ଶ୍ଵାସନଳୀ ଦେଇ ଠିକ ଭାବେ ଅକ୍ସିଜେନ ଯାଇପାରେ ନାହିଁ ।
ଏହି ଘୁଙ୍ଗୁଡି ସମସ୍ଯା ବଢିଲେ ବ୍ୟକ୍ତିଙ୍କ ଜୀବନ ମଧ୍ୟ ଚାଲି ଯାଇପାରେ । ଘୁଙ୍ଗୁଡି ଆମ ଶରୀରରେ ମେଦବହୁଳତା, ଡାଇବେଟିସ, ରକ୍ତଚାପ, ହର୍ମୋନାଲ ଚେଞ୍ଜେସ ଏବଂ ଷ୍ଟ୍ରେସ ଭଳି ଘାତକ ରୋଗ ମଧ୍ୟ ସୃଷ୍ଟି କରିପାରେ । ତେବେ ଘୁଙ୍ଗୁଡିର କୌଣସି ନିର୍ଦ୍ଦିଷ୍ଟ ଔଷଧ ନାହିଁ । ଘୁଙ୍ଗୁଡି ଆମ ହୃତପିଣ୍ଡ ଠାରୁ ନେଇ ମସ୍ତିଷ୍କ ଏବଂ ସାରା ଶରୀରରେ ପ୍ରଭାବ ପକାଇଥାଏ ।
ଘୁଙ୍ଗୁଡି ସମସ୍ଯା ଅଧିକ ବଢିଲେ ଏହା ହୃଦଘାତର କାରଣ ମଧ୍ୟ ହୋଇପାରେ । ସେଥିପାଇଁ ଘୁଙ୍ଗୁଡି ସମସ୍ଯା ହେଉଥିଲେ ଜାଣି ରଖନ୍ତୁ ଆପଣଙ୍କ ଓଜନ ଆବଶ୍ୟକ ଠାରୁ ଅଧିକ ରହିଛି । ତେଣୁ ପ୍ରଥମେ ନିଜ ଓଜନ କମାଇବା ନିହାତି ଆବଶ୍ୟକ । ନଚେତ ଡାଇବେଟିସ ବ୍ଲଡ଼ପ୍ରେସର ଭଳି କ୍ରୋନିକ ଡିଜିଜ ର ଶିକାର ହେବାର ସମ୍ଭାବନା ବଢିଚାଲେ । ମୋଟାପଣ ବଢିବା ସହ ଘୁଙ୍ଗୁଡି ସାଂଘାତିକ ହୋଇ ଚାଲେ ।
ତେବେ ମୋଟାପଣ ବ୍ଯତୀତ ବ୍ୟକ୍ତିଙ୍କ ନାକରେ ଯଦି କିଛି ସମସ୍ଯା ରହୁଛି, ଟନସିଲ, ଆଡିନଏଡ ଆଦି ଥିଲେ ମଧ୍ୟ ଘୁଙ୍ଗୁଡି ସମସ୍ଯା ଦେଖାଦିଏ । ଏହାସହ ବେକର ଆକାର 30 ସେମିରୁ ଅଧିକ ମୋଟା ଥିଲେ ମଧ୍ୟ ଘୁଙ୍ଗୁଡି ହୋଇଥାଏ । ଘୁଙ୍ଗୁଡିନ ମୋଟାପଣକୁ ଡାକି ଆଣେ ଏବଂ ମୋଟାପଣ ଘୁଙ୍ଗୁଡିକୁ ଡାକି ଆଣେ, ଏହା ଏକ ବୃତ୍ତାକାର ଗତିରେ କାମ କରେ ।
ଘୁଙ୍ଗୁଡି ସମସ୍ଯାର ଶୀଘ୍ର ଚିକିତ୍ସା କରିବା ଉଚିତ । ଆପଣ ପ୍ରଥମେ ନିଜ ଓଜନ କମାଇବାକୁ ଚେଷ୍ଟା କରନ୍ତୁ ଏବଂ ଏହାସହ ଡାକ୍ତରଙ୍କ ପରାମର୍ଶ କରିବା ମଧ୍ୟ ନିହାତି ଆବଶ୍ୟକ । ଘୁଙ୍ଗୁଡି ସମସ୍ଯା ବଢିଲେ ସର୍ଜରୀ ବିକଳ୍ପ ରହିଛି । କିନ୍ତୁ ଏହା ଖୁବ କ୍ଷେତ୍ରରେ ଡାକ୍ତର ପରାମର୍ଶ କରିଥାନ୍ତି । ଘୁଙ୍ଗୁଡି ସମସ୍ଯା ଠିକ କରିବା ପାଇଁ ‘ପଜିଟିଭ ଏୟାରୱେ ପ୍ରେସର’ ନାମକ ଏକ ମେସିନ ବାହାରି ସାରିଛି ।
ଏହି ମେସିନ ବ୍ୟବହାର କରିବା ଦ୍ଵାରା ରାତିରେ ଏହା ଆପଣଙ୍କ ଶ୍ଵାସନଳୀରେ ବ୍ଲକେଜ ଉପରେ ପ୍ରେସର ପକାଇ ତାକୁ ଖୋଲା ରଖିବ ଓ ଆପଣ ବିନା ଘୁଙ୍ଗୁଡିରେ ଆରାମରେ ଶୋଇ ପାରିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।