Vastu Tips- ଶନିବାର ଦିନ ଭୁଲରେବି କରନ୍ତୁ ନାହିଁ 3 ଟି କାମ, ପଡିଥାଏ ଶନି ମହାଦଶା

ଭଗବାନ ଶନିଦେବ ହେଉଛନ୍ତି ନ୍ୟାୟର ଦେବତା ବୋଲି ହିନ୍ଦୁ ଧର୍ମରେ କୁହାଯାଇଛି । ଶନିବାର ଶନି ମହାରାଜଙ୍କୁ ସମର୍ପିତ ବୋଲି ମାନାଯାଏ । ଏହା ସହ ଏହି ଦିନ ଯେଉଁ ଭକ୍ତ ଶନିଦେବଙ୍କୁ ମାଗିଥାଏ ତାହର ମନକାମନା ନିଶ୍ଚିନ୍ତ ପୂରଣ ହୋଇଥାଏ । କିନ୍ତୁ ଶନିବାର ଦିନ ଏମିତି କିଛି କାମ କରିବା ଅନୁଚିତ ଯାହା ଦ୍ଵାରା ଭଗବାନ ଶନିଦେବ ରୁଷ୍ଟ ହୋଇଥାନ୍ତି । ଏମିତି କିଛି ଭୁଲ କରିବା ଦ୍ଵାରା ବ୍ୟକ୍ତି ଜୀବନରେ ଦରିଦ୍ରତା ଆସିବା ସହ ଅନେକ ସମସ୍ୟାର ସମୁଖିନ୍ନ ହେବାକୁ ପଡିଥାଏ । ଆଜି ଆମେ ଆପଣ ମାନଙ୍କୁ ଶନିବାର ଦିନ କେଉଁ କାମ କରିବା ଅନୁଚିତ ସେହି ବିଷୟରେ କହିବାକୁ ଯାଉଛୁ ।

୧- ଶନିବାର ଦିନ ସଂଭୋଗ କରିବା ଅନୁଚିତ । ଏହି ଦିନ ଯେଉଁ ମାନେ ଏହା କରିଥାନ୍ତି ସେମାନଙ୍କ ଉପରେ ଶନିଦେବଙ୍କ କୃପା ଦ୍ରୁଷ୍ଟି କେବେ ପଡିବ ନାହି । ତେଣୁ ଏହିସବୁ ଠାରୁ ଦୂରେଇ ରୁହନ୍ତୁ । ଯଦି ଶନିବାର ଦିନ କୁକୁର ବା ବିଲେଇ ଶବ୍ଦ କରନ୍ତି ତେବେ ଏହା ଅଶୁଭ ହୋଇଥାଏ । ଏହା ଦ୍ଵାରା ଦରିଦ୍ରତା ଆସିବା ସହ ଘରେ କଳହ ଦେଖାଯାଏ ।

୨- ଶନିବାର ଦିନ ଭାଙ୍ଗି ଯାଇଥିବା ପାନିଆ ବା ଦର୍ପଣର ବ୍ୟବହାର କରନ୍ତୁ ନାହି । ଏହା ସହ ଶନି ମହାରାଜ ଅଶୁଭ ପରିଣାମ ଦେଇଥାନ୍ତି । ଏହା ଦ୍ଵାରା ବ୍ୟକ୍ତି କାଙ୍ଗାଳ ହୋଇଯାଏ । ଏହି ଦିନ ଘରେ କୌଣସି ଜିନିଷ ଭାଙ୍ଗିଲେ ଅଶୁଭ ମାନାଯାଏ । ଶନିବାର ଦିନ ଭାଙ୍ଗି ଯାଇଥିବା ଯାନରେ ବସି ଯାତ୍ରା କରିବା ଅଶୁଭ ହୋଇଥାଏ ,।

୩- ଶନିବାର ଦିନ ଯେଉଁ ଲୋକ ସ୍ନାନ ନ କରନ୍ତି ସେମାନଙ୍କୁ କେବେ ସଫଳତା ମିଳେ ନାହି । ଏହି ଦିନ ରସୁଣ, ପିଆଜ, ଆମିଷ ବା ମଦ୍ୟପାନ କରିବା ଅନୁଚିତ । ଏହା ଦ୍ଵାରା ଗ୍ରହର ସ୍ଥିତି ଖରାପ ହୋଇଯାଏ । ଏହା ସହ ଶନିବାର ଦିନ ଝଗଡା କରିବା ବା ମହିଳାଙ୍କୁ କଷ୍ଟ ଦେବା ବା ଖରାପ ନଜର ରଖିବା ଉଚିତ ନୁହେଁ । ତେଣୁ ଏହିସବୁ ଠାରୁ ଦୂରେଇ ରୁହନ୍ତୁ ।

୪- ଶନିବାର ଦିନ ଶନି ମହାରାଜଙ୍କ ଦର୍ଶନ ପରେ ଭଗବାନ ହନୁମାନଙ୍କ ଦର୍ଶନ କରିଲେ ଶୁଭ ହୋଇଥାଏ । ଏହା ସହ ସୋରିଷ ତେଲର ଦୀପ ଜାଳିବା ଉଚିତ । ଏହି ଦିନ ଶନି ମହାରାଜାଙ୍କ ଆଖି ଦେଖିବା ଅନୁଚିତ । ଏହି ଦିନ କଳା ବସ୍ତ୍ର ପିନ୍ଧିବା ଅଶୁଭ ହୋଇଥାଏ ।

୫- ଶନିବାର ଦିନ ତେଲ ଓ ଲୁହା କିଣିବା ଅନୁଚିତ । ଏହି ଦିନ କଳା ବିରି ଦାନ କରନ୍ତୁ ନାହି । କିନ୍ତୁ ଏହି ଦିନ କଳା ଜିନିଷ ଦାନ କରିଲେ ଶୁଭ ହୋଇଥାଏ । ଶନିବାର ଦିନ ଅଚାନକ କରଜ ବଢିବା, କାଚ ଭାଙ୍ଗିବା, କ୍ଷୀର ଉତୁରିବା, ତେଲ ଢାଳିବା, ଖର୍ଚ୍ଚ ବୃଦ୍ଧି ହେବା ଏ ସବୁ ଆଗାମୀ ସମୟରେ ଆସୁଥିବା ଗରିବତାର ସୂଚନା ଦେଇଥାଏ । ଶନିବାର ଦିନ ଶନି ମହାରାଜାଙ୍କର ପୂଜା କରିବାର ବିଶେଷ ମହତ୍ଵ ରହିଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।