ସେଲଫି ହେଲା କାଳ ! ଟିକିଏ ଅସାବଧାନତା ଯୋଗୁଁ ମୃତ୍ୟୁ ସହିତ ସଂଘର୍ଷ କରୁଛି ଦୀପକ

ଆଜିକାଲିର ଯୁବପିଢି ମାନଙ୍କୁ ସେଲଫି କ୍ରେଜ ଏତେ ଘାରିଛି ଯେ ବୋପଦପୂର୍ଣ୍ଣ ଜାଗା ମାନଙ୍କରେ ମଧ୍ୟ ସେମାନେ ସେଲଫି ନେବା ପୂର୍ବରୁ ଭଲରେ ଚିନ୍ତା କରି ନଥାନ୍ତି । ଯାହାଫଳରେ କେବଳ ଗୋଟିଏ ସେଲଫି ପାଇଁ ଅନେକ ପ୍ରକାରର ଅଘଟଣ ଘଟି ଯାଉଥିବାର ଦେଖିବାକୁ ଏବଂ ଶୁଣିବାକୁ ମିଳିଥାଏ । ସେଲଫି ନେଇ ଅନେକ ସମୟରେ ଅସୁବିଧାର ସମୁଖୀନ ହେଉଥିଲେ ମଧ୍ୟ ଚେତୁ ନାହାନ୍ତି ଏବେର ଯୁବପିଢି ।

ପୁଣି ଥରେ ଏଭଳି ଏକ ଅଘଟଣ ଘଟିଥିବାର ସୂଚନା ମିଳିଛି ବଲାଙ୍ଗୀର ଜିଲ୍ଲାର ଲୋଇସିଂହା ରେଲୱେ ଷ୍ଟେସନରେ । ଟିକେଇ ଅସାବଧାନ ଜେବା ସକାଶେ ଏହି ଯୁବକ ଜଣକ ଆଜି ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି । ରେଲୱେ ଷ୍ଟେସନରେ ସେଲଫି ନେବା ସମୟରେ ତାଙ୍କ ଆହା ଏଭଳି ଅଘଟଣ ଘଟି ଯାଇଛି । ଯୁବକ ଜଣକ ହେଉଛନ୍ତି ସୋନପୁରର ଖଜୁରା ଗାଁ’ର ୨୦ ବର୍ଷୀୟ ଯୁବକ ଦୀପକ ମେହେରା ।

ଦୀପକ ନିଜ ସାଙ୍ଗମାନଙ୍କ ସହ ନୂଆଗାଁ’କୁ ଯାତ୍ରା ଦେଖିବାକୁ ଆସିଥିଲେ । ଯାତ୍ରା ଦେଖି ସାରିବା ପରେ ସେ ସାଙ୍ଗମାନଙ୍କ ସହ ଲୋଇସିଂହା ରେଲୱେ ଷ୍ଟେସନକୁ ଯାଇଥିଲେ । ସେଠାରେ ରେଲୱେ ଷ୍ଟେସନରେ ଛିଡା ହୋଇଥିବା ଏକ ମାଲଗାଡି ଉପରେ ଚଢି ସେ ସେଲଫି ଉଠାଉଥିଲେ । ଏହି ସମୟରେ ଏକ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯାଇଥିଲେ ଦୀପକ ।

ଫଳରେ ଜୋରରେ ବିଦ୍ୟୁ ଆଘାତ ଲାଗିବା ଯୋଗୁଁ ସେ ତଳେ ପଡି ଯାଇଥିଲେ । ସାଙ୍ଗମାନେ ଦୀପକଙ୍କୁ ଗୁରୁତର ଅବସ୍ଥାରେ ବଲାଙ୍ଗୀର ମେଡିକାଲରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ତାଙ୍କ ଅବସ୍ଥା ଆହୁରି ଗୁରୁତର ହେବାରୁ ତାଙ୍କୁ ଆଇଜିଏଚ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ବର୍ତ୍ତମାନ ମଧ୍ୟ ଦୀପକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା ମିଳିଛି । ସାଙ୍ଗମାନେ ମିଳିମିଶି ଯାତ୍ରା ଦେଖି ମଜା କରିବାକୁ ଯାଇଥିଲେ । କିନ୍ତୁ ଅସତର୍କତା ଯୋଗୁଁ ଦୀପକଙ୍କ ସହ ଘଟିଥିଲା ଏତେ ବଡ ଅଘଟଣ ।

ଯାହାଫଳରେ ସେ ଆଜି ମୃତ୍ୟୁ ସହ ଲଢେଇ କରୁଛନ୍ତି । ତେଣୁ ଯୁବପିଢି ସେଲଫି ନେବା ପାଇଁ କେଉଁ ସ୍ଥାନକୁ ଯାଉଛନ୍ତି ଏବଂ ତାହା ବିପଦପୂର୍ଣ୍ଣ ଅଟେ କି ନାହିଁ ତାହା ଚିନ୍ତା କରିବା ଉଚିତ । ସେମାନେ ବୁଝିବା ଦରକାର ଯେ ଗୋଟିଏ ସେଲଫି ଠାରୁ ସେମାନଙ୍କ ଜୀବନ ଢେର ଗୁଣା ମହତ୍ବପୂର୍ଣ୍ଣ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।