ବିଜେବି କଲେଜର ଯୁକ୍ତ ୩ ପ୍ରଥମ ବର୍ଷ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଏବେ ସାରା ରାଜ୍ୟ ଉଠୁଛି ପଡୁଛି । ରୁଚିକାଙ୍କ ସୁଇସାଇଡ ନୋଟ ମିଳିବା ପରେ ଏହାକୁ ନେଇ ସବୁଆଡେ ଉତ୍ତେଜନା ଦେଖାଦେଉଛି । ପରିବାର ଲୋକ ଓ ସାଙ୍ଗସାଥିଙ୍କ କହିବା ଅନୁଯାୟୀ ରୁଚିକା ଜଣେ ମେଧାବୀ ଛାତ୍ରୀ ଥିଲେ ଓ ଜୀବନରେ ସିଭିଲ ସର୍ଭିସ କରିବାର ଲକ୍ଷ୍ୟ ରଖିଥିଲେ । ଭଲ ପାଠ ପଢୁଥିବାରୁ ତାଙ୍କୁ ପରିବାର ଲୋକେ ବିଜେବି କଲେଜରେ ଆଡମିଶନ କରାଇଥିଲେ ।

ସରକାରୀ କଲେଜରେ ଝିଅ ଆହୁରି ଭଲ ପଢିବ ଓ ତା’ କ୍ଯାରିୟର ଭଲ ହେବ ବୋଲି ତାଙ୍କ ବାପା ଆଶା ରଖିଥିଲେ । କିନ୍ତୁ ସେମାନଙ୍କ ସବୁ ଆଶା ଆଶା ହୋଇ ରହିଗଲା । ବିଜେବି କଲେଜର କାରୁବାକୀ ହଷ୍ଟେଲରେ ୨୦୧ ନଂ ରୁମ୍ ରେ ରହୁଥିଲା ରୁଚିକା । ହଷ୍ଟେଲରେ ରହୁଥିବା ସିନିୟର ମାନଙ୍କ ଟର୍ଚର ସେ ସହ୍ୟ କରିପାରିଲେ ନାହିଁ । ଏକଥା ରୁଚିକା ନିଜ ପରିବାର ଲୋକ କି ରୁମ୍ ମେଟ୍ କାହାରିକୁ ମଧ୍ୟ ଜଣାଇ ପାରିଲେ ନାହିଁ ।
ଶେଷରେ ଜୀବନ ହାରିବା ଭଳି ଚରମ ପଦକ୍ଷେପ ନେଇଗଲେ । ସେ ନିଜ ସୁଇସାଇଡ ନୋଟରେ ଏସବୁ ସ୍ପଷ୍ଟ ଲେଖିଛନ୍ତି । ତିନି ଜଣ ସିନିୟରଙ୍କ ଟର୍ଚର ତାଙ୍କ ପକ୍ଷେ ସହିବା କଷ୍ଟକର ହୋଇଗଲା । ତାଙ୍କୁ ହିଁ ସେମାନେ ସବୁବେଳେ ଟାର୍ଗେଟ କଲେ । ତାଙ୍କ ବାପାମା’ ତାଙ୍କୁ ବହୁତ କଷ୍ଟ କରି ଏହି କଲେଜରେ ପଢାଇଥିଲେ କିନ୍ତୁ ସେ ଆଉ ସହି ପାରୁନାହାନ୍ତି ।
ଏହାକୁ ନେଇ ରୁଚିକାଙ୍କ ସାନ ଭଉଣୀ ଆଉ ଏକ ବଡ ଖୁଲାସା କରିଛନ୍ତି । ସେ କହିଛନ୍ତି କି, ରୁଚିକା ବହୁତ ସମୟ ଯାଏଁ ପାଠ ପଢୁଥିବାରୁ ତାଙ୍କ ରୁମ୍ ରେ ରହୁଥିବା ସାଙ୍ଗମାନେ ତାଙ୍କୁ ଆବନର୍ମାଲ କହି ଚିଡାଉଥିଲେ । ତେଣୁ ସେ ତଳକୁ ପଳେଇ ଆସି ଆଉ ଏକ ରୁମ୍ ରେ ପଢୁଥିଲେ । ରୁମ୍ ରେ କାହା ସହ ମଧ୍ୟ ରୁଚିକାଙ୍କର ଭଲ ପଡେନି । ପରୀକ୍ଷା ସରିଲେ ଘରକୁ ଆସିବେ ବୋଲି କହିଥିଲେ ରୁଚିକା କିନ୍ତୁ ସେ ଅଫେରା ରାଇଜକୁ ଚାଲିଗଲେ ।

ଶେଷ ଥର ପାଇଁ ସେ ରଜରେ ଘରକୁ ଆସିଥିଲେ ଓ ରଜ ପରଦିନ ହିଁ କଲେଜ ପଳେଇ ଥିଲେ । ଯୁକ୍ତ ୩ ପ୍ରଥମ ବର୍ଷ ପିଲାମାନେ ଯୁକ୍ତ ଦୁଇ ପିଲାଙ୍କ ପାଇଁ ଫେରୱେଲ ଆୟୋଜନ କରିଥିଲେ । କିନ୍ତୁ ଦୁଇଜଣ ସିନିୟର ସେମାନଙ୍କ ପ୍ରୋଗ୍ରାମ ବନ୍ଦ କରେଇ ଦେଇଥିଲେ । ଯାହାକୁ ନେଇ ରୁଚିକା ବହୁତ ଦୁଃଖିତ ଥିଲେ ।
ଏହି ଦୁଇଜଣ ସିନିୟର ସବୁ କାର୍ଯ୍ୟରେ ବାଧା ଉତ୍ପନ୍ନ କରୁଥିଲେ ଓ ଦେଖେଇ ଶିଖେଇ ରୁଚିକାଙ୍କୁ ବହୁତ କଥା କହୁଥିଲେ ବୋଲି ରୁଚିକାଙ୍କ ସାନ ଭଉଣୀ ଖୁଲାସା କରିଛନ୍ତି । ତେବେ ଏସବୁ କଥା ରୁଚିକା ନିଜେ ତାଙ୍କୁ କହିଥିଲେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ ଅରନ୍ତୁ ।