“ସେ ମୋତେ କହିଛନ୍ତି ଫେରିଲେ ସରପ୍ରାଇଜ ଦେବେ ଆଉ ମୋତେ ନିଶ୍ଚୟ…”, ଦେଖନ୍ତୁ କଣ ସରପ୍ରାଇଜ ମିଳିଲା Deepika ଙ୍କୁ

ବ୍ରହ୍ମପୁର ଦୀପିକା ଓ ଦିନେଶଙ୍କ ମାମଲା ଥମିବାର ନାଁ ନେଉନାହିଁ । ନିଜ ପୁଅକୁ ବାପାର ଅଧିକାର ଦେବା ପାଇଁ ଏବେବି ପ୍ରେମିକ ଦିନେଶଙ୍କ ଘର ଆଗରେ ଧାରଣାରେ ବସି ରହିଛନ୍ତି କେ. ଦୀପିକା । ଏହାରି ମଧ୍ୟରେ ଅନେକ ବାଧାବିଘ୍ନର ସମୁଖୀନ ହେବାକୁ ପଡିଥିଲେ ମଧ୍ୟ ଏବେ ଯାଏଁ ସେ ହାର୍ ମାନି ନାହାନ୍ତି ବରଂ ନିଜ ସଂଘର୍ଷ ଜାରି ରଖିଛନ୍ତି । ଖରା, ବର୍ଷା ଓ ଶୀତ ସହି ଦିନେଶଙ୍କ ଘର ଆଗରେ ପଡି ରହିଛନ୍ତି । ଏବେ ଦିନେଶଙ୍କ ଘର ଆଗରେ ରୋଷେଇ କରି ମଧ୍ୟ ଖାଉଛନ୍ତି ଦୀପିକା ।

ଦୀପିକାଙ୍କ ଧାରଣାରେ ସମାଜସେବୀ ପ୍ରମିଳା ତ୍ରିପାଠୀ ତାଙ୍କର ସହଯୋଗ କରୁଛନ୍ତି । ଦୀପିକାଙ୍କ ତରଫରୁ ରାଜ୍ୟ ମହିଳା କମିଶନରଙ୍କ ନିକଟକୁ ଏକ ଚିଠି ଲେଖିଥିଲେ ପ୍ରମିଳା ମା ଓ ତାଙ୍କ ପାଇଁ ଭୁବନେଶ୍ବର ମଧ୍ୟ ଯାଇଥିଲେ । ଯାହାର ଫଳସ୍ୱରୂପ ଦିନେଶଙ୍କୁ ପଚରାଉଚରା କରିବା ପାଇଁ ଆସନ୍ତା ସେପ୍ଟେମ୍ବର ୧୯ ତାରିଖ ଦିନ ହାଜିର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ମହିଳା କମିଶନ । ଏହାକୁ ନେଇ ଦୀପିକା ବେଶ ଖୁସି ଥିବା ବେଳେ ସେ ନ୍ୟାୟ ପାଇବେ ବୋଲି ତାଙ୍କର ଆଶା ଆହୁରି ଦୃଢୀଭୂତ ହୋଇଯାଇଛି ।

ପ୍ରମିଳା ମା’ଙ୍କ ଦେହ ଅସୁସ୍ଥ ଥିବାରୁ ସେ କିଛିଦିନ ହେବ ତାଙ୍କ ସହ ଧାରଣାରେ ଯୋଗ ଦେଇ ପାରୁନାହାନ୍ତି । ଦୀପିକା ମଧ୍ୟ ଧାରଣାରେ ବସିଥିବା ଯୋଗୁଁ କୁଆଡେ ଯାଇ ପାରୁନାହାନ୍ତି । ତଥାପି ଦୀପିକା କହିଛନ୍ତି ଯେ, ପ୍ରମିଳା ମା’ ତାଙ୍କୁ ଫୋନ କରି ଖୁସି ଖବର ଦେଇଛନ୍ତି ।

ଦୀପିକାଙ୍କ ପାଇଁ ସେ ଯେହେତୁ ଭୁବନେଶ୍ବର ଯାଇଛନ୍ତି ତେଣୁ ଫେରିଲେ ଦୀପିକାଙ୍କୁ ଗୋଟିଏ ସରପ୍ରାଇଜ ଦେବେ ବୋଲି କହିଛନ୍ତି । ବାସ୍ତବରେ କଣ ସେହି ସରପ୍ରାଇଜ ତାହା ଏବେ ପର୍ଯ୍ୟନ୍ତ ଦୀପିକା ଜାଣି ନାହାନ୍ତି ବୋଲି କହିଛନ୍ତି । ହେଲେ ତାଙ୍କ ପାଇଁ ନିଶ୍ଚିତ କିଛି ଗୋଟେ ଖୁସି ଖବର ହୋଇଥିବ ବୋଲି ସେ ଆଶା ରଖିଛନ୍ତି ।

ତାଙ୍କୁ ଯେପର୍ଯ୍ୟନ୍ତ ନ୍ୟାୟ ନ ମିଳିଛି ସେ ପର୍ଯ୍ୟନ୍ତ ସେ ଦିନେଶଙ୍କ ଘର ଆଗରେ ଧାରଣା ଦେବେ ଏବଂ ନିଜ ପୁଅକୁ ବାପାର ପରିଚୟ ଦେବାରେ ସେ ସଫଳ ହେବେ ବୋଲି କହି ଆସିଛନ୍ତି । ତେବେ ଦେଖାଯାଉ ପ୍ରମିଳା ମା’ ଫେରିଲେ ତାଙ୍କୁ କଣ ସରପ୍ରାଇଜ ଦେଉଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।