ପାକିସ୍ତାନରେ ଶାହରୁଖ ଖାନଙ୍କ ଭଉଣୀଙ୍କ ନିଧନ

ମଙ୍ଗଳବାର ଦିନ ବଲିଉଡ୍ ଅଭିନେତା ଶାହରୁଖ ଖାନଙ୍କ ଘରେ ଏକ ଦୁଃଖଦ ଖବର ପହଞ୍ଚିଲା । ସେହି ଖବର ହେଉଛି, ପାକିସ୍ଥାନରେ ରହୁଥିବା କିଙ୍ଗ ଖାନଙ୍କର ଭଉଣୀ ନୁରଜହାଁ ଖାନଙ୍କର ନିଧନ ହୋଇଯାଇଥିଲା । ତେବେ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ । ଜିଓ ନ୍ୟୁଜର ଖବର ଅନୁସାରେ ମଙ୍ଗଳବାର ଦିନ ନୁରଜହାଁଙ୍କର ଛୋଟ ଭାଇ ମଂସୁର ଅହମଦ ନିଜ ଭଉଣୀର ମୃତ୍ୟୁ ଖବର ଦେଇଥିଲେ ଓ କହିଥିଲେ କି ତାଙ୍କ ଭଉଣୀ କିଛି ଦିନରୁ କ୍ୟାନ୍ସର ରୋଗରେ ପୀଡିତ ଥିଲେ ।

ନୁରଜହାଁ ପେଶାବର ର କିସା ଖ୍ୱାନି ବଜାର ପାଖରେ ଥିବା ମୋହଲା ସାହ ବଲି କତାଲ ଅଞ୍ଚଳରେ ରହୁଥିଲେ । ନୁରଜହାଁ ରାଜନୀତିରେ ମଧ୍ୟ ବହୁତ ସକ୍ରିୟ ଥିଲେ । ସେ ଜୁଲାଇ ୨୦୧୮ର ସାଧାରଣ ନିର୍ବାଚନରେ ପ୍ରାନ୍ତିୟ ଅଂସେବଲୀ ସିଟରେ ଇଲେକ୍ସନ ଲଢିବା ପାଇଁ ନାମାଙ୍କନ ପତ୍ର ଦାଖଲ କରାଇ ଥିଲେ । ହେଲେ ପରେ ସେ ଏହାକୁ ଫେରାଇ ଆଣିଥିଲେ ।

ଖବର ଅନୁସାରେ ନୁରଜହାଁଙ୍କର ଦୁଇ ଥର ନିଜ ସୁପରଷ୍ଟାର ଭାଇ ଶାହରୁଖ ଖାନଙ୍କ ସହ ଦେଖା ହୋଇଥିଲା । ସେ ଓ ତାଙ୍କ ପରିବାର ଭାରତୀୟ ସୀମାରେ ରହୁଥିବା ନିଜ ସମ୍ପର୍କୀୟ ମାନଙ୍କ ସହ ସମ୍ପର୍କରେ ରହୁଥିଲେ । ଛୋଟ ବେଳେ ଶାହରୁଖ ଖାନ ମଧ୍ୟ ଦୁଇ ଥର ପାକିସ୍ଥାନ ଯାଇ ନିଜ ସମ୍ପର୍କୀୟଙ୍କ ସହ ଦେଖା କରିଥିଲେ । ନିଜ ଭଉଣୀ ନୁରଜହାଁଙ୍କ ମୃତ୍ୟୁ ପାଇଁ ଶାହରୁଖ ଖାନ ବହୁତ ଦୁଃଖ ଅନୁଭବ କରିଛନ୍ତି ।