ଶେଷନାଗ କେମିତି ହେଲା ଭଗବାନ ବିଷ୍ଣୁଙ୍କ ଶର୍ଯ୍ୟା, କଣ ଅଟେ ତାହାର ଗରୁଡ ସହ କନେକ୍ଶନ, ପଢନ୍ତୁ ଏହି ରୋମାଞ୍ଚକର କାହାଣୀ

ହିନ୍ଦୁ ଧର୍ମରେ ଦେବୀ ଦେବତାଙ୍କର ବହୁତ ମହତ୍ଵ ଅଛି । କହିବାକୁ ଗଲେ ସମସ୍ତ ଭଗବାନଙ୍କର ନିଜର ଏକ ବିଶେଷ ବାହନ ବି ଅଛି ଓ ତାହା ସହିତ ଜଡିତ କିଛି କାହାଣୀ ବି ଶୁଣିବାକୁ ମିଳିଥାଏ । ଏହା ମଧ୍ୟରେ ଭଗବାନ ବିଷ୍ଣୁଙ୍କର ବାହନ ଗରୁଡ ପକ୍ଷୀ ଅଟେ । କିନ୍ତୁ ଗରୁଡଙ୍କ ଅତିରିକ୍ତ ଭଗବାନ ବିଷ୍ଣୁଙ୍କର ଅନ୍ୟ ଏକ ବାହନ ବି ଅଛି କିନ୍ତୁ ସେ ସେହି ବାହନ ଉପରେ ଭ୍ରମଣ ତ କରନ୍ତି ନାହିଁ କିନ୍ତୁ ଆରାମ ନିଶ୍ଚିତ କରନ୍ତି ।

ଏମିତିରେ ଆପଣ କେବେ ଚିନ୍ତା କରିଛନ୍ତି କି ଭଗବାନ ବିଷ୍ଣୁ ଶେଷନାଗକୁ ହିଁ କାହିଁକି ନିଜର ଶର୍ଯ୍ୟା ରୂପରେ ବାଛିଛନ୍ତି । ଚାଲନ୍ତୁ ଆଜି ଆମେ ଆପଣଙ୍କୁ ଏହି ପ୍ରଶ୍ନର ଉତ୍ତର ଦେବୁ ଓ ଏହା ପଛରେ ଥିବା ଏକ କାହାଣୀ ବିଷୟରେ ବି କହିବୁ ।

ଦକ୍ଷ ପ୍ରଜାପତିଙ୍କର କଦୃ ଓ ବିନତା ନାମକ ଦୁଇଟି ଝିଅ ଥିଲେ । ସେ ଦୁଇ ଝିଅଙ୍କର ବିବାହ କଶ୍ୟପ ଋଷିଙ୍କ ସହ କରିଦେଲେ । ବିବାହ ପରେ କଦୃ ନିଜ ସ୍ଵାମୀ କାଶ୍ୟପଙ୍କୁ ବରଦାନରେ ଏକ ହଜାର ନାଗ ପୁତ୍ର ମାଗିଲେ ଓ ତାଙ୍କର ଦ୍ଵିତୀୟ ପତ୍ନୀ ବିନତା କେବଳ ଦୁଇଟି ତେଜସ୍ୱୀ ପୁତ୍ର ହିଁ ମାଗିଲେ । ଏହା ପରେ କଦୃଙ୍କର ଅଣ୍ଡା ଜଲ୍ଦି ଫୁଟି ଗଲା ଓ ସେଥିରୁ ଏକ ହଜାର ନାଗ ପୁତ୍ର ଜନ୍ମ ନେଲେ ।

