“ସେ ଝିଅ Archana ଠାରୁ କିଛି କମ୍ ନୁହେଁ, ମୋ କ୍ଲାଏଣ୍ଟ କୁ ବ୍ଳାକେମଲ କରି…” ଆଉ ଜଣେ ଯୁବତୀଙ୍କ ନାଁରେ ଓକିଲ ଆଣିଲେ ସାଂଘାତିକ ଅଭିଯୋଗ

ଆଜିକାଲି ବିଭିନ୍ନ ଉପାୟରେ ପିଲାଙ୍କୁ ଫସେଇ ତାଙ୍କୁ ବ୍ଲାକମେଲିଂ କରି କେମିତି ସହଜ ଉପାୟରେ ଟଙ୍କା ରୋଜଗାର କରିବେ ଏଭଳି ମାନସିକତା ଅନେକଙ୍କର ବଢି ସାରିଲାଣି । ବର୍ତ୍ତମାନ ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ଅର୍ଚ୍ଚନା ନାଗଙ୍କ ମାମଲା ଏହାର ସବୁଠୁ ବଡ ନିଚ୍ଛକ ଉଦାହରଣ । ଏଭଳି ଘଟଣା ଆଜିକାଲି ଅନେକ ମାତ୍ରାରେ ଦେଖିବାକୁ ମିଳୁଛି । ଯୁବକ ହେଉନ୍ତୁ କିଅବା ଯୁବତୀ ସମସ୍ତେ ଏଭଳି ପନ୍ଥା ଆପଣେଇ ଟଙ୍କା ରୋଜଗାର କରିବାକୁ ଚେଷ୍ଟା କରୁଛନ୍ତି ।

ସେଥିପାଇଁ ସେମାନେ ଅନ୍ୟର ମାନ ସମ୍ମାନ, କ୍ଯାରିୟରକୁ ନଷ୍ଟ କରିବାକୁ ମଧ୍ୟ ପଛାଉ ନାହାନ୍ତି । ତେବେ ରାଜଧାନୀ ଭୁବନେଶ୍ବରରୁ ପୁଣି ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ସିଦ୍ଧାନ୍ତ ଦତ୍ତ ନାମକ ଜଣେ ଯୁବକଙ୍କୁ ତାଙ୍କ ପ୍ରେମିକା ବ୍ଳାକମେଲ କରି ଅନେକ ଟଙ୍କା ପଇସା ଓ ସୁନାଗହଣା ଲୁଟିବା ପରେ ମଧ୍ୟ ଆହୁରି ବ୍ଲାକମେଲିଂ ଜାରି ରଖିଛନ୍ତି । ଯୁବକଜଣକ ଅନେକ ଦିନରୁ ଏହି ମାମଲା ଲଢି ଆସୁଛନ୍ତି । ସିଦ୍ଧାନ୍ତ ଆଇଟର ସୋୟା ୟୁନିଭର୍ସିଟିରୁ କମ୍ପ୍ୟୁଟର ସାଇନ୍ସରେ ବିଟେକ କରିବା ପରେ ୱିପ୍ରୋ ରେ ଚାକିରି ମଧ୍ୟ କରିଥିଲେ ।

ଏତିକି ବେଳେ ୨୦୨୨ରୁ ସେ ସୌଜନ୍ୟା କନିଥି ନାମକ ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କରେ ରହିଥିଲେ । ସୌଜନ୍ୟାଙ୍କ ଘର ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରରେ । ସିଦ୍ଧାନ୍ତଙ୍କ ଅଭିଯୋଗ ଅନୁଯାୟୀ,ପ୍ରଥମେ ସୌଜନ୍ୟା ତାଙ୍କୁ ପ୍ରେମ ନିବେଦନ କରିଥିଲେ ଓ ଉଭୟ ପ୍ରେମ ସମ୍ପର୍କରେ ବାନ୍ଧି ହୋଇଥିଲେ ।

ଏହାପରେ ଯୁବତୀ ଶାରୀରିକ ସମ୍ପର୍କ ରଖିବା ପାଇଁ ମଧ୍ୟ ତାଙ୍କୁ ବାଧ୍ୟ କରିଥିଲେ । ଯେହେତୁ ପ୍ରେମ ସମ୍ପର୍କରେ ଥିଲେ ତେଣୁ ସିଦ୍ଧାନ୍ତ ମଧ୍ୟ ଯୁବତୀଙ୍କ କଥାରେ ରାଜି ହୋଇଥିଲେ । ହେଲେ ସୌଜନ୍ୟା ସିଦ୍ଧାନ୍ତଙ୍କ ସହ ତାଙ୍କର ଅନ୍ତରଙ୍ଗ ମୂହୁର୍ତ୍ତର ସବୁ ଫଟୋ ଏବଂ ଭିଡିଓ ରଖି ତାଙ୍କୁ ବ୍ଲାକମେଲିଂ କରିଥିଲେ । ଇଜ୍ଜତ ଯିବା ଭୟରେ ସିଦ୍ଧାନ୍ତ ଅନେକ ଟଙ୍କା ଏବଂ ସୁନା ଚେନ୍ ଓ ମୁଦି ଆଦି ତାଙ୍କୁ ଦେଇ ଚାଲିଥିଲେ । ତଥାପି ଅଟକି ନଥିଲେ ସୌଜନ୍ୟା । ସିଦ୍ଧାନ୍ତଙ୍କ ମାନସିକ ଚାପ ବଢି ଚାଲିଥିଲା ।

ଟଙ୍କା ଦେବାକୁ ମନା କରିବାରୁ ଯୁବତୀ ତାଙ୍କ ନାଁରେ ଅନେକ ମିଛ କେସ୍ ଦେଇ ତାଙ୍କୁ ଫସେଇବାକୁ ଚେଷ୍ଟା କରିଛି । ତାଙ୍କ କ୍ଯାରିୟର ନଷ୍ଟ କରିଥିବା ସେକେଣ୍ଡ ଅର୍ଚ୍ଚନାକୁ ସେ ନିଶ୍ଚିତ ଭାବେ ଶାସ୍ତି ଦେବେ ବୋଲି ଦୃଢ ମନସ୍କ ଅଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।