“ସେତେବେଳେ ଆମେ ଲୁଚେଇ ଛପେଇ କରୁଥିଲୁ, ଏବେ ଏମିତି ଅର୍ଡର ପରେ ସାହାଣ ମେଳା ହେଇଯିବ ସବୁ ଖୁଲମଖୁଲା କରିବେ”, ଏମିତି କାହିଁକି କହିଲେ Sura ଭାଇ ?

ଲିଭ ଇନ ରିଲେସନସିପ ହେଉ ବା ପରକୀୟାପ୍ରୀତି ହେଉ କି ଶାରୀରିକ ସମ୍ପର୍କ ରଖିବାକୁ ନେଇ ରାୟ ଏସବୁକୁ ନେଇ ଅନେକ ସମୟରେ ବିଭିନ୍ନ ପ୍ରକାର ରାୟ ଶୁଣାଇଥାନ୍ତି ଦେଶର ବିଭିନ୍ନ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟ ନିଜେ ମଧ୍ୟ । କୋର୍ଟ ଶୁଣାଉଥିବା କିଛି ରାୟକୁ ଲୋକେ ପ୍ରଶଂସା କରିବା ସହ ଆଉ କିଛି ରାୟକୁ ନେଇ ମଧ୍ୟ ବିବାଦ ଜୋର ଧରିଥାଏ । ଏ ମାମଲାରେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଓରଫ ସମସ୍ତଙ୍କ ପ୍ରିୟ ସୁର ଭାଇ କିଛି ପଛରେ ରୁହନ୍ତିନି ।

ଅନେକ ସମୟରେ ବିଭିନ୍ନ ବିବାଦୀୟ ମାମଲା ଏବଂ କୋର୍ଟଙ୍କ ରାୟକୁ ନେଇ ସେ ନିଜର ପ୍ରତିକ୍ରିୟା ଖୁଲମଖୁଲା ଭାବେ ଗଣମାଧ୍ୟମରେ ପ୍ରକାଶ କରିଥାନ୍ତି । ଗର୍ଭପାତକୁ ନେଇ କୋର୍ଟ ଏକ ରାୟ ଶୁଣାଇଥିଲେ ଯେ, ଗର୍ଭପାତ କରିବା ଜଣେ ସ୍ତ୍ରୀର ଅଧିକାର । ଏହାକୁ ନେଇ ସୁର ଭାଇଙ୍କ ଗତକାଲି ଗଣମାଧ୍ୟମରେ ଦେଇଥିବା ସାକ୍ଷାତକାରରେ ଯାହା ମତ ଦେଇଛନ୍ତି ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୁର ଭାଇ କହିଛନ୍ତି, “ମୁଁ ଆମ ଜୁଡିସିଆଲ ସିଷ୍ଟମକୁ ଅସମ୍ମାନ କରୁନି କିନ୍ତୁ ତଥାପି ସମୟ ସମୟରେ ଯେଉଁ ଭଳି କୋର୍ଟ ଅର୍ଡର ସବୁ ଆସୁଛି ଏହା ଭାରତର ଗଣତନ୍ତ୍ର ପ୍ରତି ବହୁତ ଅପମାନର ବିଷୟ । ଏମିତି ଅର୍ଡର ସବୁ ଆସିଲେ ସାହାଣ ମେଳା ହେଇଯିବ । ଯିଏ ଯାହାକୁ ପାଇବ ପେଟରେ ପିଲା କରିଦେବ, ଯିଏ ଯାହାକୁ ଚାହିଁବ କାଢିଦେବ । ଯିଏ ବାହା ହେଇଛି କାଢିଦେବ ଜି ହେଇନି ସେ ବି କାଢିଦେବ । ଏଗୁଡା ସବୁ କଣ ଚାଲିଛି !

ଏମିତି ହେଲେ ଆମ ଭାରତ ମାଟି କଳଙ୍କିତ ହୋଇଯିବ । ମୁଁ ଜୁଡିସିଆଲକୁ ସମ୍ମାନ ଦେଉଛି ଏବେବି ମାନୁଛି । ଯଦି କେଉଁଠି କିଏ ଗର୍ଭବତୀ ହୋଇ ଯାଉଛନ୍ତି ତାଙ୍କୁ ସାହାଯ୍ୟ କରିବି । ଆଉ ମୋ ଜୀବନରେ ମୁଁ ଦେଖିଛି ଗରିବ ଘରର ଝିଅ ପ୍ରେଗନେଣ୍ଟ ହୁଅନ୍ତିନି, ବଡବଡିଆ ଧନୀ ଓ ଜ୍ଞାନୀ ଲୋକଙ୍କ ଘରର ଝିଅ ସବୁ ପ୍ରେଗନେଣ୍ଟ ହୁଅନ୍ତି । ସେଇଠୁ ସେମାନେ ମୋ ପାଖେ ଆସି କାନ୍ଦନ୍ତି ଆଉ ମୁଁ ଡାକ୍ତର ଯୋଗେଇ ଦିଏ । ସେତେବେଳେ ଆମେ ଲୁଚେଇ ଛପେଇ କରୁଥିଲୁ ।

କିନ୍ତୁ ଏବେ ସବୁ ଖୁଲମଖୁଲା କରିବେ ଆଉ ଏନେଇ ମୁଁ ଖୁବ ଦୁଃଖିତ । କିନ୍ତୁ ଜୁଡିସିଆଲକୁ ମୁଁ ସମ୍ମାନ କରେ ନହେଲେ ଝାରପଡା ଜେଲ ହୋଇଯିବ ।” ତେବେ ସୁର ଭାଇଙ୍କ ଏଭଳି ମନ୍ତବ୍ୟକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।