ଏହା ଦେଖି ବିନତା ସମୟ ପୂର୍ବରୁ ହିଁ ନିଜର ଏକ ଅଣ୍ଡା ଫଟାଇ ଦେଲେ । ଯେଉଁଥିରୁ ଏକ ଶିଶୁ ଜନ୍ମ ହେଲା କିନ୍ତୁ ତାହାର ଶରୀରର ତଳ ଅଂଶ ହିଁ ନ ଥିଲା । ଏଥିରେ ସେହି ଶିଶୁଟି କ୍ରୋଧିତ ହୋଇ ଅଭିଶାପ ଦେଲା କି ତୁମେ ଆସନ୍ତା ୫୦୦ ବର୍ଷ ପର୍ଯ୍ୟନ୍ତ ନିଜର ସଉତୁଣୀ (କୁଦୃ)ଙ୍କର ଦାସୀ ହୋଇ ରହିବ ।

ତା ସହିତ ସେ ଆଗକୁ କହିଲା କି ଅନ୍ୟ ଏକ ଅଣ୍ଡାରୁ ଯେଉଁ ଶିଶୁ ଜନ୍ମ ହେବ ସେହି ତେଜସ୍ୱୀ ବାଳକ ତୁମକୁ ଏହି ଅଭିଶାପରୁ ମୁକ୍ତି କରିବ । ଏହା ପରେ ଅରୁଣ ନାମକ ସେହି ଶିଶୁଟି ଉଡିଯାଇ ସୂର୍ଯ୍ୟଦେବଙ୍କ ଶରଣରେ ଚାଲିଗଲା ଓ ତାଙ୍କ ରଥର ସାରଥି ହୋଇଗଲା ।

ଗରୁଡ ଏମିତି ହୋଇଥିଲେ ବିଷ୍ଣୁଙ୍କର ବାହନ

ଏହାର କିଛି ଦିନ ପରେ ବିନତାଙ୍କର ଦ୍ଵିତୀୟ ଅଣ୍ଡା ଫୁଟିଲା ଓ ସେଥିରୁ ଏକ ଅଦ୍ୱିତୀୟ ଗତି ଓ ତେଜସ୍ୱ ରୂପୀ ବାଳକ ଗରୁଡ ଜନ୍ମ ହେଲା । ଥରେ କଦୃ ଗରୁଡକୁ ଆଦେଶ ଦେଲେ କି ତୁମେ ମୋର ପୁତ୍ରମାନଙ୍କୁ ବୁଲାଇ ଆଣ । ସେ ତାଙ୍କର ଆଦେଶକୁ ମାନିନେଲେ । କିନ୍ତୁ ସେ ନାଗ ପୁତ୍ରମାନଙ୍କୁ ବୁଲାଇବା ସମୟରେ ତାଙ୍କୁ କହିଲେ କି ତୁମେ ମୋର ମାତାଙ୍କୁ ଅଭିଶାପରୁ ମୁକ୍ତି ଦେଇ ଦିଅ ।

ଏହା ପରେ ନାଗ କହିଲେ କି ଯଦି ତୁମେ ଆମକୁ ଅମୃତ ଆଣିଦେବ ତେବେ ଏହା ସମ୍ଭବ ହେବ । ଏହା ପରେ ଗରୁଡ ଇନ୍ଦ୍ରଦେବ ସହ କେତେକ ଦେବତାକୁ ପରାଜିତ କରି ଅମୃତ ନେଇ ଆସିଲେ । ଗରୁଡଙ୍କର ବିରତା ଦେଖି ଇନ୍ଦ୍ର ଦେବତା ତାଙ୍କ ସହ ବନ୍ଧୁତା କରିଲେ ଓ ତାଙ୍କୁ ଅମୃତ ନ ନେଇ ଯିବା ପାଇଁ କହିଲେ । ଏହା ଉପରେ ଗରୁଡ କହିଲେ କି ମୁଁ କେବଳ ଅମୃତକୁ ସେଠି ରଖିବି ଓ ମାତାଙ୍କୁ ଅଭିଶାପରୁ ମୁକ୍ତି କରିବି ।

