ଆପଣ ନିଜ ଘରେ ଶିବଲିଙ୍ଗ ସ୍ଥାପନା କରିବାକୁ ଚାହୁଞ୍ଚନ୍ତି, ର ରଖନ୍ତୁ ଏହି ସବୁ କଥାର ଧ୍ୟାନ, ହେବ ସବୁ କ୍ଷେତ୍ରରେ ଉନ୍ନତି

ଭଗବାନ ଶିବଙ୍କ ବିଷୟରେ ଆପଣ ସମସ୍ତେ ଜାଣିଛନ୍ତି କି ସେ ବହୁତ ଦୟାଳୁ ଅଟନ୍ତି ଏବଂ କ୍ରୋଧ ସ୍ଵଭାବର ବି ଅଟନ୍ତି । ଯିଏ ତାଙ୍କୁ ନିଜ ହୃଦୟର ସହିତ ମନେ ପକାଏ, ସେ ତାଙ୍କର ପାର୍ଥନା ନିଶ୍ଚିତ ଶୁଣନ୍ତି । ଯଦି ଆପଣ ଘରେ ଶିବଲିଙ୍ଗ ସ୍ଥାପନ କରିବା ପାଇଁ ଭାବୁଛନ୍ତି ତେବେ କିଛି କଥା ଉପରେ ଧ୍ୟାନ ରଖିବା ଉଚିତ । ଆପଣ ସମସ୍ତେ ଜାଣିଛନ୍ତି କି ଭଗବାନ ଶିବ ଯେତେବେଳ ରାଗି ଯାଆନ୍ତି ତେବେ ସେହି ସମୟରେ ସେ ପୁରା ଦୁନିଆକୁ ବିନାଶ କରିବାର କ୍ଷମତା ରଖନ୍ତି ।

ଏମିତିରେ ଏମିତି କିଛି କାମ କରିବା ଉଚିତ ନୁହେଁ କିମ୍ବା ଏମିତି କିଛି ଜିନିଷ ଦିଅନ୍ତୁ ନାହିଁ ଯାହା ଭଗବାନ ଶିବଙ୍କୁ ପସନ୍ଦ ନୁହେଁ । ଆଜି ଆମେ ଆପଣମାନଙ୍କୁ କିଛି ଏହିଭଳି ବିଷୟରେ କହିବାକୁ ଯାଉଛୁ, ଯାହା ଶିବଲିଙ୍ଗ ସହ କରିବା ଉଚିତ ନୁହେଁ ।

ଶିବଲିଙ୍ଗ ସହିତ ଏମିତି ଭୁଲରେ ବି କରନ୍ତୁ ନାହିଁ

·    କୋଣରେ ରଖନ୍ତୁ ନାହିଁ :

ଶିବଲିଙ୍ଗ ଯଦି ଘରେ ସ୍ଥାପନ କରିବାକୁ ଚାହୁଁଛନ୍ତି ତେବେ ଭୁଲରେ ବି ଆପଣ କୋଣରେ କିମ୍ବା ଏମିତି ଜାଗାରେ ରଖନ୍ତୁ ନାହିଁ ଯେଉଁଠି ଆପଣ ଶିବଲିଙ୍ଗକୁ ପୂଜା କରି ପାରିବେ ନାହିଁ । ଏହା ଦ୍ଵାରା ଭଗବାନ ଶିବ କ୍ରୋଧିତ ହୋଇଥାନ୍ତି ।

·    ହଳଦୀ ଚଢାନ୍ତୁ ନାହିଁ :

ଭଗବାନ ଶିବଙ୍କୁ ହଳଦୀ ପସନ୍ଦ ନୁହେଁ । ସେଥିପାଇଁ ଭୁଲରେ ବି ଆପଣ ଭଗବାନ ଶିବଙ୍କ ନିକଟରେ ହଳଦୀ ଚଢାଇବେ ନାହିଁ ।

·    ସିନ୍ଦୁର ଦିଅନ୍ତୁ ନା’ହିଁ :

