ଜ୍ଯୋତିଷ ଅନୁସାରେ ବ୍ୟକ୍ତିଙ୍କ ଜୀବନ ଗ୍ରହ ମାନଙ୍କର ଚଳନ ଓ ସ୍ଥିତି ଉପରେ ନିର୍ଭରଶୀଳ । ଏହା ଆମ ଜୀବନରେ କେବେ ସୁଖ ନେଇ ଆସେ ତ ଆଉ କେବେ ଦୁଃଖ ନେଇ ଆସେ । ଏହା ଯୋଗୁଁ ମଣିଷ ଜୀବନରେ ନିରନ୍ତର ପରିବର୍ତ୍ତନ ଲାଗି ରହିଥାଏ । ଗ୍ରହଙ୍କ ଚଳନ ଓ ସ୍ଥିତିକୁ ଆଧାର କରି ଆଜି ଆମେ ଜାଣିବା ୨୦୨୨ ସେପ୍ଟେମ୍ବର ମାସର ବିଛା ରାଶିର ବ୍ୟକ୍ତିବିଶେଷଙ୍କ ରାଶିଫଳ ଓ ଅଶୁଭ ଗ୍ରହଙ୍କ ଅଶୁଭ ପ୍ରଭାବ ଖଣ୍ଡନର ଯଥୋଚିତ ପ୍ରତିକାର ।
ସେପ୍ଟମ୍ବର ମାସରେ ବିଛା ରାଶିର ଲୋକମାନେ ନିଜ ଜୀବନରେ ସାଧାରଣ ଅପେକ୍ଷା ଭଲ ଫଳାଫଳ ପାଇବାର ସମ୍ଭାବନା ଅଛି । ଅଧିକାଂଶ ନିଯୁକ୍ତ ଲୋକମାନେ ଏହି ମାସରେ ନିଜ କ୍ଯାରିୟରରେ ବିପୁଳ ସଫଳତା ପାଇବାର ସମ୍ଭାବନା ରହିଛି । ଏହି ସମୟରେ ଆପଣ କାର୍ଯ୍ୟରେ ସହକର୍ମୀ ଓ ବରିଷ୍ଠ ଅଧିକାରୀ ମାନଙ୍କ ସହଯୋଗ ପାଇବେ । ବ୍ୟବସାୟୀଙ୍କ ପାଇଁ ମଧ୍ୟ ଏହି ଅବଧି ବେଶ ଅନୁକୂଳ ରହିବ । ଆପଣ ବ୍ୟବସାୟରେ ଭଲ ଲାଭ କରି ବଜାରରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିବାରେ ସକ୍ଷମ ହେବେ ।
ମାସର ଦ୍ଵିତୀୟ ଭାଗରେ ଆପଣଙ୍କ ଆୟରେ ବୃଦ୍ଧି ହେବାର ବିଶେଷ ସମ୍ଭାବନା ରହିଛି । କେଉଁ ଦିଗରୁ ଆପଣ ହଠାତ ଅର୍ଥ ପାଇପାରନ୍ତି । ଯେଉଁମାନେ ବିଶେଷ କରି ବାଣିଜ୍ୟ, ଫ୍ୟାଶନ ବା ପୋଷାକ ଇତ୍ୟାଦିର ବ୍ୟବସାୟ କରନ୍ତି ସେମାନେ ଜୀବନରେ ବିପୁଳ ସଫଳତା ପାଇବାର ସମ୍ଭାବନା ରହିଛି ।
ଶିକ୍ଷା କ୍ଷେତ୍ରରେ ମଧ୍ୟ ମାସଟି ବିଛା ରାଶି ଲୋକଙ୍କୁ ଅପାର ସଫଳତା ପ୍ରଦାନ କରିବାକୁ ଯାଉଛି । ଏହି ମାସରେ ଆପଣ ପରୀକ୍ଷାରେ ଉନ୍ନତ ପ୍ରଦର୍ଶନ କରିବେ । ଆର୍ଥିକ ଜୀବନ ଦୃଷ୍ଟିରୁ ସେପ୍ଟେମ୍ବର ମାସଟି ବିଛା ରାଶିର ଲୋକଙ୍କୁ ମିଶ୍ରିତ ଫଳାଫଳ ପ୍ରଦାନ କରିବ । କାରଣ ଆପଣଙ୍କ ଦ୍ଵିତୀୟ ଘରେ ଛାୟା ଗ୍ରହ ରାହୁଙ୍କ ଆହ୍ଵାନ ଯୋଗୁଁ ଅନେକ ପ୍ରକାରର ଆର୍ଥିକ ଆହ୍ଵାନର ସାମ୍ନା କରିବାକୁ ପଡିପାରେ । ଅଯଥା ଖର୍ଚ୍ଚ ମଧ୍ୟ ବଢିବା ଯୋଗୁଁ ଆପଣ ମାନସିକ ଚାପରେ ରହି ପାରନ୍ତି ।
ପ୍ରେମ ଓ ଦାମ୍ପତ୍ୟ ଜୀବନ ଦୃଷ୍ଟିରୁ ଆସନ୍ତା ମାସଟି ଆପଣଙ୍କୁ ଶୁଭଫଳ ଦେବାକୁ ଯାଉଛି । ଏହି ମାସରେ ପ୍ରେମ କରୁଥିବା ଲୋକଙ୍କ ଜୀବନରେ ପ୍ରେମ ବୃଦ୍ଧି ପାଇବ । ପ୍ରିୟଙ୍କ ସହ କୌଣସି ସ୍ଥାନର ଏକାକୀ ସମୟ ବିତାଇ ପାରନ୍ତି । ପ୍ରେମୀଙ୍କୁ ବିବାହ କରିବାକୁ ଚାହୁଁଥିଲେ ଏହି ସମୟ ମଧ୍ୟ ଆପଣଙ୍କ ପାଇଁ ଶୁଭ ହେବାକୁ ଯାଉଛି ।
କିନ୍ତୁ ବିବାହିତ ଲୋକଙ୍କ ଜୀବନରେ ଏହି ସମୟ ତିକ୍ତତା ସୃଷ୍ଟି କରିପାରେ । କୌଣସି କାରଣରୁ ଆପଣଙ୍କ ପ୍ରକୃତିରେ କ୍ରୋଧ ବୃଦ୍ଧି ହୋଇପାରେ । ତେଣୁ ଆପଣଙ୍କ ପାରିବାରିକ ଜୀବନରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିପାରେ । ତେଣୁ ନିଜ ସ୍ଵଭାବକୁ ନେଇ ବିଶେଷ ଜାଗ୍ରତ ରୁହନ୍ତୁ ଓ ସ୍ୱାସ୍ଥ୍ୟର ମଧ୍ୟ ବିଶେଷ ଯତ୍ନ ନିଅନ୍ତୁ । ତେବେ ଆପଣଙ୍କ ପାଇଁ ପ୍ରତିକାର ହେଉଛି ଆପଣ ବାବା ଭୈରବଙ୍କ ପୂଜା କରନ୍ତୁ ଓ କୌଣସି ଭୈରବ ମନ୍ଦିର ପରିଦର୍ଶନ କରି କ୍ଷୀର ଅର୍ପଣ କରନ୍ତୁ ।
ପାଣିରେ କିଛି କଳା ତେଲ ମିଶାଇ ନିୟମିତ ସ୍ନାନ କରିବା ସହ ନିୟମିତ ହନୁମାନ ଚ୍ଲିଷା ମଧ୍ୟ ପାଠ କରିବାକୁ ଚେଷ୍ଟା କରନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।