ଖରା ଯୋଗୁଁ ବାରମ୍ବାର ସ୍କୁଲ ଛୁଟି ହେବା ଏବଂ ଖୋଲିବା ପରେ ପିଲାଙ୍କୁ ଗ୍ରୀଷ୍ମ ଛୁଟି ଘୋଷଣା କରା ଯାଇଥିଲା । ତେବେ ଏହାରି ଭିତରେ ସ୍କୁଲ ପିଲାଙ୍କ ପାଇଁ ପୁଣି ଥରେ ନୂଆ ଏସଓପି ଜାରି ହୋଇଛି । ଗ୍ରୀଷ୍ମ ଛୁଟି ସମୟରେ ପ୍ରଥମରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ହେବାକୁ ଥିବା ଅବସରକାଳୀନ ଗୃହକାର୍ଯ୍ୟ ବା ହୋମୱାର୍କ ସମ୍ପର୍କରେ ନୂଆ ଏସଓପି ଜାରି କରିଛି ଶିକ୍ଷା ବିଭାଗ । ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଓ ମାଧ୍ଯମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ନବମ ଓ ଦଶମ ଶ୍ରେଣୀ ପାଇଁ ଆସାଇନମେଣ୍ଟ ସିଟ୍ ପ୍ରସ୍ତୁତ କରାଯାଇଛି ।
ଜିଲ୍ଲା ସ୍ତରକୁ ପଠାଯାଇଛି ଅନ୍ୟ ପକ୍ଷରେ ମାଧ୍ୟମିକ ଶିକ୍ଷକଙ୍କ ଛୁଟିକ୍ଯାଟ ଏବଂ ଖରାଛୁଟିରେ ରୋଷ୍ଟର ଡ୍ଯୁଟି ନୀତିକୁ ବିରୋଧ କରିଛି ନୂତନ ପେନସନ ଯୋଜନାଭୁକ୍ତ ମାଧ୍ଯମିକ ଶିକ୍ଷା ସଂଘ । ଯାହାକି ସରକାରଙ୍କ ବଡ ଘୋଷଣା ମୁତାବକ ଛୁଟି ଥିଲେ ମଧ୍ୟ ଶିକ୍ଷକ ଶିକ୍ଷୟତ୍ରୀ ମାନେ ନିୟମିତ ବିଦ୍ୟାଳୟକୁ ଆସିବେ । ମେ’ 4 ତାରିଖ ପର୍ଯ୍ୟନ୍ତ ସେମାନଙ୍କୁ ବିଦ୍ୟାଳୟ ଆସି କାମ କରିବାକୁ ପଡିବ ।
ତେବେ ବଢୁଥିବା ତାପମାତ୍ରା ଏବଂ ଖରାକୁ ଦେଖି ରାଜ୍ୟର ସମସ୍ତ ସ୍କୁଲ ବନ୍ଦ କରି ଦେଇଛନ୍ତି ରାଜ୍ୟ ସରକାର । ପିଲାମାନଙ୍କ ସୁରକ୍ଷା ପାଇଁ ଆଗୁଆ ଗ୍ରୀଷ୍ମକାଳୀନ ଛୁଟି ଘୋଷଣା କରି ଦିଆଯାଇଛି । ହେଲେ ଏହି ଛୁଟି କେବଳ ପିଲାମାନଙ୍କ ମଧ୍ୟରେ ସରକାର ସୀମିତ ରଖିଛନ୍ତି । ଏନେଇ ଆଉ ଏକ ବଡ ଘୋଷଣା ମଧ୍ୟ ହୋଇଛି ।
ଏହି ଗ୍ରୀଷ୍ମ ଛୁଟି ସମୟରେ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଛୁଟିକୁ ବାତିଲ କରି ଦିଆଯାଇଛି । ଆସନ୍ତା ମେ’ 4 ତାରିଖ ପର୍ଯ୍ୟନ୍ତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ସ୍କୁଲ ଆସିବାକୁ ବାଧ୍ୟ ଅଟନ୍ତି । ଖାଲି ସେମାନେ ନୁହେଁ ବରଂ ସ୍କୁଲର ରୋଷେୟା ଏବଂ ସହାୟିକା ମାନେ ମଧ୍ୟ ସ୍କୁଲ ଆସିବାକୁ ପଡିବ ବୋଲି କୁହାଯାଇଛି । ଏନେଇ କଡା ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଧାର୍ଯ୍ୟ ହୋଇଥିବା ସମୟରେ ଆସି ସ୍କୁଲରେ ସମସ୍ତ କାର୍ଯ୍ୟ କରିବାକୁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ସ୍କୁଲରେ ନାମଲେଖା, ବିନିଯୋଗ, ପ୍ରମାଣପତ୍ର ଏବଂ ଟାଇମ ଟେବୁଲ ସମେତ ଅନ୍ୟ ସମସ୍ତ କାର୍ଯ୍ୟ ଜାରି ରହିବା ଯୋଗୁଁ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଛୁଟି ବାତିଲ କରାଯାଇଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।