ଆପଣ ସମସ୍ତେ ଜାଣିଛନ୍ତି  କି ମହିଳାମାନେ ସିନ୍ଦୁର ଲଗାନ୍ତି । କିନ୍ତୁ ଭଗବାନ ଶିବଙ୍କୁ ସିନ୍ଦୁର ଭଲ ଲାଗେ ନାହିଁ । ଏହି କଥା ପ୍ରତି ଧ୍ୟାନ ରଖିବେ ।

·    ସ୍ଥାନ ବଦଳାନ୍ତୁ ନାହିଁ :

ଶିବଲିଙ୍ଗର ସ୍ଥାନ ବଦଳାନ୍ତୁ ନାହିଁ, ଯଦି କୌଣସି କାରଣରୁ ଶିବଲିଙ୍ଗର ସ୍ଥାନ ପରିବର୍ତ୍ତନ କରିବାର ଅଛି ତେବେ ତାହା ପୂର୍ବରୁ ଶିବଲିଙ୍ଗକୁ ଗଙ୍ଗାପାଣି ଏବଂ କ୍ଷୀରରେ ସ୍ନାନ କରାନ୍ତୁ । ଏବଂ ଏହା ପରେ ହିଁ ଶିବଲିଙ୍ଗକୁ ସେହି ସ୍ଥାନରୁ ପରିବର୍ତ୍ତନ କରନ୍ତୁ ।

·    କୌଣସି ପାତ୍ର ବିନା ଚଢାନ୍ତୁ ନାହିଁ କ୍ଷୀର :

କିଛି ଲୋକମାନେ କ୍ଷୀରର ପ୍ୟାକେଟରୁ ହିଁ କ୍ଷୀର ଶିବଲିଙ୍ଗ ଉପରେ ଅର୍ପଣ କରନ୍ତି କିନ୍ତୁ ଏହା କରିବା ଭୁଲ ଅଟେ । କ୍ଷୀରକୁ ସବୁବେଳେ ଏକ ପାତ୍ର ଜରିଆରେ ହିଁ ଭଗବାନଙ୍କୁ ଅର୍ପଣ କରିବା ଉଚିତ ।

·    ଶିବଲିଙ୍ଗକୁ ତିଆରି କରିବା ଉପରେ ରଖିବେ ଧ୍ୟାନ :

ଶିବଲିଙ୍ଗ ସ୍ଥାପନ କରିବା ପୂର୍ବରୁ ଏହି କଥା ପ୍ରତି ଧ୍ୟାନ ରଖିବେ କି ଶିବଲିଙ୍ଗ ସୁନା, ଚାନ୍ଦି କିମ୍ବା ପିତଳର ହେବା ଦରକାର । ଏବଂ ଧ୍ୟାନ ରଖିବେ କି ବିନା ସାପ ଥିବା ଶିବଲିଙ୍ଗକୁ ଭୁଲରେ ବି ଘରକୁ ଆଣିବା ଉଚିତ ନୁହେଁ ।

·    ତୁଳସୀ ପତ୍ର ଚଢାଇବେ ନାହିଁ :

ଶିବଲିଙ୍ଗ ଉପରେ ଭୁଲରେ ବି ତୁଳସୀ ପତ୍ର ଚଢାଇବେ ନାହିଁ, ଶିବଲିଙ୍ଗ ଉପରେ ସବୁବେଳେ ବେଲ ପତ୍ର ହିଁ ଚଢାଇବେ ।

ଏହି ପୋଷ୍ଟ ସମ୍ବନ୍ଧରେ ଆପଣଙ୍କ ମୂଲ୍ୟବାନ ମତାମତ ନିଶ୍ଚୟ କମେଣ୍ଟ କରନ୍ତୁ ଓ ପୋଷ୍ଟଟିକୁ ଶେୟାର କରନ୍ତୁ । ଆଗକୁ ଏହିଭଳି ଧାର୍ମିକ ପୋଷ୍ଟ ପାଇଁ ଆମ ପେଜକୁ ଲାଇକ କରନ୍ତୁ।