ଟୁଙ୍ଗୁରୁ ଭୋଳ ଓ ତାଙ୍କ ପ୍ରେମିକା ବର୍ଷା ଭୋଳ ଏବେ ଓଡିଶାର ଘରେ ଘରେ ଏକ ଜଣାଶୁଣା ନାଁ । ଉଭୟଙ୍କ ପ୍ରେମ ସମ୍ପର୍କ ମିଡିଆ ସାମ୍ନାକୁ ଆସିବା ପରେ ଖୁବ ଭାଇରାଲ ହୋଇଥିଲେ ଟୁଙ୍ଗୁରୁ ଏବଂ ବର୍ଷା । ଏତେ ଭାଇରାଲ ହୋଇଥିଲେ ଯେ ସେମାନଙ୍କୁ ଆଲବମରେ ଅଭିନୟ କରିବା ପାଇଁ ସୁଯୋଗ ମଧ୍ୟ ମିଳିଥିଲା । କିନ୍ତୁ ଏହାକୁ ନେଇ ଅନେକ ଲୋକ ବିରୋଧ କରିବା ପରେ ବର୍ଷା ଓ ଟୁଙ୍ଗୁରୁଙ୍କ ମାମଲା ଥମିଯାଇଛି । ତେବେ କିଛିଦିନ ବ୍ଯବଧାନ ପରେ ଏବେ ପୁଣି ସାମ୍ନାକୁ ଆସିଛନ୍ତି ଟୁଙ୍ଗୁରୁ ଭୋଳଙ୍କ ଗାର୍ଲଫ୍ରେଣ୍ଡ ବର୍ଷା ଭୋଳ ।

ସେ ଟୁଙ୍ଗୁରୁଙ୍କ ସହ ବିବାହ କରିବାକୁ ନେଇ ମିଡିଆ ସାମ୍ନାରେ କିଛି ମନ୍ତବ୍ୟ ଦେଇଛନ୍ତି । ବର୍ଷା କହିଛନ୍ତି କି, “ମୁଁ ଟୁଙ୍ଗୁରୁକୁ ନିହାତି ଭାବେ ବାହା ହେବି ଆଉ ଛାଡିବି । ମୁଁ କାଲି ଯାଇଥିଲି ଟୁଙ୍ଗୁରୁ ଘରକୁ ଆଉ ଆଜି ସକାଳେ ବି ଯାଇଥିଲି । ମୁଁ ସବୁବେଳେ ଯାଏ ଆଉ ସବୁବେଳେ ଯିବି । କାହିଁକି ନା ମୋର ଅଧିକାର ଅଛି । ସେ ମୋ ହଜବ୍ୟାଣ୍ଡ । ତାଙ୍କ ପାଇଁ ଦୁନିଆରେ ସବୁକିଛି ହରେଇ ଦେଇଛି ତେଣୁ ତାଙ୍କ ଉପରେ ମୋର ଅଧିକାର ଅଛି ।
ରୀତିନୀତି ଅନୁସାରେ ମୁଁ ତାଙ୍କୁ ମ୍ୟାରେଜ କରିବି । କାଗଜପତ୍ର କୋର୍ଟ ପେପରରେ ଲେଖିକି ମ୍ୟାରେଜ କରିବି । ରୀତିନୀତି ଭାବରେ ତାଙ୍କ ଲୋକ ଥିବେ ଆମର ଲୋକ ଥିବେ ମୁଁ ତାକୁ ମ୍ୟାରେଜ କରି ଛାଡିବି ।” ବର୍ଷାଙ୍କ ଏହି ଜିଦ୍ ହିଁ ଟୁଙ୍ଗୁରୁ ଓ ବର୍ଷାଅଙ୍କ ପ୍ରେମ କାହାଣୀକୁ ସାରା ରାଜ୍ୟରେ ଭାଇରାଲ କରେଇଥିଲା ।

ଆଉ ବର୍ଷା ଏବେ ପୁଣି ଥରେ ମିଡିଆ ସାମ୍ନାକୁ ଆସି ଏହିଭଳି ମନ୍ତବ୍ୟ ଦେଇଛନ୍ତି । ଅଟୋ ଭଡା ନେବା ଆଣିବା ବେଳୁ ଟୁଙ୍ଗୁରୁ ଓ ବର୍ଷାଅଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଟୁଙ୍ଗୁରୁ ବର୍ଷାଙ୍କ ଠାରୁ ସାନ ଏବଂ ବର୍ଷା ବିବାହିତା ଓ ତାଙ୍କର ଫୁୟ ପୁଅ ମଧ୍ୟ ଅଛନ୍ତି ଏକଥାକୁ ସେମାନେ ନଜରଅନ୍ଦାଜ କରି ଦେଇଥିଲେ । କିନ୍ତୁ ଟୁଙ୍ଗୁରୁ ଯେତେବେଳେ ବର୍ଷାଙ୍କୁ ଧୋକା ଦେଇ ଅନ୍ୟତ୍ର ବିବାହ କରିଥିବା କଥା ବର୍ଷା ଶୁଣିଥିଲେ ସେ ଥାନାରେ ଯାଇ ଫୁଲମାଳ, ଶଙ୍ଖା, ସିନ୍ଦୁର ଧରି ଟୁଙ୍ଗୁରୁଙ୍କୁ ବାହା ହେବି ଜିଦ୍ ଧରି ବସିଥିଲେ ।
ଏହା ପରଠାରୁ ହିଁ ଟୁଙ୍ଗୁରୁ ଓ ବର୍ଷା ଭାଇରାଲ ହୋଇଥିଲେ । ତେବେ କିଛିଦିନ ହେବ ଚୁପ୍ ରହିଥିବା ବର୍ଷା ଏବେ ପୁଣି ଥରେ ମିଡିଆ ଆଗରେ ଆସି ଟୁଙ୍ଗୁରୁଙ୍କୁ ହିଁ ବିବାହ କରିବେ ବୋଲି କହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।