ଯଦି ଶୀଘ୍ର ଓଜନ କମେଇବାକୁ ଚାହୁଁଛନ୍ତି, ତେବେ କରନ୍ତୁ ଏହି କେତୋଟି ସହଜ ଉପାୟ

ଶୀଘ୍ର ଓଜନ କମେଇବାକୁ ଚାହୁଁଛନ୍ତି, ତେବେ କରନ୍ତୁ ଏହି କେତୋଟି ସହଜ ଉପାୟ

ଆଜିକାଲି ଲୋକନକର ସବୁଠୁ ବଡ ସମସ୍ଯା ହେଲା ସେମାନଙ୍କର ବଢୁଥିବା ଓଜନ । ଯାହା ସେମାନଙ୍କ ଶରୀରରେ ବହୁତ ରୋଗ ସୃଷ୍ଟି କରିଥାଏ । ସମସ୍ତେ ଏହି ସମସ୍ୟାରୁ ନିଜକୁ ମୁକ୍ତ କରିବାକୁ ଚାହୁଁଞ୍ଚନ୍ତି ଓ ଶୀଘ୍ର ଓଜନ ହ୍ରାସ କରିବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ଏହା ପାଇଁ ଆପଣଙ୍କ ଶରୀରରୁ କ୍ଯାଲୋରି ଘଟାଇବାକୁ ପଡିବ ଓ ସନ୍ତୁଳନ ଆହାର ଖାଇବାକୁ ପଡିବ । ଆଜି ଆମେ ଆପଣଙ୍କୁ କୀଚଚି ସାଧାରଣ ଉପାୟ କହିବାକୁ ଯାଉଛୁ ଯାହା ଆପଣଙ୍କ ଓଜନ ହ୍ରାସ କରିବାରେ ସାହାଯ୍ୟ କରିବା ସହ ଏହା ବହୁତ ସୁରକ୍ଷିତ ମଧ୍ୟ । ତେବେ ଆସନ୍ତୁ ଜାଣିବା ସେହି ଉପାୟ ଗୁଡିକ କଣ ।

ବ୍ୟାୟାମ କରନ୍ତୁ-

ଓଜନ କମ କରିବା ପାଇଁ ସବୁଠୁ ଅଧିକା ଜରୁରୀ ହେଉଛି ବ୍ୟାୟାମ କରିବା । ଯଦି ଆପଣ ନିଜର ଓଜନ କମ କରିବାକୁ ଚାହୁଁଛନ୍ତି ତେବେ ସନ୍ତୁଳିତ ଆହାର ସହ ବ୍ୟାୟାମ କରିବା ନିତ୍ୟାନ୍ତ ଆବଶ୍ୟକ । ଯଦି ଆପଣ ପହଁରିବା ଜାଣିଞ୍ଚନ୍ତି ତେବେ ଏହା ସବୁଠୁ ଭଲ ବ୍ୟାୟାମ ଅଟେ, ନଚେତ ଆପଣ ଚାଲିବା, ସ୍କିପ୍ପିଙ୍ଗ ଆଦି କରି ପାରିବେ ।

ଉପବାସ କରନ୍ତୁ-

ସପ୍ତାହରେ ଗୋଟେ ଦିନ ଉପବାସ କରିବା ସବୁଠୁ ଭଲ ଉପାୟ । ଉପବାସ ଦିନ ଆପଣ ଫଳ, ଜୁସ, ଲେମ୍ବୁ ପାଣି, କ୍ଷୀର, ବା ସୁପ ଆଦି ଖାଇ ପାରିବେ । ଆପଣ ସାଲାଡ ମଧ୍ୟ ଖାଇପାରିବେ ।

ଅସ୍ଵାସ୍ଥ୍ୟକର ଖାଦ୍ଯ ଠାରୁ ଦୂରେଇ ରୁହନ୍ତୁ-

ଜଙ୍କଫୁଡ୍ ର ସେବନ ଦ୍ଵାରା ଓଜନ ବହୁତ ଶୀଘ୍ର ବଢିଥାଏ । ଯଦି ଆପଣ ଓଜନ କମାଇବାକୁ ଚାହୁଁଞ୍ଚନ୍ତି ତେବେ ଜଙ୍କଫୂଡ୍ ଠାରୁ ଯଥା ସମ୍ଭବ ଦୂରେଇ ରୁହନ୍ତୁ । କମ ମସଲା ଦିଆ ଖାଦ୍ୟ ଖାଆନ୍ତୁ । କେବେଆଲ ସିଝା ଖାଇଲେ ଅତ୍ୟନ୍ତ ଭଲ ।

ବହୁତ ପାଣି ପିଅନ୍ତୁ-

ପାଣି ଅଧିକ ମାତ୍ରାରେ ପିବା ଦେହ ପାଇଁ ବହୁତ ଭଲ । ଯଦି ପ୍ରତ୍ୟକ ଦିନ ସକାଳୁ ଉଠି ଏକ ଗ୍ଳାସ ଉଷୁମ ପାଣିରେ ଲେମ୍ବୁ ଓ ମହୁ ମିଶାଇ ସେବନ କରନ୍ତି ତେବେ ଏହା ଓଜନ ହ୍ରାସ କରାଇବାରେ ସାହାଯ୍ୟ କରିଥାଏ । ଖାଇବାର 1ଘଣ୍ଟା ପରେ ପାଣି ପିଅନ୍ତୁ ।

ନିଶା ଦ୍ରବ୍ଯ ବର୍ଜନ କରନ୍ତୁ-

ଯଦି ଆପଣ କୌଣସି ବି ନିଶା ଦ୍ରବ୍ଯର ବ୍ୟବହାର କରୁଛନ୍ତି ତେବେ ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ଏହା କରୁଥିଲେ ଓଜନ ହ୍ରାସ ପାଇଁ ସନ୍ତୁଳିତ ଆହାର ବା ବ୍ୟାୟାମ ମଧ୍ୟ କିଛି କାମ କରିବ ନାହିଁ ।

ଏମିତି ନୂଆ ନୂଆ ହେଲ୍ଥ ଟିପ୍ସ ପାଇଁ ଲାଇକ କରନ୍ତୁ ଓ ଏବେହିଁ ସେୟାର କରନ୍ତୁ ଏହି ପୋଷ୍ଟଟିକୁ – ଧନ୍ୟବାଦ