ରାତିରେ ଶୋଇବା ବେଳେ ଅସହ୍ୟ ଗୋଡ ବିନ୍ଧୁଛି କି ? ଏହା ରେଷ୍ଟଲେସ୍ ଲେଗ୍ ସିଣ୍ଡ୍ରୋମର ଲକ୍ଷଣ ହୋଇପାରେ, ଜାଣନ୍ତୁ ଏହାର କାରଣ ଓ ଚିକିତ୍ସା (Dr. Simanchala Mahapatra)

ରେଷ୍ଟଲେସ ଲେଗ୍ ସିଣ୍ଡ୍ରୋମ ଏମିତି ଏକ ସମସ୍ଯା ଯେଉଁଥିରେ ଶୋଇବା ବେଳେ ଅସହ୍ୟ ଗୋଡବିନ୍ଧା ହୁଏ, ଗୋଡରେ କରେଣ୍ଟ ଲାଗିବା ଭଳି ଅନୁଭବ କରିଥାଏ । ଅନେକ ଲୋକ ଏହାକୁ ସାଧାରଣ ସମସ୍ଯା ବୋଲି ଭବିଥାନ୍ତି । କିନ୍ତୁ ଏହା ଯୋଗୁଁ ବ୍ୟକ୍ତି ରାତିରେ ଶୋଇପାରେ ନାହିଁ ଓ ଏହା ତା’ର ବ୍ୟକ୍ତିଗତ ଜୀବନ ତଥା କାର୍ଯ୍ୟକ୍ଷେତ୍ରକୁ ମଧ୍ୟ ପ୍ରଭାବିତ କରିଥାଏ । ତେବେ ରେଷ୍ଟଲେସ ଲେଗ୍ ସିଣ୍ଡ୍ରୋମ କାହିଁକି ହୁଏ ? ଚାଲନ୍ତୁ ଦେଖିବା ଏହାର ଲକ୍ଷଣ ଓ ଚିକିତ୍ସା ବିଷୟରେ କଣ କହୁଛନ୍ତି ବିଶିଷ୍ଟ ନ୍ୟୁରୋସର୍ଜନ ଡାକ୍ତର ସିମାଞ୍ଚଳ ମହାପାତ୍ର ।

ଏହି ରୋଗର ଅନେକ କାରଣ ଅଛି । ପ୍ରଥମ କାରଣଟି ହେଉଛି ଆମ ବ୍ରେନରେ ଦୁଇଟି ଅଙ୍ଗ ନର୍ଭସ ବାଲାନ୍ସ ପାଇଁ କାମ କରେ ଯଥା:- ଥାଲାମସ ଏବଂ ବାସାଲ ଗାଙ୍ଗଲିଆ । ଏହି ବାସାଲ ଗାଙ୍ଗଲିଆରେ କୌଣସି ଡିଜଅର୍ଡର ଦେଖାଦେଲେ ବା ଡୋପାମାଇନ କମିଗଲେ କିମ୍ବା କୌଣସି କାରଣରୁ ଥାଲାମସରେ ଗ୍ଳୁଟାମେଟ ଲେଭଲ ବଢିଯାଏ ତେବେ ରେଷ୍ଟଲେସ୍ ଲେଗ୍ ସିଣ୍ଡ୍ରୋମ ଦେଖାଦିଏ । ଏହି ରୋଗରେ ଗୋଡରେ ପୋକଜୋକ ଚାଲିବା, ଜଳାପୋଡା ହେବା, କୁଣ୍ଡାଇ ହେବା ଭଳି କିମ୍ବା କରେଣ୍ଟ ଲାଗିବା ଭଳି ଅନୁଭବ ହୁଏ ।

ଯଦି ରୋଗୀ ଶୋଇବା ବେଳେ ଗୋଡ ବାଡେଇବ, ଉଠେଇକି ରଖିବ, ଉଠିକି ବସି ଚିପିବ କିମ୍ବା ଗୋଡ ଯୋଗୁଁ ଯେତେ ଶୋଇବାକୁ ଚେଷ୍ଟା କଲେ ମଧ୍ୟ ଶୋଇ ପାରିବନି ତେବେ ଜାଣିବ ଯେ ତାଙ୍କର ଏହି ସିଣ୍ଡ୍ରୋମ ଅଛି । ଏହି ରୋଗ ଥିଲେ ରାତିରେ ଭଲରେ ଶୋଇ ନପାରିବା ହେତୁ ଦିନସାରା ନିଦ ଲାଗେ, କାର୍ଯ୍ୟରେ ମନ ଲାଗେ ନାହିଁ, ମନ ଅଶାନ୍ତି ଲାଗେ ଏବଂ ଏହିସବୁ ଦୈନନ୍ଦିନ ଜୀବନ ଉପରେ ଆହୁରି ପ୍ରଭାବ ପକାଇଥାଏ ।