ଏହା ପରେ ଆପଣ ତାହାକୁ ଫେରାଇ ଆଣି ପାରିବେ । ଏହା ମଧ୍ୟରେ ଗରୁଡଙ୍କର ବିଷ୍ଣୁଙ୍କ ସହ ଭେଟ ହେଲା ଓ ତାଙ୍କ ଉପରେ ପ୍ରସନ୍ନ ହୋଇ ବିଷ୍ଣୁ ଗରୁଡଙ୍କୁ ବରଦାନ ଯାଚିଲେ । ଏହା ପରେ ଗରୁଡ ତାଙ୍କର ବାହନ ହେବାର ଇଚ୍ଛା ଜାହିର କରିଲେ ଓ ଏହିଭଳି ଭାବରେ ଗରୁଡ ଭଗବାନ ବିଷ୍ଣୁଙ୍କର ବାହନ ହୋଇଥିଲେ ।

ଶେଷନାଗ ଏମିତି ହୋଇଥିଲା ଭଗବାନ ବିଷ୍ଣୁଙ୍କର ଶର୍ଯ୍ୟା

ଗରୁଡ ଅମୃତ ଆଣି ନିଜ ମାତାଙ୍କୁ ଅଭିଶାପରୁ ମୁକ୍ତି କରିଦେଲା । କିନ୍ତୁ ଗରୁଡଙ୍କୁ ଏହି ଅମୃତ ନିଜର ମିତ୍ର ଇନ୍ଦ୍ର ଦେବତାଙ୍କୁ ଫେରାଇବାର ଥିଲା ସେଥିପାଇଁ ସେ ତାକୁ କୁଶ ଆସନ ତଳେ ରଖିଦେଲା ଯାହା ଦ୍ଵାରା ତାର ଭାଇ ଏହାକୁ ପାନ କରି ପାରିବ ନାହିଁ । ଏହା ପରେ ତାର ଭାଇ ନାଗ ଆସିଲା ଓ ସେ ଅମୃତ ପାଣି ଭାବି କୁଶକୁ ହିଁ ଚାଟିଦେଲା ଯାହା ଦ୍ଵାରା ତାର ଜିଭ କଟିଗଲା ।

ଏହା ପରେ ଯେତେବେଳେ ତାଙ୍କର ମାତା କଦୃଙ୍କୁ ଏହି କଥା ଜଣା ପଡିଲା ତେବେ ସେ କ୍ରୋଧିତ ହୋଇ ତାକୁ ଅଭିଶାପ ଦେଲେ କି ତୁମେ ଗରୁଡ ପକ୍ଷୀର ଭୋଜନ ହେବ ।

ସେଥି ମଧ୍ୟରେ ଜଣେ ଶେଷନାଗ ବୋଲି ସାପ ବି ଥିଲେ ଯିଏକି କଠୋର ତପସ୍ୟା କରି ବ୍ରହ୍ମାଙ୍କ ଠାରୁ ବରଦାନ ସ୍ୱରୂପ କହିଲେ କି“ ମୋର ଭାଇ ସାପ ସବୁ ମୂର୍ଖ ଅଟନ୍ତି, ମୁଁ ତାଙ୍କ ସହିତ ରହିବାକୁ ଚାହୁଁ ନାହିଁ । ସେମାନେ ଗରୁଡଙ୍କୁ ଶତ୍ରୁ ମାନନ୍ତି କିନ୍ତୁ ସେ ତ ଆମର ଭାଇ ଅଟନ୍ତି ।“ ଶେଷନାଗର ଏହି କଥାର ବ୍ରହ୍ମା ପ୍ରସନ୍ନ ହୋଇ ତାଙ୍କୁ ବରଦାନ ସ୍ୱରୂପ ଭଗବାନ ବିଷ୍ଣୁଙ୍କର ଶର୍ଯ୍ୟା କରିଦେଲେ, ଯାହା ଦ୍ଵାରା ତାଙ୍କର ଧ୍ୟାନ ଭଗ୍ନ ନ ହେବ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।