SBI ଗ୍ରାହକ ଅଟନ୍ତି ତ ତୁରନ୍ତ ଜାଣି ନିଅନ୍ତୁ ଏହି କଥା, ନଚେତ ଦେବାକୁ ପଡିବ ଭାରି ଟ୍ୟାକ୍ସ

ଯଦି ଆପଣ ଭାରତୀୟ ସ୍ଟେଟ ବ୍ୟାଙ୍କର ଗ୍ରାହକ ଅଟନ୍ତି ଓ ଏକ ବର୍ଷ ମଧ୍ୟରେ ନିଜର ଆକାଉଣ୍ଟରୁ ୨୦ ଲକ୍ଷ ଟଙ୍କା ନଗଦ ରାଶି ବାହାର କରୁଛନ୍ତି ତେବେ ଏହି ଖବର ଆପଣଙ୍କୁ ନିଶ୍ଚିତ ରୂପରେ ପଢିବା ଉଚିତ । ବର୍ତ୍ତମାନ ସ୍ଥିତିରେ SBI ଟ୍ୟାକ୍ସ ବଞ୍ଚାଇବା ପାଇଁ ଏକ ଖାସ ଉପାୟ ବାହାର କରିଛି । ଦେଶର ଏହି ସବୁଠୁ ବଡ ବ୍ୟାଙ୍କ କହିଛି କି ଏହିଭଳି ସ୍ଥିତିରେ କେମିତି ଟୀଡୀଏସ (TDS- Tax Deducted at Source)ରୁ ବଞ୍ଚି ହେବ । ସେଥିପାଇଁ ଆପଣଙ୍କୁ ଏହି ତିନୋଟି ସ୍ଟେପ୍ସ ଫଲୋ କରିବାକୁ ହେବ ।

କହିବାକୁ ଗଲେ ଯଦି ତିନି ବର୍ଷ ମଧ୍ୟରେ କୌଣସି ଇନକମ ଟ୍ୟାକ୍ସ ରିଟର୍ନ ଫାଇଲ କରା ଯାଇ ନାହିଁ ଓ ବର୍ଷକୁ ୨୦ ଲକ୍ଷ କିମ୍ବା ତାହା ଠାରୁ ଅଧିକ ନଗଦ ରାଶି ବ୍ୟାଙ୍କରୁ ବାହାର କରାଯାଇଛି ତେବେ ସେକ୍ଶନ ୧୯୪N ଅନୁସାରେ TDS କଟାଯିବ । ଏସବିଆଇ ନିଜର ଆଧିକାରିକ ଟ୍ୱୀଟର ହ୍ୟାଣ୍ଡଲରେ ଏହା ବିଷୟରେ ସୂଚନା ଦେଇଛନ୍ତି । ଆସନ୍ତୁ ଜାଣିବା ଏହା ବିଷୟରେ ।

ଏଥିପାଇଁ ସର୍ବ ପ୍ରଥମେ ଆପଣଙ୍କୁ ବ୍ୟାଙ୍କରେ ନିଜର ପ୍ୟାନ କାର୍ଡ ଡିଟେଲ୍ସ ଜମା କରିବାକୁ ହେବ । ଯଦି ଆପଣ ପୂର୍ବରୁ ହିଁ ପ୍ୟାନ କାର୍ଡ ଡିଟେଲ୍ସ ଦେଇଛନ୍ତି ତେବେ ପୁଣି ଥରେ ପ୍ୟାନ କାର୍ଡ ଡିଟେଲ୍ସ ଦେବା ଜରୁରୀ ନୁହେଁ ।

ପ୍ୟାନ କାର୍ଡ ନ ଥିବା କାରଣରୁ ହିଁ ଟ୍ୟାକ୍ସ ଆହୁରି ଅଧିକ ବଢିଯାଏ ।

ବ୍ୟାଙ୍କକୁ ନିଜର ଇନକମ ଟ୍ୟାକ୍ସ ରିଟର୍ନର ଡିଟେଲ୍ସ ଦେବାକୁ ହେବ ।

ଯଦି ଆପଣ ଗତ ୩ ବର୍ଷରେ ଥରେ ବି ଇନକମ ଟ୍ୟାକ୍ସ ରିଟର୍ନ ଦେଇ ନାହାନ୍ତି ତେବେ ୧ ଜୁଲାଇ ୨୦୨୦ରୁ ବର୍ତ୍ତମାନ ଆପଣଙ୍କୁ ଏହି ସୁଧ ହାରରେ ସୁଧ ଦେବାକୁ ହେବ ।

ବର୍ଷକୁ ୨୦ ଲକ୍ଷ ଟଙ୍କା କ୍ୟାସ ବ୍ୟାଙ୍କ ଖାତାରୁ ବାହାର କରୁଛନ୍ତି ତେବେ ପ୍ୟାନ କାର୍ଡ ଜମା କରିବା କିମ୍ବା ନ କରିବା ସ୍ଥିତିରେ କୌଣସି ସୁଧ ଦେବାକୁ ପଡିବ ନାହିଁ ।

ଯଦି ୨୦ ଲକ୍ଷ ୧ ଟଙ୍କାରୁ ନେଇ ୧ କୋଟି ଟଙ୍କା ପର୍ଯ୍ୟନ୍ତ କ୍ୟାସ ବାହାର କରୁଛନ୍ତି ଓ ପ୍ୟାନ ଡିଟେଲ୍ସ ଜମା କରିଛନ୍ତି ତେବେ ଆପଣଙ୍କର ୨ ପ୍ରତିଶତ ଟ୍ୟାକ୍ସ କଟି ପାରେ । ଅନ୍ୟ ପଟେ ପ୍ୟାନ ଡିଟେଲ୍ସ ଜମା ନ କରିବା ସ୍ଥିତିରେ ୨୦ ପ୍ରତିଶତ ଟିଡ଼ିଏସ ଦେବାକୁ ପଡିପାରେ ।

ଯଦି କୌଣସି ବ୍ୟକ୍ତି ୧ କୋଟି ଟଙ୍କାରୁ ଅଧିକ କ୍ୟାସ ବାହାର କରିଛନ୍ତି ଓ ପ୍ୟାନ କାର୍ଡ ଡିଟେଲ୍ସ ଜମା ଅଛି ତେବେ ୫ ପ୍ରତିଶତ ଟିଡ଼ିଏସ ଦେବାକୁ ହେବ । ଯଦି ପ୍ୟାନ କାର୍ଡ ଡିଟେଲ୍ସ ଜମା କରି ନାହାନ୍ତି ତେବେ ୨୦ ପ୍ରତିଶତ ଟିଡ଼ିଏସ ଦେବାକୁ ହେବ ।

ଏସବିଆଇ କହିଛନ୍ତି କି ଯେଉଁ ଗ୍ରାହକମାନେ ଗତ ୩ ବର୍ଷରେ କୌଣସି ବି ଇନକମ ଟ୍ୟାକ୍ସ ରିଟର୍ନ ଦେଇ ନାହାନ୍ତି, ତେବେ ତାଙ୍କର ୧ କୋଟି ଟଙ୍କାରୁ ଅଧିକ ରାଶି ବାହାର କରିବା ଉପରେ ୨ ପ୍ରତିଶତ ଟ୍ୟାକ୍ସ କଟାଯିବ ।

ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ । ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ, ଧନ୍ୟବାଦ ।