ଏହି ସିଣ୍ଡ୍ରୋମ ନର୍ଭ ଯୋଗୁଁ ହୁଏ ତେଣୁ ଏପରି ହେଉଥିଲେ ନ୍ୟୁରୋଲୋଜି ଡାକ୍ତରଙ୍କୁ ଦେଖାଇବାକୁ ପଡିବ । ଛାତିରେ ଇନଫେକ୍ସନ ହେବା କିମ୍ବା କିଛି ପେଟ ରୋଗ ଯୋଗୁଁ ମଧ୍ୟ ବାସାଲ ଗାଙ୍ଗିଆ ପ୍ରଭାବିତ ହୋଇଥାଏ ଓ ରୋଗୀ ଠାରେ ଏହି ସିଣ୍ଡ୍ରୋମ ଦେଖା ଦେଇଥାଏ । ଅନ୍ୟ କିଛି କଣ୍ଡିସନ ଯଥା ଡାଇବେଟିସ, ଥାଇରଏଡ ଆଦି ସମସ୍ଯାରେ ମଧ୍ୟ ବ୍ରେନ ଉପରେ ପ୍ରଭାବ ପଡିଥାଏ ତେଣୁ ରେଷ୍ଟଲେସ ଲେଗ୍ ସିଣ୍ଡ୍ରୋମ ଦେଖା ଦେଇଥାଏ ।

ଏହାର ଚିକିତ୍ସା ପାଇଁ କିଛି ତିନି ପ୍ରକାରର ଚିକିତ୍ସା ରହିଛି ଯଥା- ଡାଏଟ ରେଷ୍ଟ୍ରିକ୍ସନ, କିଛି ହୋମ ରିମେଡି ଏବଂ ମେଡ଼ିସିନ ମଧ୍ୟ ଖାଇବାଉ ପଡିବ । ଡାଏଟ ରେଷ୍ଟ୍ରିକ୍ସନ ହେଉଛି ଯେଉଁ ସବୁ ଖାଦ୍ୟ ଖାଇଲେ ଦେହରେ ଡୋପାମାଇନ ଲେଭଲ କମିଯାଏ କିମ୍ବା ଗ୍ଳୁଟାମେଟ ଲେଭଲ ବଢିଯାଏ ସେସବୁ ବନ୍ଦ କରିବାକୁ ପଡିବ । ଚିଜ, ଛେନା, ଦହି, ପନୀର ଆଦି ଖାଇଲେ ଡୋପାମାଇନ ଲେଭଲ କମି ଯାଇଥାଏ ।

ସେହିପରି କିଛି ବାନ୍ତି ଓ ଗ୍ୟାଷ୍ଟ୍ରିକ ଔଷଧ, ଆଣ୍ଟି ଡିପ୍ରେଜାଣ୍ଟ ତଥା ସାଇକୋଟିକ ଔଷଧ ରେଗୁଲାର ଖାଇବା ଦ୍ଵାରା ମଧ୍ୟ ଏହି ସିଣ୍ଡ୍ରୋମ ହୁଏ । ପତ୍ରଯୁକ୍ତ ପରିବା, କଙ୍କଡା, ସାମୁଦ୍ରିକ ମାଛ ଆଦି ଫଲିକ ଏସିଡ ଓ ଆଇରନଯୁକ୍ତ ଖାଦ୍ୟ ଖାଇଲେ ଏହା ସିଣ୍ଡ୍ରୋମରେ ଆରାମ ମିଳିଥାଏ । ଆଇରନ ଆମ ଶରୀରରେ ଡୋପାମାଇନ ତିଆରି କରିବାରେ ସାହାଜ୍ଯ କରେ । ତେଣୁ ଆଇରନଯୁକ୍ତ ଖାଦ୍ୟ ଡାଏଟରେ ସାମିଲ କରିବା ଏହି ରୋଗୀଙ୍କ ପାଇଁ ଭଲ ହୋଇଥାଏ ।

ଯେକୌଣସି ମେଡ଼ିସିନ ଖାଉଛନ୍ତି ଡାକ୍ତରଙ୍କ ପରାମର୍ଶ କରି ଖାଆନ୍ତୁ ଓ ଅଧିକ ସମସ୍ଯା ଦେଖାଦେଲେ ଡାକରଙ୍କ ସହ ପରାମର୍ଶ କରନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।